ନୂଆଦିଲ୍ଲୀ: Russian-Ukraine War, Ukraine Deputy Prime Minister Iryna Andriivna Vereshchuk: ଋଷ ଓ ୟୁକ୍ରେନ ମଧ୍ୟରେ ଏକ ମାସ ଧରି ଯୁଦ୍ଧ ଜାରି ରହିଛି । ଏହି ସମୟରେ ଋଷ ଓ ୟୁକ୍ରେନ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି । ଋଷ ସେନାର ଆକ୍ରମଣର ମୁକାବିଲା କରୁଛି ୟୁକ୍ରେନ ସେନା । ଏହି ସମୟରେ ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀଙ୍କ ପୁରୁଣା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ୟୁକ୍ରେନର ଉପ-ପ୍ରଧାନମନ୍ତ୍ରୀ ଇରିନା ଆଣ୍ଡ୍ରିଭନା ଭେରେଶଚୁକ୍ (Iryna Andriivna Vereshchuk) ଏକଦା ଚାହୁଁଥିଲେ ଯେ ତାଙ୍କ ଦେଶକୁ ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ଭଳି ରାଷ୍ଟ୍ରପତି ମିଳୁ । ସେ ଏହା ମଧ୍ୟ କହିଛନ୍ତି ଯେ ପୁଟିନଙ୍କ ପରି ରାଷ୍ଟ୍ରପତି ପ୍ରାର୍ଥୀ ଆସନ୍ତି ତେବେ ସେ ତାଙ୍କୁ ଭୋଟ୍ ଦେବେ । ଆଜି ସେହି ଇରିନା ପୁଟିନଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ସମାଲୋଚନା କରୁଛନ୍ତି ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ (Ukrainian President Volodymyr Zelenskyy) ଢ଼ାଲ ହୋଇ ଆଗରେ ଛିଡ଼ା ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଇରିନା (Iryna Vereshchuk) ୩୦ ନଭେମ୍ବର ୧୯୭୯ରେ ବର୍ତ୍ତମାନର ଲିଭ୍ ଓବ୍ଲାଷ୍ଟ (Liv Oblast) ରେ ଜନ୍ମଗ୍ରହଣ କରିଥିଲେ । ଏଠାରୁ ସେ ନିଜର ସ୍କୁଲ ଅଧ୍ୟୟନ ଶେଷ କରି ଗୋଲ୍ଡ ମେଡାଲ ମଧ୍ୟ ଜିତିଛନ୍ତି । ଏହା ପରେ ସେ ଲିଭ୍ ପଲିଟେକ୍ନିକର ମିଲିଟାରୀ ଇନଷ୍ଟିଚ୍ୟୁଟରେ ଅଧ୍ୟୟନ କରିଥିଲେ ଓ ପରେ ଅନ୍ତର୍ଜାତୀୟ ସୂଚନାରେ ସ୍ନାତକ ହାସଲ କରିଥିଲେ । ସେ ଲୀଭ୍ ବିଶ୍ୱବିଦ୍ୟାଳୟରୁ ଆଇନ ଅଧ୍ୟୟନ କରିଛନ୍ତି । ମୋଟ ଉପରେ ଇରିନା ପିଲାଦିନରୁ ଅଧ୍ୟୟନରେ ଭଲ ରହିଆସିଛନ୍ତି । ଅଧ୍ୟୟନ ଜାରି ରଖି ସେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଧୀନରେ ଆସୁଥିବା ନ୍ୟାସନାଲ ଏକାଡେମୀରେ ପବ୍ଲିକ ଏଡମିନିଷ୍ଟ୍ରେଶନ ଅଧ୍ୟୟନ କରିଛନ୍ତି । ଇରିନାଙ୍କୁ ୟୁକ୍ରେନର କ୍ୟାବିନେଟ ଅଫିସରେ ଏକ ଇଣ୍ଟର୍ନସିପ୍ ମିଳିଥିଲା ଓ ପରେ ଚାକିରି ପାଇଲେ । ଯଦିଓ ଇରିନା ଏହା ପରେ ମଧ୍ୟ ଅଧ୍ୟୟନ ଜାରି ରଖିଥିଲେ ଓ ପୋଷ୍ଟ ଗ୍ରାଜୁଏଶନ କରିଥିଲେ ।


ମିଲିଟ୍ରି ସ୍କୁଲରେ ଅଧ୍ୟୟନ ଶେଷ କରିବା ପରେ ଇରିନା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ସେନାରେ କାର୍ଯ୍ୟ କରିଛନ୍ତି । ଯେହେତୁ ସେ ଆଇନ ଅଧ୍ୟୟନ କରିଥିଲେ, ସେ ରାଭା-ରୁସ୍କାର ସିଟି କାଉନ୍ସିଲରେ ଏକ ବର୍ଷରୁ ଅଧିକ ସମୟ ଧରି ଓକିଲ ଭାବରେ କାର୍ଯ୍ୟ କରିଛନ୍ତି । ତା’ପରେ ବୈଦେଶିକ ନୀତି ଓ ମାନବୀୟ ବିଷୟରେ ୱେଷ୍ଟନ୍ ୟୁକ୍ରେନରେ ଡେପୁଟି ହେଡ୍ ଥିଲେ । ସେ ୨୦୧୦ରେ ମେୟର ଭାବରେ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ୟୁକ୍ରେନର ସର୍ବ କନିଷ୍ଠ ମହିଳା ମେୟର ଥିଲେ । ୨୦୧୪ରେ ସେ ସଂସଦର ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଥିଲେ । କିଛି ଲୋକ ବିରୋଧ କରିବା ପରେ ସେ ମେୟରଙ୍କ ପଦ ମଧ୍ୟ ଛାଡିଥିଲେ । ପୁଣି ସେ ଅଧ୍ୟୟନକୁ ଫେରି ଆସିଲେ ।


୨୦୧୫-୨୦୧୬ ମସିହାରେ ଇରିନା (Iryna Vereshchuk) ପୋଲାଣ୍ଡରେ ଅଧ୍ୟୟନ କରିଥିଲେ । ସେଠାରେ ରାଜନୀତି ଓ ପ୍ରଶାସନ ଉପରେ ଗବେଷଣା କରିଥିଲେ । ୨୦୧୬-୨୦୧୯ରୁ ସେ ବାଲ୍ଟିକ୍ ଓ ବ୍ଲାକ୍ ସାଗର ଷ୍ଟଡିଜ୍ ଅନ୍ତର୍ଜାତୀୟ କେନ୍ଦ୍ରର ସଭାପତି ଥିଲେ । ଏହି ସମୟ ମଧ୍ୟରେ ସେ ପିଏଚଡି ମଧ୍ୟ ଶେଷ କରିଥିଲେ । ୨୦୧୯ରେ ସେ ୟୁକ୍ରେନ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ସଂସଦରେ ଭର୍ଖୋଭନା ରାଡା କମିଟିର ସଭାପତି ଥିଲେ । ଏହି କମିଟି ଜାତୀୟ ସୁରକ୍ଷା ଓ ଗୁଇନ୍ଦା ବ୍ୟବସ୍ଥାର ଧ୍ୟାନ ରଖିଥାଏ । ବିଭିନ୍ନ ଦାୟିତ୍ୱ ସମ୍ଭାଳିବା ଓ ଦେଖୁ ଦେଖୁ ସେ ୪ ନଭେମ୍ବର ୨୦୨୧ରେ ୟୁକ୍ରେନର ଡେପୁଟି ପ୍ରଧାନମନ୍ତ୍ରୀ ଗାଦିରେ ପହଞ୍ଚିଥିଲେ ।


୨୦୧୩ରେ ଇରିନା ପୁଟିନଙ୍କ ଅନେକ ପ୍ରଶଂସା କରିଥିଲେ । ସେତେବେଳେ ସେ କହିଥିଲେ ଯେ ସେ ଚାହୁଁଛନ୍ତି ଯେ ୟୁକ୍ରେନକୁ ମଧ୍ୟ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ପରି ରାଷ୍ଟ୍ରପତି ମିଳୁ । ଯଦି ତାଙ୍କ ଦେଶରେ ତାଙ୍କ ଭଳି ଜଣେ ନେତା ଥାଆନ୍ତେ, ତେବେ ସେ ତାଙ୍କୁ ଭୋଟ୍ ଦେଇଥାନ୍ତେ । କାରଣ ପୁଟିନ ନିଜ ଦେଶ ପାଇଁ ଏକ ଭଲ କାମ କରିଛନ୍ତି ।


ଏହା ବି ପଢ଼ନ୍ତୁ:-ଋଷକୁ ଚାରିପଟୁ ଘେରିବାରେ ଲାଗିଛି NATO! ବାଲଟିକ୍ ସାଗରରୁ କଳା ସାଗର ଯାଏ ମୁତୟନ ହେଲା ନାଟୋର ୮ଟି ଯୁଦ୍ଧ ଜାହାଜ


ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପରମାଣୁ ଅସ୍ତ୍ରକୁ ମାତ୍ ଦେବ ଆମେରିକାର 'ଟାଇଗର' ଟିମ, ଅତି ଘାତକ ଭାବେ କରେ କାମ; ଜାଣନ୍ତୁ ଏହା ବିଷୟରେ...


ଏହା ବି ପଢ଼ନ୍ତୁ:-ଖରାପ ଖବର: ବନ୍ଦ ହେଲା ଆଉ ଏକ ବ୍ୟାଙ୍କ, ଜାଣନ୍ତୁ ଜମା ହୋଇଥିବା ଟଙ୍କା ଫେରସ୍ତ ହେବ କି ନାହିଁ


ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!


 


ୟୁକ୍ରେନ (Ukraine) ଉପରେ ଋଷର ଆକ୍ରମଣର ପ୍ରାୟ ଏକ ମାସ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଋଷ (Russia) ପ୍ରାୟ ୧୦୦୦ କ୍ଷେପଣାସ୍ତ୍ର ସହିତ ୟୁକ୍ରେନର ସମସ୍ତ ପ୍ରମୁଖ ସହରକୁ ଟାର୍ଗେଟ କରିଛି । ଜାତିସଂଘ ଦାବି କରିଛି ଯେ ବର୍ତ୍ତମାନ ସୁଦ୍ଧା ୪.୪୧ କୋଟି ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନରୁ ୩୨ ଲକ୍ଷ ଲୋକ ଦେଶ ଛାଡିଛନ୍ତି । ୟୁକ୍ରେନରେ ଯୁଦ୍ଧ ଦ୍ୱାରା ଅଧିକ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଉଦ୍ଧାର କାର୍ଯ୍ୟ ବିଷୟରେ ଇରିନା ଗଣମାଧ୍ୟମକୁ କହିଛନ୍ତି ଯେ ଖାର୍କିଭ, ଡୋନେଟସ୍କ ଏବଂ ସୁମି ଅଞ୍ଚଳରୁ ୯ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ନଅଟି କରିଡର ମଧ୍ୟରୁ କେବଳ ୭ଟି କାର୍ଯ୍ୟ କରୁଛି ।