ପୁଟିନଙ୍କ ଟେନସନ୍ ବଢ଼ାଇଲା ନାଟୋ, ଋଷ ସୀମାରେ ମୁତୟନ କଲା ୪୦ ହଜାର ସୈନ୍ୟ
ନାଟୋ ସଂଗଠନରେ ଜଡିତ ଦେଶମାନେ ସେମାନଙ୍କର ନୀତି ବଦଳାଇବା ଆରମ୍ଭ କରିଛନ୍ତି । ସ୍ଥଳ, ସମୁଦ୍ରରୁ ବାୟୁ ପର୍ଯ୍ୟନ୍ତ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । କେବଳ ଏତିକି ନୁହେଁ, ସ୍ୱିଡେନ (Sweden) ଓ ଫିନଲ୍ୟାଣ୍ଡ (Finland) ଭଳି ଦେଶ ମଧ୍ୟ ଦଶନ୍ଧି ଧରି ଏହାଠାରୁ ଦୂରରେ ଥିବା ନାଟୋ (NATO) ର ଦ୍ୱାରରେ ପହଞ୍ଚିଛି । ଋଷରୁ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଉଭୟ ଦେଶ ଏହି ପଦକ୍ଷେପ ନେଇଛନ୍ତି । ଆଗାମୀ କିଛି ସପ୍ତାହ ମଧ୍ୟରେ ଉଭୟ ଦେଶ ନାଟୋର ଅଂଶ ହୋଇପାରିବେ ବୋଲି ମନେ କରାଯାଉଛି ।
ନୂଆଦିଲ୍ଲୀ: ୟୁକ୍ରେନ (Ukraine) ଉପରେ ଋଷ (Russia) ଯେଉଁ ଆଶଙ୍କାକୁ ନେଇ ଆକ୍ରମଣ କରିଥିଲା, ସେହି ସଙ୍ଗଠନର ସେନା ବର୍ତ୍ତମାନ ତା'ର ମୁଣ୍ଡ ଉପରେ ଆସି ବସିଛି । ଏକ ରିପୋର୍ଟ ଅନୁଯାୟୀ, ନାଟୋ (NATO) ପୂର୍ବ ୟୁରୋପୀୟ ଦେଶମାନଙ୍କ ସହ ଲାଗିଥିବା ଋଷର ସୀମାରେ ମୋଟ ୪୦ ହଜାର ସୈନିକ (NATO Army) ମୁତୟନ କରିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣର ଠିକ୍ ଗୋଟିଏ ବର୍ଷ ପୂର୍ବେ ଫେବୃଆରୀ ୨୦୨୧ରେ ନାଟୋ ନିର୍ଦ୍ଦେଶରେ ୪,୬୫୦ ସୈନ୍ୟ ମୁତୟନ କରାଯାଇଥିଲା । ଇଷ୍ଟୋନିଆ, ଲାଟଭିଆ, ଲିଥୁଆ ଏବଂ ପୋଲାଣ୍ଡରେ ଅବସ୍ଥାପିତ ଏହି ସୈନିକମାନଙ୍କ ମଧ୍ୟରେ ଅଲଗା ଅଲଗା ୪ଟି ଦେଶର ଯବାନ ସାମିଲ ଥିଲେ । ଏହା ପରେ ଋଷ ପକ୍ଷରୁ ମଧ୍ୟ ସୈନ୍ୟ ମୁତୟନ ବୃଦ୍ଧି କରାଯାଇଥିଲା ।
ଋଷ ୟୁକ୍ରେନ ସୀମାରେ ସୈନ୍ୟ (Russian Army) ମୁତୟନ ବୃଦ୍ଧି କରି କହିଥିଲା ଯେ, ସେ ପ୍ରତିରକ୍ଷା ଦିଗରେ ଏହି ପଦକ୍ଷେପ ନେଇଛି । ସେତେବେଳେ ଋଷ କହିଥିଲା ଯେ ୧୯୯୦ ପରଠାରୁ ପ୍ରଥମ ଥର ପାଇଁ ଏପରି ପରିସ୍ଥିତି ଘଟିଛି, ଯେତେବେଳେ ନାଟୋ (NATO) ଆମର ପୂର୍ବ ସୀମାରେ ଏପରି ଘେରାଉ କରିବାକୁ ଚେଷ୍ଟା କରିଛି । କିନ୍ତୁ ଋଷର ଏହି ପଦକ୍ଷେପ ପରେ ନାଟୋର ଆକ୍ରାମକତା ଆହୁରି ବୃଦ୍ଧି ପାଇଛି । ସେ ଋଷକୁ ଲାଗିଥିବା ନିଜର ସହଯୋଗୀ ଦେଶଗୁଡ଼ିକରେ ସୈନ୍ୟ ମୁତୟନ ବୃଦ୍ଧି କରିଥିଲା ଓ ବର୍ତ୍ତମାନ ଏହା ବଢ଼ିବାରେ ଲାଗିଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷର ପୂର୍ବ ସୀମାରେ ନାଟୋ ସୈନ୍ୟ ସଂଖ୍ୟା ୪୦,୦୦୦ ଅତିକ୍ରମ କରିଛି, ଯାହା ନାଟୋ ସଂଗଠନର ଅଂଶ ଅଟେ ।
କେବଳ ପୋଲାଣ୍ଡ (Poland) ବିଷୟରେ କହିବାକୁ ଗଲେ ସେଠାରେ ନାଟୋ (NATO) ସୈନ୍ୟଙ୍କ ସଂଖ୍ୟା ୧,୦୧୦ରୁ ବଢ଼ି ୧୦,୫୦୦କୁ ପହଞ୍ଚିଛି । ଏହା ବ୍ୟତୀତ ସ୍ଲୋଭାକିଆ, ହଙ୍ଗେରୀ, ରୋମାନିଆ ଏବଂ ବୁଲଗେରିଆରେ ମଧ୍ୟ ସୈନ୍ୟ ମୁତୟନ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିପାକ୍ଷିକ ସଂପର୍କ ଅନ୍ତର୍ଗତ ଅନେକ ୟୁରୋପୀୟ ଦେଶ ଆମେରିକୀୟ ସୈନ୍ୟଙ୍କ ମୁତୟନ ବୃଦ୍ଧି ପାଇଁ ଦାବି କରିଥିଲେ । ଏହିପରି ୟୁରୋପରେ ଆମେରିକାର ସୈନ୍ୟ ସଂଖ୍ୟା ପ୍ରାୟ ୧ ଲକ୍ଷରେ ପହଞ୍ଚିଛି, ଯାହା ୨୦୦୫ ପରଠାରୁ ସର୍ବାଧିକ ସଂଖ୍ୟା ରହିଛି । ପ୍ରକୃତରେ ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁରୋପୀୟ ଦେଶମାନଙ୍କରେ ଭୟର ବାତାବରଣ ସୃଷ୍ଟି ହୋଇଛି ଓ ସେମାନେ ନିଜର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଏହା ବି ପଢ଼ନ୍ତୁ:-ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ
ଏହା ବି ପଢ଼ନ୍ତୁ:-ବଡ଼ ଖୁଲାସା; ଜେଲେନସ୍କିଙ୍କ ପ୍ରେମରେ ପାଗଳ ପୁଟିନଙ୍କ ଝିଅ, ୫ ବର୍ଷ ଧରି ଚାଲିଛି ସମ୍ପର୍କ
ନାଟୋ ସଂଗଠନରେ ଜଡିତ ଦେଶମାନେ ସେମାନଙ୍କର ନୀତି ବଦଳାଇବା ଆରମ୍ଭ କରିଛନ୍ତି । ସ୍ଥଳ, ସମୁଦ୍ରରୁ ବାୟୁ ପର୍ଯ୍ୟନ୍ତ ଶକ୍ତି ବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । କେବଳ ଏତିକି ନୁହେଁ, ସ୍ୱିଡେନ (Sweden) ଓ ଫିନଲ୍ୟାଣ୍ଡ (Finland) ଭଳି ଦେଶ ମଧ୍ୟ ଦଶନ୍ଧି ଧରି ଏହାଠାରୁ ଦୂରରେ ଥିବା ନାଟୋ (NATO) ର ଦ୍ୱାରରେ ପହଞ୍ଚିଛି । ଋଷରୁ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଉଭୟ ଦେଶ ଏହି ପଦକ୍ଷେପ ନେଇଛନ୍ତି । ଆଗାମୀ କିଛି ସପ୍ତାହ ମଧ୍ୟରେ ଉଭୟ ଦେଶ ନାଟୋର ଅଂଶ ହୋଇପାରିବେ ବୋଲି ମନେ କରାଯାଉଛି । ଋଷ (Russia) ର ସୀମା ସହ ଫିନଲ୍ୟାଣ୍ଡର ଭୂ-ସୀମା ଲାଗିଛି । ଅନ୍ୟପଟେ ସ୍ୱିଡେନର ସାମୁଦ୍ରିକ ସୀମା ଲାଗିଛି ।