ରାଞ୍ଚି: କେବୁଲ ଚୋରି କରିବା ପାଇଁ ଏକ କୋଇଲା ଖଣିରେ ପ୍ରବେଶ କରିଥିବା ପ୍ରାୟ ଚୋରଙ୍କ ଏକ ଗ୍ୟାଙ୍ଗ ସେଠାରେ ଅଟକି ଯାଇଛି। ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି କୋଇଲା ଖଣିକୁ ତାରିପଟୁ ଘେରିନେଇଛି। ଯାହାର ଫଳସ୍ୱରୂପ କେବୁଲ ଚୋରି କରିବାକୁ ଆସିଥିବା ଚୋର ସେଠାରେ ଫସି ଯାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଗିରଫ ହେବା ଭୟରେ ବାହାରକୁ ଆସିବାକୁ ସାହସ କରିପାରୁ ନାହାଁନ୍ତି ଏହି। ସେମାନେ ବର୍ତ୍ତମାନ ପୋଲିସର କବଳରେ ଫସି ରହିଛନ୍ତି। ଏଭଳି ଘଟଣା ବାବଦରେ ଖବର ପାଇବା ପରେ ପୋଲିସ ଗତ ୩୬ ଘଣ୍ଟା ଧରି ଏହି କୋଇଲା ଖଣିକୁ ଘେରାବନ୍ଦୀ କରି ରଖିଥିଲେ ମଧ୍ୟ କେବୁଲ ଚୋରି କରିବାକୁ ଆସିଥିବା ଚୋର ସେଠାରୁ ବାହାରକୁ ଆସିବାକୁ ସାହସ ଜୁଟାଇବାରେ ଅସମର୍ଥ ହୋଇ ପଡିଛନ୍ତି। 


ଝାଡଖଣ୍ଡରେ (Jharkhand) ଦେଖିବାକୁ ମିଳିଛି ଏଭଳି ଘଟଣା। ଏନେଇ ପ୍ରତିକ୍ରିୟା ରାଜ୍ୟ ପୋଲିସ (Jharkhand Police) ପକ୍ଷରୁ କୁହାଯାଇଛି ଗତ ରବିବାର ରାତିରେ ରାଜ୍ୟର ଧନବାଦ ଜିଲ୍ଲାରେ ଅବସ୍ଥିତ କୋଇଲା ଖଣିରେ (Dhanbad Coal Mines) ଏକ ସଶସ୍ତ୍ର ଗ୍ୟାଙ୍ଗ କେବୁଲ ଚୋରି କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା। ଏନେଇ ଖବର ମିଳିବା ପରେ ପୋଲିସ ଏବଂ ଅର୍ଦ୍ଧ ସାମରିକ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରକ୍ଷା ବଳ ଆଗମନ ବାବଦରେ ଖବର ପାଇବା ପରେ ଏହି ଗ୍ୟାଙ୍ଗ ସଦସ୍ୟ ପୋଲିସ ଉପରକୁ ବୋମା ଫିଙ୍ଗି ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଆୱଧ ବିହାରୀ ମହତୋ ନାମକ ଜଣେ ଇନ୍ସପେକ୍ଟର ଆହତ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣର ଜବାବରେ ପୋଲିସ ମଧ୍ୟ ପଲଟା ଗୁଳି ଚଳାଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଏହି ଚୋର ଗ୍ୟାଙ୍ଗର କୌଣସି କ୍ଷତି ହୋଇଛି ନା ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡି଼ନାହିଁ।


Also Read: Strange Incident: Jail ପରିସରରୁ ମିଳିଲା ଫେରାର କଏଦୀ


ଏନେଇ ମିଳିଥିବା ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ୩ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିଲା। ଏହି କୋଇଲା ଖଣି ଠାରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଛନ୍ତି। ହେଲେ ଏହି ଚୋର ଗ୍ୟାଙ୍ଗ ଏଭଳି ଏକ ଅନ୍ଧକାରମୟ ଖଣି ମଧ୍ୟରେ ଲୁଚି ରହିଛନ୍ତି। ଧରା ପଡିଯିବା ଭୟରେ ସେମାନେ ଖଣି ବାହାରକୁ ଆସିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ଖଣିରେ ଲୁଚି ରହିଥିବା ଚୋରଙ୍କୁ ବାହାରକୁ ବାହାର କରିବା ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପାଇଁ ଏହା ଏକ ବଡ ଆହ୍ୱାନ ପାଲଟିଯାଇଛି। ଏଭିଳି ଚୋରଙ୍କୁ ଖଣିରୁ ବାହାର କରିବା ପାଇଁ ସିଆଇଏସଏଫ ଯବାନ ନିରନ୍ତର ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ସଫଳତା ମିଳିନାନାହିଁ।


ଏ ଘଟଣା ଉପରେ ସତର୍କ ନଜର ରଖିଛି ଝାଡଖଣ୍ଡ ପୋଲିସ। ଏନେଇ କୁହାଯାଇଛି ପ୍ରାୟ ୨୫-୩୦ ଜଣ ସଶସ୍ତ୍ର ଚୋର ଖଣିରେ ଲୁଚି ରହିଛନ୍ତି। ପୋଲିସ ଟିମ୍ ଖଣି ଭିତରକୁ ଯାଇଥିଲେ ମଧ୍ୟ ଫେରି ଆସିଛି। ଯଦି ଚୋର ବାହାରକୁ ଆସନ୍ତି ନାହିଁ ତାହେଲେ ପୋଲିସ ସୁରକ୍ଷା ସହିତ ଖଣି ଭିତରକୁ ପୁଣି ଥରେ ଯିବ। ବାହାରକୁ ଆସିବା ପାଇଁ ସେମାନଙ୍କୁ ଲାଉଡ ସ୍ପିକର ମାଧ୍ୟମରେ କୁହାଯାଉଛି ହେଲେ ସେମାନଙ୍କ ପକ୍ଷରୁ କୌଣସି ଜବାବ ମିଳିନାହିଁ।


Also Read: ଜେଲ ଭାଙ୍ଗି ଚମ୍ପଟ ମାରିଲେ କୋରୋନା ଆକ୍ରାନ୍ତ କଏଦୀ; ଗାଁ ଗାଁରେ ଖୋଜୁଛି ପୋଲିସ


ଖଣିରେ ଲୁଚି ରହିଥିବା ଚୋରଙ୍କ ପାଖକୁ ଖାଦ୍ୟ ପଠାଇବା ପାଇଁ  ପୋଲିସ ଚେଷ୍ଟା କରିଥିଲା ହେଲେ ସେମାନେ ଖଣିର କେଉଁଠାରେ ଲୁଚି ରହିଛନ୍ତି ତାହା ଜଣା ପଡିନାହିଁ। ଗୁଳି ବିନିମୟ ହେବା ଭୟରେ ପୋଲିସ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖଣି ଅଞ୍ଚଳକୁ ଯିବା ପାଇଁ ବାରଣ କରିଛି। ଏନେଇ କୁହାଯାଇଛି ଯେତେବେଳେ ରବିବାର ମଧ୍ୟରାତ୍ରିରେ ବିଦ୍ୟୁତ କାଟ ହୋଇଥିଲା ସେତେବେଳେ ଅନ୍ଧକାରର ସୁଯୋଗ ନେଇ ପ୍ରାୟ ୨୫-୩୦ ଜଣ ଚୋର କୋଇଲା ଖଣି ଭିତରକୁ ପ୍ରବେଶ କରିଥିଲେ।


Also Read: ଚୋର ହୋଇଗଲା Corona Positive; ପୋଲିସ ପିନ୍ଧିଲା PPE Kit


ଏହି କୋଇଲା ଖଣି ଇଷ୍ଟର୍ନ କୋଇଲଫିଲ୍ଡସ୍ ଲିମିଟେଡ୍ ଅଧିନରେ ରହିଛି। ଯେଉଁଠାରେ ଏହି ଖଣି ଅବସ୍ଥିତ ଏହାର ସୁରକ୍ଷା ପାଇଁ ଚାରିପାଖରେ ଏକ ପ୍ରାଚୀର ରହିଛି। ଅବଶ୍ୟ ଏହା ସତ୍ତ୍ୱେ ବେଳେବେଳେ କେବୁଲ ଚୋରି କରିବା ପାଇଁ ଅସ୍ତ୍ରଶସ୍ତ୍ର, ବୋମା ସାହାଯ୍ୟରେ ଏଠାରେ ପହଞ୍ଚନ୍ତି ଚୋର। ପୂର୍ବରୁ ଅନେକ ଥର କେବୁଲ ଚୋରି ଘଟଣା ଘଟିସାରିଛି। ଯାହାର ଫଳ ସ୍ୱରୂପ କୋଇଲା ଉତ୍ପାଦନ ବନ୍ଦ ହେବା ପରିସ୍ଥିତି ଉଜୁଜିଛି।