ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ
Advertisement
Article Detail0/zeeodisha/odisha1190286

ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ

 Odisha Weather Update, Monsoon: ପାଣିପାଗ ବିଭାଗ ଅନୁଯାୟୀ, ଏଥର ଜାତୀୟ ରାଜଧାନୀ ଦିଲ୍ଲୀରେ ସମୟ ପୂର୍ବରୁ ମୌସୁମୀ ପହଞ୍ଚିପାରେ । ବର୍ତ୍ତମାନ ମୌସୁମୀ ଆଣ୍ଡାମାନ ଓ ନିକୋବର ଉପରେ ପହଞ୍ଚିଛି ଏବଂ ଏହା ମେ' ୨୭ରେ କେରଳରେ ପହଞ୍ଚିବ ବୋଲି ମନେ କରାଯାଉଛି ।

ଓଡ଼ିଶାଠୁ ଆରମ୍ଭ କରି ଦିଲ୍ଲୀ-ୟୁପି ପର୍ଯ୍ୟନ୍ତ, ଜାଣନ୍ତୁ କେଉଁ ରାଜ୍ୟରେ କେବେ ପହଞ୍ଚିବ ମୌସୁମୀ

ନୂଆଦିଲ୍ଲୀ: Odisha Weather Update, Monsoon: ପ୍ରଚଣ୍ଡ ଖରା ଓ ଲୁ ଯୋଗୁଁ ସମସ୍ୟାର ସାମ୍ନା କରୁଥିବା ଲୋକମାନେ ମୌସୁମୀକୁ ଉତ୍କଣ୍ଠାର ସହ ସହିତ ଅପେକ୍ଷା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (IMD) ମଧ୍ୟ ମୌସୁମୀ (Monsoon) କୁ ନେଇ ଭଲ ଖବର ଦେଇଛି । ପାଣିପାଗ ବିଭାଗ କହିଛି ଆସନ୍ତା ୨୭ ତାରିଖ ମଧ୍ୟରେ କେରଳରେ ମୌସୁମୀ (Kerala Monsoon) ପହଞ୍ଚିବାର ସମ୍ଭାବନା ରହିଛି ଓ ଏହାର ୧୫ ଦିନ ପରେ ଅର୍ଥାତ ଜୁନ ୭ରୁ ୧୦ରୁ ମଧ୍ୟରେ ଏହା ଓଡ଼ିଶା (Odisha Monsoon) ରେ ପହଞ୍ଚିବ । ସେହିପରି ପାଣିପାଗ ବିଭାଗ କହିଛି ଦିଲ୍ଲୀ, ୟୁପି ସମେତ ଉତ୍ତର ଭାରତରେ ମୌସୁମୀ ବର୍ଷା କେବେ ହେବ । 

ପାଣିପାଗ ବିଭାଗ ଅନୁଯାୟୀ, ପୂର୍ବ ୟୁପିରେ ଜୁନ ୨୦ରୁ ମୌସୁମୀ ଆରମ୍ଭ ହୋଇପାରେ । ଏଥି ସହିତ ଜୁନ ୨୫ରୁ ମୌସୁମୀ ପଶ୍ଚିମ ୟୁପିରେ ଏଣ୍ଟ୍ରି ମାରିପାରେ । ପାଣିପାଗ ବିଭାଗର ଏହି ପୂର୍ବାନୁମାନରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ସମଗ୍ର ଆଣ୍ଡାମାନ ସାଗର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ମଧ୍ୟ ପୂର୍ବ ପୂର୍ବ ବଙ୍ଗୋପସାଗରକୁ ଆଚ୍ଛାଦନ କରିବ । ସାଧାରଣତଃ ମେ' ୨୨ ପରେ ଏହି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଥାଏ । ଏଥର ଏହା ଛଅ ଦିନ ପୂର୍ବରୁ ସକ୍ରିୟ ହୋଇଯାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ଏଥର ଜାତୀୟ ରାଜଧାନୀ ଦିଲ୍ଲୀରେ ସମୟ ପୂର୍ବରୁ ମୌସୁମୀ ପହଞ୍ଚିପାରେ । ବର୍ତ୍ତମାନ ମୌସୁମୀ ଆଣ୍ଡାମାନ ଓ ନିକୋବର ଉପରେ ପହଞ୍ଚିଛି ଏବଂ ଏହା ମେ' ୨୭ରେ କେରଳରେ ପହଞ୍ଚିବ ବୋଲି ମନେ କରାଯାଉଛି ।

ପାଣିପାଗ ବିଭାଗ ମୌସୁମୀ ସମ୍ବନ୍ଧରେ ଏକ ସମ୍ପୂର୍ଣ୍ଣ ମାନଚିତ୍ର ଜାରି କରିଛି  ଓ କେଉଁ ରାଜ୍ୟରେ କେବେ ମୌସୁମୀ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି । ମ' ୧୬ରେ ମୌସୁମୀ ଆଣ୍ଡାମାନରେ ପହଞ୍ଚିଛି । ଏହା ପରେ ଜୁନ ୧ରେ ଲାକ୍ଷାଦୀପ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହା ଜୁନ ୧୦ରେ ମହାରାଷ୍ଟ୍ରରେ ପହଞ୍ଚିବ । ଏଥି ସହିତ ଜୁନ ୧୫ରେ ଏହା ମଧ୍ୟପ୍ରଦେଶ, ଛତିଶଗଡ, ବିହାର ଇତ୍ୟାଦି ରାଜ୍ୟରେ ପହଞ୍ଚିବ ।

ଏହା ବି ପଢ଼ନ୍ତୁ:-ବଡ଼ ଖୁଲାସା; ଜେଲେନସ୍କିଙ୍କ ପ୍ରେମରେ ପାଗଳ ପୁଟିନଙ୍କ ଝିଅ, ୫ ବର୍ଷ ଧରି ଚାଲିଛି ସମ୍ପର୍କ

ଏହା ବି ପଢ଼ନ୍ତୁ:-LPG ଗ୍ରାହକଙ୍କୁ ଠିକଣା ପ୍ରୁଫ୍ ବିନା ମିଳିବ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେଉଁଠାରେ ଓ କିପରି କରିବେ ବୁକ୍

ସେହିପରି ମୌସୁମୀ ମେ' ୨୬ରେ ବଙ୍ଗୋପସାଗରର ଆଖପାଖ ଅଞ୍ଚଳରେ ପହଞ୍ଚିବ ।

ମେ' ୨୭- ଜୁନ ୧ କେରଳ, ଲାକ୍ଷାଦୀପ, ପୁଡୁଚେରୀ, ତାମିଲନାଡୁ 

ଜୁନ ୫ କର୍ଣ୍ଣାଟକ, ଆସାମ, ମେଘାଳୟ 

ଜୁନ ୬-୧୦ ମହାରାଷ୍ଟ୍ର, ତେଲେଙ୍ଗାନା, ସିକ୍କିମ୍ 

ଜୁନ ୧୧-୧୫ ଛତିଶଗଡ, ବିହାର, ଝାଡଖଣ୍ଡ 

ଜୁନ ୧୬-୨୦ ପୂର୍ବ ଉତ୍ତର ପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ

ଜୁନ ୨୧-୨୫ ପଶ୍ଚିମ ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହିମାଚଳ ପ୍ରଦେଶ, ଜାମ୍ମୁ କଶ୍ମୀର 

ଜୁନ ୨୬-୩୦ ପଞ୍ଜାବ, ହରିୟାଣା 

ପାଣିପାଗ ବିଭାଗର ସୂଚନାନୁସାରେ, ସାଧାରଣତଃ ଜୁନ ୧ରେ କେରଳରେ ମୌସୁମୀ ପହଞ୍ଚେ । ଏଥର ଆଶ୍ୱସ୍ତି ଖବର ହେଉଛି ତିନିରୁ ପାଞ୍ଚ ଦିନ ପୂର୍ବରୁ ମୌସୁମୀ ଏଠାରେ ପହଞ୍ଚିପାରେ । ଏହାର ଅର୍ଥ ହେଉଛି ଯେ ମେ ୨୭ରୁ ଜୁନ ୧ ପର୍ଯ୍ୟନ୍ତ ଏଠାରେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି ।