ନୂଆଦିଲ୍ଲୀ: Russia-Ukraine War, Necluer War: ୟୁକ୍ରେନ (Ukraine) ବିରୋଧରେ ଯୁଦ୍ଧରେ ଋଷ (Russia) ଆକ୍ରାମକ ହେବାରେ ଲାଗିଛି । ସେ ପରମାଣୁ ବୋମା (Atomic Bomb) ବ୍ୟବହାର କରିପାରେ । ଋଷର ନ୍ୟୁକ୍ଲିୟର ସ୍କ୍ୱାର୍ଡ (Nuclear Squad) ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଏହି ସୂଚନା ଋଷର ଗଣମାଧ୍ୟମରୁ ସାମ୍ନାକୁ ଆସିଛି । ଋଷର ଗଣମାଧ୍ୟମ ଅନୁଯାୟୀ ନ୍ୟୁକ୍ଲିୟର ଟ୍ରାୟଡର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଋଷର ପ୍ରତିରକ୍ଷା ମନ୍ତ୍ରୀ (Russian Defence Ministry) ମଧ୍ୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Valdimir Putin) ଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଆଜି ହେଉଛି ଋଷ (Russia) ଓ ୟୁକ୍ରେନ (Ukraine) ଯୁଦ୍ଧର ପଞ୍ଚମ ଦିନ । ଫେବୃଆରୀ ୨୪ରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ (Russia-Ukraine War) ଆରମ୍ଭ ହୋଇଥିଲା । ପାଞ୍ଚ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ବେଲାଋଷ (Belarus) ସୀମାରେ ଋଷ ଓ ୟୁକ୍ରେନ ମଧ୍ୟରେ ଆଜି ବୈଠକ ହୋଇସାରିଛି । ଆଲୋଚନା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Ukrainian President Volodymyr Zelensky) ଋଷକୁ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଦାବି କରିଛନ୍ତି । ଏହାପୂର୍ବରୁ ରବିବାର ପୁଟିନ (Valdimir Putin) ପରମାଣୁ ଡିଟରଣ୍ଟ ଫୋର୍ସ (Nuclear Deterrent Forces) କୁ ଆଲର୍ଟ ରହିବାକୁ ଆଦେଶ ଦେଇଥିଲେ ।


ସୂଚନାଯୋଗ୍ୟ, ପରମାଣୁ ଡିଟରଣ୍ଟ ଫୋର୍ସ (Nuclear Deterrent Force) ହେଉଛି ପରମାଣୁ ଆକ୍ରମଣରୁ ରକ୍ଷା କରୁଥିବା  ଏକ ଦଳ । ଶୀତଳ ଯୁଦ୍ଧ ସମୟରେNuclear Deterrence Theory ସାମ୍ନାକୁ ଆସିଥିଲା ​। ଶୀତଳ ଯୁଦ୍ଧ ସମୟରେ ଯେତେବେଳେ ସୋଭିଏତ୍ ସଂଘ (Soviet Union) ଓ ଆମେରିକା (US) ମଧ୍ୟରେ ତିକ୍ତତା ଦେଖାଦେଇଥିଲା, ସେତେବେଳେ ଆମେରିକା ପରମାଣୁ ନିରାକରଣ ରଣନୀତି (Nuclear Deterrence Strategy) ଗ୍ରହଣ କରିଥିଲା ​​।


ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ଚଳିତ ମାସର ଦରମା ସହିତ ମିଳିବ ଏତିକି ଟଙ୍କାର ବକେୟା ରାଶି


ଏହା ବି ପଢ଼ନ୍ତୁ:-ଯୁଦ୍ଧରେ ଋଷର ୫ ହଜାରରୁ ଉର୍ଦ୍ଧ୍ୱ ସୈନ୍ୟ ନିହତ! ୟୁକ୍ରେନ ସେନା ଦ୍ୱାରା ଧ୍ୱଂସ ହେଲାଣି ୨୯ ଯୁଦ୍ଧ ବିମାନ, ୧୯୧ ଟ୍ୟାଙ୍କ...


ଏହା ବି ପଢ଼ନ୍ତୁ:-ଆଲର୍ଟରେ ଋଷର ପରମାଣୁ ଫୋର୍ସ, ଜାଣନ୍ତୁ ଯୁଦ୍ଧ ମଧ୍ୟରେ କେଉଁ ଦେଶ ପାଖରେ ରହିଛି କେତେ ପରମାଣୁ ଅସ୍ତ୍ର


ଏହା ବି ପଢ଼ନ୍ତୁ:-ବୟଫ୍ରେଣ୍ଡ ସହ ରୋମାନ୍ସ କରୁଥିଲେ ଯୁବତୀ, ଯିବାକୁ ପଡିଲା ହସ୍ପିଟାଲ


 


ଏହାର ଅର୍ଥ ହେଉଛି ଯଦି ସୋଭିଏତ ସଂଘ କିମ୍ବା ଅନ୍ୟ କୌଣସି ଦେଶ ଆମେରିକା ଉପରେ ପରମାଣୁ ଆକ୍ରମଣ କରନ୍ତି, ତେବେ ଏହାର ସମାନ କଠୋରତା ସହିତ ଜବାବ ଦିଆଯିବ । ଆମେରିକାର ଏହି ରଣନୀତି ବର୍ତ୍ତମାନ ଋଷର ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ଗ୍ରହଣ କରାଯାଉଛି ।