ଋଷକୁ ଚାରିପଟୁ ଘେରିବାରେ ଲାଗିଛି NATO! ବାଲଟିକ୍ ସାଗରରୁ କଳା ସାଗର ଯାଏ ମୁତୟନ ହେଲା ନାଟୋର ୮ଟି ଯୁଦ୍ଧ ଜାହାଜ
ନାଟୋ (NATO) ର ଏହି ଜରୁରୀକାଳୀନ ବୈଠକରେ ସମଗ୍ର ଦୁନିଆର ନଜର ଥିଲା, କାରଣ ୟୁକ୍ରେନ (Ukraine) ରେ ଋଷ (Russia) ବିରୋଧରେ ନାଟୋର କାଉଣ୍ଟର ପ୍ଲାନ୍ ଉପରେ ଜରୁରୀକାଳୀନ ବୈଠକରେ ମୋହର ଲାଗିବାର ଥିଲା ।
ନୂଆଦିଲ୍ଲୀ: Russia-Ukraine War: ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣର ଏକ ମାସ ପରେ ଗୁରୁବାର ନାଟୋର ନେତାମାନେ (NATO Leaders) ବ୍ରୁସେଲ୍ସ (Brussels) ରେ ସାକ୍ଷାତ କରିଛନ୍ତି । ଏଠାରେ ସେମାନେ କହିଛନ୍ତି ଯେ, ଋଷର ଆକ୍ରମଣର ମୁକାବିଲା ତଥା ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିବା ପାଇଁ ଆମେ ୟୁକ୍ରେନକୁ ସୁରକ୍ଷା ସହାୟତା ଜାରି ରଖିବୁ । ଏହି ସମୟରେ ନାଟୋ (NATO) କହିଛି ଯେ ବାଲଟିକ୍ ସାଗର (Baltic Sea) ରୁ କଳା ସାଗର (Black Sea) ପର୍ଯ୍ୟନ୍ତ ମୋଟ ୮ଟି ନାଟୋ ଯୁଦ୍ଧ ଜାହାଜ (Battle fleets) ମଧ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଅଛି ।
ନାଟୋ (NATO) ର ଏହି ଜରୁରୀକାଳୀନ ବୈଠକରେ ସମଗ୍ର ଦୁନିଆର ନଜର ଥିଲା, କାରଣ ୟୁକ୍ରେନ (Ukraine) ରେ ଋଷ (Russia) ବିରୋଧରେ ନାଟୋର କାଉଣ୍ଟର ପ୍ଲାନ୍ ଉପରେ ଜରୁରୀକାଳୀନ ବୈଠକରେ ମୋହର ଲାଗିବାର ଥିଲା ।
ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ସମେତ ବିଶ୍ୱର ୩୦ଟି ଦେଶର ଶୀର୍ଷ ନେତୃତ୍ୱ ମନ୍ଥନ କରିଛନ୍ତି । ବୈଠକରୁ ଯେଉଁ ବଡ଼ କଥା ସାମ୍ନାକୁ ଆସିଛି, ସେଥିରେ ସ୍ପଷ୍ଟ ଜଣାପଡ଼ୁଛି ଯେ ପୁଟିନ (Vladimir Putin) ନିଜର ହିଁ ପରମାଣୁ ଜାଲରେ ଅତି ଖରାପ ଭାବେ ଫସିଛନ୍ତି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବୈଠକରେ ୟୁକ୍ରେନର କୌଣସି ଲାଭ ବିଷୟରେ ଆଲୋଚନା କରାଯାଇ ନାହିଁ । ଏହି ବୈଠକରେ ନାଟୋ (NATO) ନିଜର ପ୍ରତିରକ୍ଷା ପାଇଁ ସମସ୍ତ ଯୋଜନା ଉପରେ ସିଧାସଳଖ ଆଲୋଚନା କରିଛି ।
ନାଟୋର ୩୦ଟି ଦେଶ, ଜି-7 (G-7) ର ସାତୋଟି ଦେଶ ଏବଂ ୟୁରୋପୀୟ ୟୁନିଅନ (European Union) ର ୨୭ଟି ଦେଶ ପୁଟିନ (Putin) ଙ୍କ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି । ନାଟୋର ଉଦ୍ଦେଶ୍ୟ ହେଉଛି ଋଷ (Russia) ର ସାମରିକ ଅବରୋଧ କରିବା ଯାହା ଦ୍ୱାରା ଏସବୁ ଦେଶ ଉପରେ ଆକ୍ରମଣ ହେଲେ ନାଟୋ ଆକ୍ରମଣ କରିପାରିବ । ଜି-7 ଦେଶଗୁଡିକର ଉଦ୍ଦେଶ୍ୟ ହେଉଛି ଅର୍ଥନୈତିକ ପ୍ରତିବନ୍ଧକ ବୃଦ୍ଧି କରି ଋଷ ଉପରେ ଚାପ ପକାଇବା ଓ ୟୁରୋପୀୟ ୟୁନିଅନ୍ ଏହି ପ୍ରସଙ୍ଗରେ ଋଷ ଉପରେ କୂଟନୈତିକ ଆକ୍ରମଣ କରିବାକୁ ଚାହୁଁଛି ।
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପରମାଣୁ ଅସ୍ତ୍ରକୁ ମାତ୍ ଦେବ ଆମେରିକାର 'ଟାଇଗର' ଟିମ, ଅତି ଘାତକ ଭାବେ କରେ କାମ; ଜାଣନ୍ତୁ ଏହା ବିଷୟରେ...
ଏହା ବି ପଢ଼ନ୍ତୁ:-ଖରାପ ଖବର: ବନ୍ଦ ହେଲା ଆଉ ଏକ ବ୍ୟାଙ୍କ, ଜାଣନ୍ତୁ ଜମା ହୋଇଥିବା ଟଙ୍କା ଫେରସ୍ତ ହେବ କି ନାହିଁ
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!
ନାଟୋ ଜରୁରୀ ବୈଠକର ୧୦ଟି ବଡ଼ କଥା
୧. ଆଣ୍ଟି-ଟ୍ୟାଙ୍କ, ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ଡ୍ରୋନ୍ ଯୋଗାଇବ
୨. ଜଳ, ସ୍ଥଳ ଏବଂ ବାୟୁରେ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ
୩. ବୁଲଗେରିଆ, ହଙ୍ଗେରୀ, ରୋମାନିଆ, ସ୍ଲୋଭାକିଆରେ ୪ଟି ନୂତନ ଯୁଦ୍ଧ ଗୋଷ୍ଠୀର ମୁତୟନ
୪. ବାଲଟିକ୍ ସାଗରରୁ କଳା ସାଗର ପର୍ଯ୍ୟନ୍ତ ନାଟୋର ମୋଟ ୮ଟି ଯୁଦ୍ଧ ଜାହାଜ ମୁତୟନ
୫. ସମୁଦ୍ରରେ ଯୁଦ୍ଧ ଜାହାଜ ମୁତୟନ କରିବା, ଆଟାକ୍ ବୁଡ଼ାଜାହାଜ ନିୟୋଜିତ ହେବ ।
୬. ଋଷ ସୀମାରେ ଭୂମି ଉପରେ ସେନା ବୃଦ୍ଧି ପାଇବ, ଆକାଶରେ ଜେଟଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇବ
୭. ୟୁରୋପରେ ୧ ଲକ୍ଷ ଆମେରିକୀୟ ଓ ୪୦ ହଜାର ନାଟୋ ଦେଶର ସୈନ୍ୟ ମୁତୟନ
୮. ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ଋଷକୁ ଏକ ବଡ଼ ମୂଲ୍ୟ ଦେବାକୁ ପଡିବ
୯. ଋଷକୁ ସାହାଯ୍ୟ ନକରିବାକୁ ଚୀନକୁ ଚେତାବନୀ ଦିଆଯାଇଛି
୧୦. ପୁଟିନଙ୍କୁ ସାହାଯ୍ୟ କରୁଥିବା ବେଲାଋଷ ( Belarus) କୁ ଭବିଷ୍ୟତରେ ନିଜର ପରିଣାମର ଭୋଗିବାକୁ ପଡ଼ିବ ।