ନୂଆଦିଲ୍ଲୀ: Russia-Ukraine War, Necluer War: ଋଷ ( Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ଯୁଦ୍ଧ ସ୍ଥିତି ଦିନକୁ ଦିନ ଅଧିକ ଆକ୍ରାମକ ହେବାରେ ଲାଗିଛି । ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ (Russian President Valdimir Putin)  ନିଜ ସେନାକୁ ଆକ୍ରମଣକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଋଷର ସେନା (Russian Army) ସବୁ ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ (Kharkiv) ରେ ଏକ ଗ୍ୟାସ ପାଇପଲାଇନ ବିସ୍ଫୋରଣ ହୋଇଛି । ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଏକ ତେଲ ଡିପୋ ଉପରେ ଆକ୍ରମଣ କରାଯାଇଛି । ଏହି ସମୟରେ ଆମେରିକା (America) ତରଫରୁ ବଡ଼ ବୟାନ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ (US President Joe Biden) ଏକ ସାକ୍ଷାତକାରରେ କହିଛନ୍ତି ଯେ, ଋଷ (Russia) କୁ ରୋକିବା ପାଇଁ କେବଳ ଦୁଇଟି ବିକଳ୍ପ ଅଛି । ପ୍ରଥମଟି ହେଉଛି ଋଷ ସହିତ ସିଧାସଳଖ ଯୁଦ୍ଧ କରିବା ଓ ତୃତୀୟ ବିଶ୍ୱଯୁଦ୍ଧ (Third World War) ଆରମ୍ଭ କରିବା । କିମ୍ବା ଅନ୍ୟ ଏକ ବିକଳ୍ପ ହେଉଛି ସୁନିଶ୍ଚିତ କରିବା ଯେ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରୁଥିବା କୌଣସି ଦେଶକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ । ସେ କହିଛନ୍ତି ଯେ ପ୍ରତିବନ୍ଧକ ପାଇଁ ଏକମାତ୍ର ବିକଳ୍ପ ହେଉଛି ତୃତୀୟ ବିଶ୍ୱଯୁଦ୍ଧ । ସେ କହିଛନ୍ତି ଯେ ଯେଉଁ ସବୁ ପ୍ରତିବନ୍ଧକ ଲଗାଯାଇଛି, ସେଗୁଡ଼ିକର ପ୍ରଭାବ ବ୍ୟାପକ ହେବ । 


ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶ ତରଫରୁ ଋଷ (Russia) ଉପରେ ବିଭିନ୍ନ ପ୍ରକାରର କଟକଣା ଲାଗୁ କରାଯାଇଛି । ଏଥିରେ ଅନେକ ଆର୍ଥିକ ଓ ବ୍ୟବସାୟିକ ପ୍ରତିବନ୍ଧକ ସାମିଲ ରହିଛି । ଏହି ପ୍ରତିବନ୍ଧକଗୁଡିକ ବହୁତ ପ୍ରଭାବ ପକାଇବ ବୋଲି ଆମେରିକା ରାଷ୍ଟ୍ରପତି (US President) କହିଛନ୍ତି  । ଏହି ସମୟ ମଧ୍ୟରେ ଆମେରିକା, ୟୁରୋପୀୟ ସଂଘ (European Union) ଏବଂ ବ୍ରିଟେନ (UK) ମଧ୍ୟ ରୁଷର କେନ୍ଦ୍ରୀୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏଥି ସହିତ ଋଷକୁ SWIFT ସିଷ୍ଟମରୁ ନିଷିଦ୍ଧ କରିବାକୁ ଆମେରିକା ଓ ଏହାର ସଦସ୍ୟମାନେ ସହମତ ହୋଇଛନ୍ତି । ଯଦି ଏହା ଘଟେ, ତେବେ ଋଷ ଆନ୍ତର୍ଜାତୀୟ କାରବାରରୁ ସମ୍ପୂର୍ଣ୍ଣରୂପେ ବିଚ୍ଛିନ୍ନ ହୋଇଯିବ ଓ ଏହାର ବହୁତ ପ୍ରଭାବ ପଡ଼ିବ । ତେବେ ଏହାର ଜବାବରେ ଋଷ ଅଶୋଧିତ ତୈଳ ଯୋଗାଣ ବନ୍ଦ କରିପାରେ, ଯାହା ୟୁରୋପରେ ଏକ ବୃହତ ଶକ୍ତି ସଙ୍କଟ ସୃଷ୍ଟି କରିବ ।


ଏହା ବି ପଢ଼ନ୍ତୁ:-ବିନାଶ ଅଭିମୂଖେ ଦୁନିଆ! ଋଷ ଆରମ୍ଭ କଲା ପରମାଣୁ ଯୁଦ୍ଧାଭ୍ୟାସ


ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ଚଳିତ ମାସର ଦରମା ସହିତ ମିଳିବ ଏତିକି ଟଙ୍କାର ବକେୟା ରାଶି


ଏହା ବି ପଢ଼ନ୍ତୁ:-ଯୁଦ୍ଧରେ ଋଷର ୫ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ! ୟୁକ୍ରେନ ସେନା ଦ୍ୱାରା ଧ୍ୱଂସ ହେଲାଣି ୨୯ ଯୁଦ୍ଧ ବିମାନ, ୧୯୧ ଟ୍ୟାଙ୍କ...


ଏହା ବି ପଢ଼ନ୍ତୁ:-ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର


 


ୟୁକ୍ରେନ (Ukraine) କୁ ସାହାଯ୍ୟ କରିବାକୁ ଜର୍ମାନୀ ମଧ୍ୟ ଆଗକୁ ଆସିଛି । ସେ ୟୁକ୍ରେନକୁ ଅନେକ ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ ଏବଂ ରକେଟ୍ ଯୋଗାଇଛି । ଏହା ବ୍ୟତୀତ ଜର୍ମାନୀ (Germany) ଋଷକୁ ମଧ୍ୟ ତା'ର ଆକାଶ ସୀମା ବ୍ୟବହାର କରିବା ଉପରେ ରୋକ ଲଗାଇଛି ।