Retired SSP Shot Dead: ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବାରାମୁଲାରେ ଆତଙ୍କବାଦୀମାନେ ରବିବାର ପୁଣି ଥରେ ଗୁଳି ଚଳାଇ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି।  ଜେଣ୍ଟମୁଲ୍ଲା ଶେରି ବାରାମୁଲ୍ଲା ଠାରେ ଅବସରପ୍ରାପ୍ତ ପୋଲିସ ମହମ୍ମଦ ଶାଫିଙ୍କୁ ମସଜିଦରେ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି କାଶ୍ମିର ପୋଲିସ। ସୁରକ୍ଷା ଏଜେନ୍ସି ସୂତ୍ରରୁ ଜାଣିବାକୁ ପାଇଛି ଯେ ଆତଙ୍କବାଦୀମାନେ ହତ୍ୟାକାଣ୍ଡ ପରେ ଜଙ୍ଗଲରେ ଲୁଚି ରହିଛନ୍ତି।


COMMERCIAL BREAK
SCROLL TO CONTINUE READING

କାଶ୍ମୀର ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବାରମୂଳାରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ମହମ୍ମଦ ଶାଫୀ ନମାଜ ପାଠ କରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରେ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ଶାଫୀ ଗୁରୁତର ଆହତ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଜମ୍ମୁ କାଶ୍ମୀର ପୋଲିସ ଓ ଭାରତୀୟ ସେନା ପକ୍ଷରୁ ଚାରିଆଡ଼େ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। 


ଏଠାରେ କହି ରଖୁ କି ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କୀଙ୍କ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମରଶରୀରକୁ ରଜୌରୀରେ ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବ। ତେବେ ସହିଦଙ୍କ ସମ୍ପର୍କୀୟ ମାନେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରୁ ରଜୌରୀରେ ପହଞ୍ଚି ସାରିଛନ୍ତି। ସେପଟେ ବିହାରର ଜଣେ ସହିଦଙ୍କ ପରିବାର ସଦସ୍ୟ ବର୍ତ୍ତମାନ ସୁଦ୍ଧା ପହଞ୍ଚି ନଥିବା ସୂଚନା ରହିଛି।