ନୂଆଦିଲ୍ଲୀ: Russia-Ukraine War: ଲଗାତର ୨୦ ଦିନ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷର ଅନେକ କିଛି ବାଜି ଲାଗିଛି । ଋଷ ଲଗାତର ୟୁକ୍ରେନ ଉପରେ ନିଜର ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି  ଓ ଏହି ଯୁଦ୍ଧରେ ଉଭୟ ଦେଶ କ୍ଷତି ସହିଛନ୍ତି । କିନ୍ତୁ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ଋଷକୁ ମହଙ୍ଗା ପଡ଼ୁଛି । କେବଳ ଋଷର ସୈନିକମାନେ (Russian Soldiers) ଯୁଦ୍ଧରେ ନିହତ ହେଉନାହାଁନ୍ତି, ବରଂ ଦେଶକୁ ଏକ ବଡ଼ ଆର୍ଥିକ କ୍ଷତି ମଧ୍ୟ ପହଞ୍ଚିଛି । ବର୍ତ୍ତମାନ ଋଷ ଚୀନ (China) ଠାରୁ ସାହାଯ୍ୟ ମାଗିଛି ।


COMMERCIAL BREAK
SCROLL TO CONTINUE READING

ଆମେରିକାର ସୁରକ୍ଷା ପରାମର୍ଶଦାତା କହିଛନ୍ତି ଯେ, ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଋଷ (Russia) ଚୀନ (China) ଠାରୁ ଅସ୍ତ୍ରଶସ୍ତ୍ର ମାଗିଛି । ଋଷର ଏହି ପଦକ୍ଷେପ ରୋମରେ ହେବାକୁ ଥିବା ବୈଠକ ପୂର୍ବରୁ ଆମେରିକା ଓ ଚୀନ ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି କରିଛି । ଏହି ବାର୍ତ୍ତାଳାପ ପୂର୍ବରୁ ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ (Jake Sullivan) ଖୋଲାଖୋଲି ଭାବରେ ଚୀନକୁ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱସ୍ତରୀୟ ପ୍ରତିବନ୍ଧକରୁ ରକ୍ଷା ପାଇବା ପାଇଁ ଋଷକୁ ସାହାଯ୍ୟ କରନ୍ତୁ ନାହିଁ ।


ଏହି ବୈଶ୍ୱିକ ପ୍ରତିବନ୍ଧକ ଋଷର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ସେ କହିଛନ୍ତି ଯେ ଆମେ ଏହା ଘଟିବାକୁ ଦେବୁ ନାହିଁ । ଋଷକୁ ଚୀନର ଆର୍ଥିକ ସହାୟତା ପ୍ରଦାନ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ଅନ୍ୟତମ ଚିନ୍ତା । ଆମେରିକାର ଜଣେ ଅଧିକାରୀ କହିଛନ୍ତି ଯେ ନିକଟ ଅତୀତରେ ଋଷ ଚୀନକୁ ସାମରିକ ଉପକରଣ ଓ ଅନ୍ୟାନ୍ୟ ସାହାଯ୍ୟ ମାଗିଛି ।


ବାଇଡେନ ପ୍ରଶାସନ ମଧ୍ୟ ଋଷକୁ ନେଇ ଚାଇନା ଉପରେ ଭୁଲ ତଥ୍ୟ ପ୍ରଚାର କରୁଥିବାର ଅଭିଯୋଗ ଆଣିଛି, ଯାହା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ୟୁକ୍ରେନ ଉପରେ ରାସାୟନିକ ଆକ୍ରମଣ ଆରମ୍ଭ କରିବାର ବାହାନା ହୋଇପାରେ । ଆମେରିକାର ସହାୟତାରେ ୟୁକ୍ରେନ ଏକ ରାସାୟନିକ ଅସ୍ତ୍ର ଲ୍ୟାବ ଚଳାଉଛି ବୋଲି ବେଜିଂ ଋଷର ମିଥ୍ୟା ଦାବି ପ୍ରଚାର କରୁଛି ବୋଲି ଆମେରିକାର ପ୍ରଶାସନିକ ଅଧିକାରୀ କହିଛନ୍ତି ।


ଋଷର ୟୁକ୍ରେନ ଉପରେ ଆକ୍ରମଣ ଚାଇନାକୁ ଏହାର ଦୁଇ ବଡ଼ ବାଣିଜ୍ୟ ସହଯୋଗୀ ଆମେରିକା ଓ ୟୁରୋପୀୟ ୟୁନିଅନ୍ (EU) ସହିତ ଏକ ଅସୁରକ୍ଷିତ ଅବସ୍ଥାରେ ରଖିଛି । ଚୀନ ଏହି ବଜାରଗୁଡିକୁ ପ୍ରବେଶ ଆବଶ୍ୟକ କରେ କିନ୍ତୁ ମସ୍କୋ ପାଇଁ ମଧ୍ୟ ସମର୍ଥନ ଦେଖାଇଛି । ଚୀନ କହିଛି ଯେ ଋଷ ସହିତ ତା'ର ବନ୍ଧୁତାର କୌଣସି ସୀମା ନାହିଁ ।


ଏହା ବି ପଢ଼ନ୍ତୁ:-ଭାଙ୍ଗିଯିବ ଇମ୍ରାନ ସରକାର! ମାର୍ଚ୍ଚ ୨୮ରେ ଦେବେ ଅଗ୍ନି ପରୀକ୍ଷା


ଏହା ବି ପଢ଼ନ୍ତୁ:-କୋରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ କଡ଼ା ଚେତାବନୀ ଜାରି କଲା WHO


ଏହା ବି ପଢ଼ନ୍ତୁ:-ବର୍ଷର ପ୍ରଥମ 'ସୂର୍ଯ୍ୟ ପରାଗ' ଚମକାଇବ ଏହି ୪ଟି ରାଶିର ଭାଗ୍ୟ! ଜାଣି ନିଅନ୍ତୁ ତାରିଖ


 


ସେପଟେ ୟୁକ୍ରେନ ସହିତ ଯୁଦ୍ଧରେ ଋଷର ଅନେକ ଆର୍ଥିକ କ୍ଷତି ହୋଇଛି । ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧ ପରେ ଦେଶର ୬୪୦ ବିଲିୟନ ଡଲାରର ସୁନା ଓ ବୈଦେଶିକ ମୁଦ୍ରା ଭଣ୍ଡାରର ପ୍ରାୟ ଅଧା ଅଂଶ ଫ୍ରିଜ୍ ହୋଇସାରିଛି ବୋଲି ଅର୍ଥମନ୍ତ୍ରୀ ଆଣ୍ଟୋନ୍ ସିଲୁଏନୋଭ କହିଛନ୍ତି । ବର୍ତ୍ତମାନ ରୁଷ ନିଜର ଋଣଦାତାମାନଙ୍କୁ ରୁବଲ୍ ମାଧ୍ୟମରେ ପେମେଣ୍ଟ କରିବ ।