ଋଷକୁ କଡ଼ା ଜବାବ ଦେଲା ୟୁକ୍ରେନ; ୨ ଦିନରେ ସେନାର ଦୁଇ ବଡ଼ ଅଧିକାରୀଙ୍କ ମୃତ୍ୟୁ, ବର୍ତ୍ତମାନ ରେଜିମେଣ୍ଟ କମାଣ୍ଡର ମଧ୍ୟ ନିହତ
Russia-Ukraine War: ଏହାପୂର୍ବରୁ ମଙ୍ଗଳବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ (Ukrainian Defense Minister Oleksey Reznikov) ଋଷର ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ଓ ଲୋକଙ୍କ ହତାହତ ସମ୍ପର୍କରେ ଏକ ନୂତନ ଆକଳନ ଜାରି କରିଛନ୍ତି । ସେ କହିଛନ୍ତି ଯେ ଋଷର ସେନାର ଆକ୍ରମଣରେ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଲଗାତର ୧୪ ଦିନ ଧରି ଯୁଦ୍ଧ ଜାରି ରହିଛି । ଦିନକୁ ଦିନ ଏହି ଲଢ଼େଇ ଭୀଷଣ ହେବାରେ ଲାଗିଛି । ୟୁକ୍ରେନର ସେନା (Ukraine Army) ଋଷ ସେନା (Russian Army) ବିରୋଧରେ ଜୋରଦାର ଲଢ଼େଇ କରୁଛି । ଏହି ସମୟରେ ୟୁକ୍ରେନ ଯୁଦ୍ଧରେ ଋଷର ଜଣେ ବରିଷ୍ଠ ଅଧିକାରୀ ନିହତ ହୋଇଛନ୍ତି । ଭୋଲଗୋଗ୍ରାଡ ରେଜିମେଣ୍ଟର ଲେଫ୍ଟନାଣ୍ଟ କର୍ଣ୍ଣେଲ ୟୁରୀ ଅଗାର୍କୋଭ (Lieutenant Colonel Yuri Agarkov of the Volgograd Regiment) ୟୁକ୍ରେନ ସୈନ୍ୟ (Ukriane Troops) ଦ୍ୱାରା ନିହତ ହୋଇଛନ୍ତି । ଏହା ଋଷ ପାଇଁ 2 ଦିନର ଦ୍ୱିତୀୟ ବଡ଼ ଝଟକା କାରଣ ମଙ୍ଗଳବାର ୟୁକ୍ରେନ ମେଜର ଜେନେରାଲ ଭିଟାଲୀ ଜେରାସିମୋଭ (Major General Vitaly Gerasimov) ଙ୍କୁ ମାରିବାରେ ସଫଳ ହୋଇଥିଲା, ଯିଏ ୨୦୧୪ରେ କ୍ରିମିଆ (Crimea) ଉପରେ ଋଷର ଦଖଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
କ୍ରିମିଆ (Crimea) ଦଖଲ ପାଇଁ ତାଙ୍କୁ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା । ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସେ ସିରିଆ (Syria) ଓ ଚେଚେନ୍ୟା (Chechnya) ରେ ଋଷର ସୈନ୍ୟବାହିନୀ (Russian forces) ସହ ମିଶି ଲଢ଼ିଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ଋଷ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ମେଜର ଜେନେରାଲ ଭିଟାଲୀ ଜେରାସିମୋଭ ଋଷର କେନ୍ଦ୍ରୀୟ ମିଲିଟାରୀ ଡିସ୍ଟ୍ରିକ୍ଟର 41 ତମ ସେନାର ପ୍ରଥମ ଡେପୁଟି କମାଣ୍ଡର ଥିଲେ ।
ଏହା ବି ପଢ଼ନ୍ତୁ:-ଏହି ମୂଲ୍ୟବାନ ସମ୍ପଦ ପାଇଁ ୟୁକ୍ରେନ ଉପରେ ଆକ୍ରମଣ କଲେ ପୁଟିନ!
ଏହା ବି ପଢ଼ନ୍ତୁ:-ସ୍ୱଦେଶକୁ ନ ଫେରି ୟୁକ୍ରେନର ସେନାରେ ଯୋଗ ଦେଇ ଋଷ ବିରୁଦ୍ଧରେ ଲଢ଼ୁଛନ୍ତି ଏହି ଭାରତୀୟ ଯୁବକ, ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି
ଏହା ବି ପଢ଼ନ୍ତୁ:-ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କଲେ ଏସବୁ ବ୍ୟାଙ୍କ! ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା
ଏହାପୂର୍ବରୁ ମଙ୍ଗଳବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ (Ukrainian Defense Minister Oleksey Reznikov) ଋଷର ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ଓ ଲୋକଙ୍କ ହତାହତ ସମ୍ପର୍କରେ ଏକ ନୂତନ ଆକଳନ ଜାରି କରିଛନ୍ତି । ସେ କହିଛନ୍ତି ଯେ ଋଷର ସେନାର ଆକ୍ରମଣରେ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ରେଜନିକୋଭ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଅତିକମରେ ମୋଟ ୪୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ୮୦୦ ଜଣ ଆହତ ହୋଇଛନ୍ତି । ତେବେ ଏହି ସଂଖ୍ୟା ନିଶ୍ଚିତ ଭାବରେ ଅସମ୍ପୂର୍ଣ୍ଣ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଋଷର ଆକ୍ରମଣରେ ୨୦୦ରୁ ଅଧିକ ୟୁକ୍ରେନ ସ୍କୁଲ, ୩୪ ଡାକ୍ତରଖାନା ଏବଂ ୧,୫୦୦ ଆବାସିକ କୋଠା ଧ୍ୱଂସ ହୋଇଯାଇଛି ।
ରେଜନିକୋଭ ଆକଳନ କରିଛନ୍ତି ଯେ, ପ୍ରାୟ ୧୦,୦୦୦ ବିଦେଶୀ ଛାତ୍ର ଫସି ଅଛନ୍ତି, ଯେଉଁଥିରେ ମୁଖ୍ୟତଃ ଭାରତ, ଚୀନ ଏବଂ ପାରସ୍ୟର ଉପସାଗରର ଅଛନ୍ତି ।