କୋଇଲା ଖଣିରେ ଭୀଷଣ ଦୁର୍ଘଟଣା, ୫୧ ମୃତ
କାର୍ଯ୍ୟକାରୀ ଜରୁରୀକାଳୀନ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଚୁପ୍ରିୟନ କହିଛନ୍ତି ଯେ ଖଣିରୁ ମିଳିଥିବା ବ୍ୟକ୍ତି ଜଣକ ଉଦ୍ଧାରକାରୀ ଥିଲେ, ଯାହାକୁ ମୃତ ବୋଲି ଅନୁମାନ କରାଯାଉଥିଲା ।
ନୂଆଦିଲ୍ଲୀ: Russia Coal Mine Accident Update: ଋଷର ସାଇବେରିଆ (Siberia) ରେ ଏକ କୋଇଲା ଖଣିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଅତି କମରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଆଉ ଜଣେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ଖଣି କେମେରୋଭୋ (Kemerovo Region) ରେ ଅବସ୍ଥିତ । ମେସେଜିଂ ଆପ୍ ଟେଲିଗ୍ରାମରେ କେମେରୋଭୋ ଗଭର୍ଣ୍ଣର ସରୋଜ ସିଭିଲୋଭ କହିଛନ୍ତି ଯେ, ଜୀବିତ ବ୍ୟକ୍ତିଙ୍କୁ ଦକ୍ଷିଣ-ପଶ୍ଚିମ ସାଇବେରିଆର ଲିଷ୍ଟଭିଜନାୟା ଖଣିରୁ ଉଦ୍ଧାର କରାଯାଇଛି ଓ ତାଙ୍କୁ ଡାକ୍ତରଖାନା ନିଆଯାଉଛି ।
କାର୍ଯ୍ୟକାରୀ ଜରୁରୀକାଳୀନ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଚୁପ୍ରିୟନ କହିଛନ୍ତି ଯେ ଖଣିରୁ ମିଳିଥିବା ବ୍ୟକ୍ତି ଜଣକ ଉଦ୍ଧାରକାରୀ ଥିଲେ, ଯାହାକୁ ମୃତ ବୋଲି ଅନୁମାନ କରାଯାଉଥିଲା । କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ଗୁରୁବାର ୧୪ ଜଣଙ୍କର ମୃତ୍ୟୁର ପୃଷ୍ଟି ହୋଇଥିଲା- ୧୧ ଜଣ ଖଣି ଶ୍ରମିକଙ୍କ ମୃତଦେହ ମିଳିଛି ଓ ୩ ଜଣ ଉଦ୍ଧାରକାରୀଙ୍କ ପରେ ମୃତ୍ୟୁ ଘଟିଥିଲା । ଏକ ଦୁର୍ଗମ ଅଞ୍ଚଳରେ ଫସି ରହିଥିବା ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ଏହି ଉଦ୍ଧାକାରୀଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ସକାଳେ ଆଉ ୬ ମୃତଦେହ ଉଦ୍ଧାର କରାଯାଇଛି ଓ ୩୧ ଜଣ ନିଖୋଜ ଅଛନ୍ତି । ସେପଟେ ରାଜ୍ୟପାଳ ସିଭିଲିଭ କହିଛନ୍ତି ଯେ ଏହି ସମୟରେ ଅନ୍ୟ ବଞ୍ଚିଥିବା ଲୋକଙ୍କୁ ଖୋଜିବା ଅତ୍ୟନ୍ତ ଅସମ୍ଭବ ଅଟେ ।
ମିଥେନ ଗ୍ୟାସ ବିସ୍ଫୋରଣ ପରେ ଲାଗିଛି ନିଆଁ
ଗୁରୁବାର ମିଥେନ ଗ୍ୟାସ ବିସ୍ଫୋରଣ ଓ ଖଣିରେ ନିଆଁ ଲାଗିବାର କିଛି ଘଣ୍ଟା ପରେ ନିଆଁରୁ ମିଥେନ ଓ କାର୍ବନ ମୋନୋକ୍ସାଇଡ୍ ଗ୍ୟାସ ବ୍ୟାପିବା କାରଣରୁ ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେଶନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା । କେମେରୋଭୋ ଅଧିକାରୀଙ୍କ ଅନୁଯାୟୀ, ଖଣିରୁ ମୋଟ ୨୩୯ ଜଣଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୬୩ ଜଣ ଶୁକ୍ରବାର ସକାଳ ସୁଦ୍ଧା ଚିକିତ୍ସା ସହାୟତା ଲୋଡିଛନ୍ତି । ସରକାରୀ ସମ୍ବାଦ ଏଜେନ୍ସି ଟାସ ଓ ଆରଆଇ ନୋଭୋସ୍ତିକୁ ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି ଯେ ବଞ୍ଚିବାର କୌଣସି ଆଶା ନାହିଁ । ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୨ ଥିଲା । ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି ଜୀବିତ ମିଳିବା ପରେ ମୃତ୍ୟୁ ସଂଖ୍ୟା ୫୧କୁ ହ୍ରାସ ପାଇଛି ।
ତିନି ଦିନର ଶୋକ ଘୋଷଣା କରାଯାଇଛି
ଆଞ୍ଚଳିକ ଅଧିକାରୀମାନେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି । ସୁରକ୍ଷା ନିୟମର ଉଲ୍ଲଂଘନ (ସାଇବରିଆ କୋଇଲା ଖଣି ବିସ୍ଫୋରଣ) ଯୋଗୁଁ ନିଆଁ ଲାଗିଥିବା ଅଭିଯୋଗରେ ଋଷର ଅନୁସନ୍ଧାନ କମିଟି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଖଣିର ନିର୍ଦ୍ଦେଶକ ଓ ଦୁଇଜଣ ବରିଷ୍ଠ ପରିଚାଳକଙ୍କୁ ମଧ୍ୟ ଗିରଫ କରାଯାଇଛି । ଚଳିତ ମାସ ଆରମ୍ଭରେ ଖଣି ଯାଞ୍ଚ କରିଥିବା ରାଜ୍ୟ ଅଧିକାରୀଙ୍କ ଅବହେଳା ପାଇଁ ଶୁକ୍ରବାର ଦିନ ଆଉ ଏକ ଅପରାଧିକ ତଦନ୍ତ ଆରମ୍ଭ କରାଯାଇଛି ।
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଅଧିକ ପଢ଼ନ୍ତୁ:-ପଞ୍ଚାୟତ ନିର୍ବାଚନ ଜିତିଲେ ମୃତ ବ୍ୟକ୍ତି
ଅଧିକ ପଢ଼ନ୍ତୁ:-ଯଦି ଟଙ୍କାର ରହିଛି ଆବଶ୍ୟକତା, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ମିଳିବ ଏହି ସୁବିଧା