ନୂଆଦିଲ୍ଲୀ: Saudi Arabia: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ  (Pakistan) କୁ ସାହାଯ୍ୟ କରିବାକୁ ସାଉଦି ଆରବ  (Saudi Arabia) ପୁଣି ଥରେ ହାତ ବଢାଇଛି । ସାଉଦି ଆରବ ପାକିସ୍ତାନରେ ଏକ ବିଲିୟନ ଡଲାର ନିବେଶ କରିବ । ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ସାଉଦି ଆରବର କିଙ୍ଗ୍ ସଲମାନ ପାକିସ୍ତାନରେ ଏକ ବିଲିୟନ ଡଲାର ନିବେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନର ଆର୍ଥିକ ସ୍ଥିତିକୁ ସାହାରା ଦେବା ପାଇଁ ଓ ସେଠାରେ ଥିବା ଲୋକଙ୍କ ପାଇଁ ଏହି ସହାୟତା ଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନ୍ କଥାବାର୍ତ୍ତା ବେଳେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।


ଗୁରୁବାର ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ଏହି ବାର୍ତ୍ତାଳାପ ସମୟରେ ସେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ କିଙ୍ଗ୍ ସଲମାନଙ୍କ ନିର୍ଦ୍ଦେଶ ବିଷୟରେ ସୂଚନା ଦେଇଥିଲେ । ଏହା ସହିତ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସାଧାରଣ ଲାଭର ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଛି ।


ପୂର୍ବରୁ ମଧ୍ୟ ସାଉଦି ଆରବ ସାହାଯ୍ୟ କରିସାରିଛି
 
ପାକିସ୍ତାନର ସ୍ଥାପନା ସମୟ ଠାରୁ ପାକିସ୍ତାନ ଓ ସାଉଦି ଆରବର ଦୃଢ଼ ସମ୍ପର୍କ ରହିଛି । ୧୯୭୦ ଦଶକରୁ ଏହି ସମ୍ପର୍କଗୁଡିକ ଆହୁରି ଅଧିକ ମଜବୁତ ହୋଇଛି । ଯେତେବେଳେ ପାକିସ୍ତାନର ଅର୍ଥ ବ୍ୟବସ୍ଥା ସଙ୍କଟରେ ପଡ଼େ, ସାଉଦି ଆରବ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାଏ ।


ଇମ୍ରାନ ଖାନ (Imran Khan) ଙ୍କ ପରେ ଶେହୱାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ବିଗତ ଦିନରେ ଶେହୱାଜ ସାଉଦି ଆରବ ଗସ୍ତରେ ଯାଇଥିଲେ । ଏହି ସମୟରେ ଯେତେବେଳେ ସେ ସାଉଦିରୁ ସାହାଯ୍ୟ ମାଗିଥିଲେ, ସେତେବେଳେ ସେ ଋଣ ଦେବାକୁ ରାଜି ହୋଇଥିଲା । ସାଉଦି ଆରବ ପାକିସ୍ତାନକୁ ୮ ବିଲିୟନ ଡଲାରର ନୂଆ ଋଣ ଘୋଷଣା କରିଛନ୍ତି । ଏଥିରେ ତେଲ ଋଣ କରିବା ଓ ପୁରୁଣା ଋଣ ପରିଶୋଧ କରିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହାସହ ଶେହୱାଜ ସରିଫ ମଧ୍ୟ ଏହି ଗସ୍ତରେ ତେଲର କୋଟା ବୃଦ୍ଧି କରିବାରେ ସଫଳ ହୋଇଥିଲେ । ରିପୋର୍ଟ ଅନୁଯାୟୀ, ସାଉଦି ଆରବ ତୈଳ ଋଣ ପାଇଁ କୋଟାକୁ ୧.୨ ବିଲିୟନ ଡଲାରରୁ ୨.୪ ବିଲିୟନ ଡଲାରକୁ ବୃଦ୍ଧି କରିଛି । ଦୁଇ ଦେଶ ମଧ୍ୟରେ ସହମତ ହୋଇଛି ଯେ ବର୍ତ୍ତମାନ ଜମା ହୋଇଥିବା ୩ ବିଲିୟନ ଡଲାରର ପରିମାଣ ସାଉଦି ଆରବ ଦ୍ୱାରା ଜୁନ୍ ୨୦୨୩ ପର୍ଯ୍ୟନ୍ତ ରଖାଯିବ ।


ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡ଼ିବାକୁ ନେଇ ବିଜେପି ଦେଲା ବଡ଼ ବୟାନ, ଜାଣନ୍ତୁ କ'ଣ କହିଲା ଦଳ


ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିଲା ବଡ଼ ଝଟକା! ଦଳ ଛାଡ଼ିଲେ ଗୁଲାମ ନବୀ ଆଜାଦ


ଏହା ବି ପଢ଼ନ୍ତୁ:-ଭାରତ ପାଇଁ ୨ଟି ବହୁତ ବଡ଼ ଖୁସି ଖବର ତ ଚୀନର ବଢ଼ୁଛି ସଙ୍କଟ


 


ସାଉଦି ଆରବ ଗତ ଋଣ ଚୁକ୍ତି ଅନୁଯାୟୀ, ଡିସେମ୍ବର ୨୦୨୧ରେ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନରେ ତିନି ବିଲିୟନ ଡଲାର ଜମା କରିଥିଲା । ଏହା ବ୍ୟତୀତ ଗତ ବର୍ଷ ଯେତେବେଳେ ପାକିସ୍ତାନ ଏକ କଠିନ ଅର୍ଥନୈତିକ ସଙ୍କଟରେ ପଡ଼ିଥିଲା, ସେତେବେଳେ ଏହାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇଥିଲା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ସରିଯାଉଥିଲା, ସେତେବେଳେ ମଧ୍ୟ ସାଉଦି ଆରବ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା ।


ଗତ ବର୍ଷ ଅକ୍ଟୋବରରେ ସାଉଦି ଆରବ ପାକିସ୍ତାନକୁ ୪.୨ ବିଲିୟନ ଡଲାର ଆର୍ଥିକ ସହାୟତା ଦେଇଥିଲା । ଏଠାରେ କହି ରଖୁଛୁ ଯେ, ଇମ୍ରାନ ଖାନ (Imran Khan) ଙ୍କ ସମୟରେ ସାଉଦି ଆରବ (Saudi Arabia) ଓ ପାକିସ୍ଥାନ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ସମ୍ପର୍କ ଏତେ ଖରାପ ହୋଇଯାଇଥିଲା ତାହା ଏଥିରୁ ଅନୁମାନ କରିପାରିବେ କି ସାଉଦି ଆରବ ପାକିସ୍ତାନ (Pakistan) କୁ ପୂର୍ବରୁ ଋଣ ନେଇଥିବା ୪.୨ ବିଲିୟନ ଡଲାରକୁ ଫେରସ୍ତ କରିବାକୁ କହିଥିଲା । ଏହାର କିଛି ଦିନ ପରେ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ଏକ ଅଭିଯାନ ଚାଲିଥିଲା ​​ଓ ଏଥିରେ ବିରୋଧୀ ଦଳ ସଫଳ ହୋଇଥିଲେ ।