Delhi Airport: ଆଜି, ଯଦି ଆପଣଙ୍କର ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍ -୧ ରୁ ବିମାନ ଅଛି, ତେବେ ଆପଣଙ୍କୁ ଏହି ଖବର ଥରେ ପଢିବାକୁ ପଡିବ । ଶୁକ୍ରବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ର ଛାତର ଏକ ଅଂଶ ଭୁଶୁଡ଼ିବା ପରେ ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଦୁର୍ଘଟଣା ପରେ ଟର୍ମିନାଲ୍-୧ ରୁ ସମସ୍ତ ବିମାନ ବାତିଲ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚେକ୍ ଇନ୍ କାଉଣ୍ଟର ମଧ୍ୟ ବନ୍ଦ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ, ଟର୍ମିନାଲ୍ ୧ ରୁ ଯାଉଥିବା ସମସ୍ତ ବିମାନକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଅବଶ୍ୟ, ଟର୍ମିନାଲ୍-୨ ଏବଂ ଟର୍ମିନାଲ୍ -୩ରୁ ବିମାନ ଉଡ଼ାଣ ଏବଂ ଅବତରଣ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ ବୋଲି ଦିଲ୍ଲୀ ବିମାନ ବନ୍ଦର କାର୍ଯ୍ୟାଳୟ ସୂଚନା ଦେଇଛି। ମେହରାମ ନଗର ଅଣ୍ଡରପାସ୍ ରେ ଟର୍ମିନାଲ୍ ୩ ଆଡକୁ ଯିବା ରାସ୍ତା ଜଳମଗ୍ନ ରହିଛି, ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଏହି ମାର୍ଗରୁ ଦୂରେଇ ରହିବାକୁ ଏବଂ ସେମାନଙ୍କ ଯାତ୍ରା ପୂର୍ବରୁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। 


 



ସୋସିଆଲ ମିଡିଆ ପ୍ଲାଟଫର୍ମରେ Xରେ ଟ୍ଲିଟ୍ କରି ଦିଲ୍ଲୀ ବିମାନବନ୍ଦର(Delhi Airport) ସୂଚନା ଦେଇଛି । ଏଥିସହିତ ଭିସ୍ତାରା ଯାତ୍ରୀମାନଙ୍କୁ କୁହାଯାଇଛି ଯେ 'ପାଣିପାଗ ପରିସ୍ଥିତି ଯୋଗୁଁ ଆଜି ଦିଲ୍ଲୀ ବିମାନବନ୍ଦରରେ ଭାରି ଟ୍ରାଫିକ୍ ଜାମ୍ ଏବଂ ଯାନବାହାନର ମନ୍ଥର ଗତି ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବିମାନ ବନ୍ଦରରେ ଶୀଘ୍ର ପହଞ୍ଚିବାକୁ ଓ ପ୍ରୋସେସିଂ କୁ ଅଧିକ ସମୟ ଦେବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆଜି ସକାଳୁ ପ୍ରବଳ ବର୍ଷା ହେତୁ ଦିଲ୍ଲୀର ବିମାନବନ୍ଦରର ଟର୍ମିନାଲ୍ ୧ର ପୁରୁଣା ପ୍ରସ୍ଥାନ ହଲ୍ର ଛାତର ଏକ ଅଂଶ ସକାଳ ପ୍ରାୟ ୫ ଟାରେ ଖସିପଡିଥିଲା। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି ଏବଂ ଜରୁରୀକାଳୀନ କର୍ମଚାରୀମାନେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ଚିକିତ୍ସା ସହାୟତା ଯୋଗାଉଛନ୍ତି।


ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ହେତୁ ଟର୍ମିନାଲ୍ ୧ ରୁ ସମସ୍ତ ବିମାନ ଉଡ଼ାଣ(Flight Takeoff) ସାମୟିକ ସ୍ଥଗିତ ରଖାଯାଇଛି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଚେକ୍ ଇନ୍ କାଉଣ୍ଟର ବନ୍ଦ କରାଯାଇଛି। ମୁଖପାତ୍ର କହିଛନ୍ତି ଯେ ବିମାନର ଆଗମନ ଉପରେ କୌଣସି ପ୍ରଭାବ ପଡିନାହିଁ। ଆମେ ଆପଣଙ୍କୁ ଏଠାରେ କହିରଖୁଛୁ ଯେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ (IGR Airport) ତିନୋଟି ଟର୍ମିନାଲ୍ ଅଛି -T1, T2 ଏବଂ T3, କେବଳ ଟର୍ମିନାଲ୍-୧ ରୁ କେବଳ ଘରୋଇ ବିମାନ(Domestic Flight) ଚଳାଚଳ କରିଥାଏ। 


Also Read: ଏହି ୬ରାଶିର ଯୋଡ଼ି ହୋଇଥାନ୍ତି ସୁପରଯୋଡି, ଜୀବନରେ ଦେଖନ୍ତି ଉନ୍ନତି ହିଁ ଉନ୍ନତି