Election Results 2023: ରବିବାର ଦିନ ଚାରିଟି ରାଜ୍ୟରେ ଅର୍ଥାତ୍ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନାରେ ନିର୍ବାଚନ ଫଳାଫଳ ଜଣାପଡିବ । ଯଦି ଆପଣ ନିର୍ବାଚନ ଫଳାଫଳ ୨୦୨୩ ସହିତ ଜଡିତ ସୂଚନା ପାଇଁ ଗୁଗୁଲର ସାହାଯ୍ୟ ନେଉଛନ୍ତି, ତେବେ ଆପଣଙ୍କୁ ମଧ୍ୟ ଟିକେ ସତର୍କ ରହିବାକୁ ପଡିବ, କାରଣ ସ୍କାମରମାନେ ମଧ୍ୟ ଏହାକୁ ଏକ ସୁଯୋଗ ଭାବେ ନେଇ ଲୋକଙ୍କୁ ଠକୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ସ୍କାମର ମାନେ ନିର୍ବାଚନ ଫଳାଫଳ ସହିତ ଜଡିତ ନକଲି ସାଇଟ୍ ସୃଷ୍ଟି କରନ୍ତି ଏବଂ ତାପରେ ଏହିପରି ବିପଜ୍ଜନକ ସାଇଟ୍ ଭିଜିଟ୍ କରିବା ପରେ, ଯେକୌଣସି ଲିଙ୍କରେ କ୍ଲିକ୍ କରିବା ମାତ୍ରେ, ଆପଣଙ୍କର ଡିଭାଇସର ନିୟନ୍ତ୍ରଣ ସ୍କାମରମାନଙ୍କ  ପାଖରେ ପହଞ୍ଚିପାରେ । ସେମାନେ ଆପଣଙ୍କର ଡିଭାଇସକୁ ନିୟନ୍ତ୍ରଣ କରି, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରିପାରିବେ ।


ଆପଣ ଯଦି କୌଣସି ବିପଜ୍ଜନକ ଲିଙ୍କ ଉପରେ କ୍ଲିକ୍ କରୁଛନ୍ତି ତେବେ ସେହି ଲିଙ୍କ୍ ମଧ୍ଯରେ ଥିବା ଭାଇରସ ଦ୍ୱାରା ସ୍କାମର୍ସ ଆପଣଙ୍କ ଡିଭାଇସକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥାନ୍ତି । ସ୍କାମର ଆପଣଙ୍କ ଡିଭାଇସରେ ଭାଇରସ ପ୍ଲାଣ୍ଟ କରନ୍ତି । ଏହି ଭାଇରସ ଜରିଆରେ ସେମାନେ ଆପଣଙ୍କ ଆର୍ଥିକ କାରବାରର ସୂଚନା ଯେମିତିକି ବ୍ୟାଙ୍କ ଡିଟେଲ,ଓଟିପି ଆଦି ହାସଲ କରନ୍ତି । ଆଉ ଆପଣଙ୍କ ଟଙ୍କା ଲୁଟି ନିଅନ୍ତି । ସ୍କାମର୍ମାନେ କେବଳ ନକଲି ୱେବସାଇଟ୍ ମାଧ୍ୟମରେ ନୁହେଁ ବରଂ ନକଲି ମେସେଜ୍ ଜରିଆରେ  ଲିଙ୍କ୍ ପଠାଇ ବି ଲୋକଙ୍କୁ ଠକିଥାନ୍ତି ।


ନକଲି ୱେବସାଇଟ୍ଗୁଡ଼ିକୁ କେମିତି ଚିହ୍ନିବେ?
ଯଦି ଆପଣଙ୍କ ମନରେ କୈଣସି ୱେବସାଇଟକୁ ନେଇ  ସନ୍ଦେହ ଅଛି, ତେବେ ସର୍ବପ୍ରଥମେ ଆପଣ ସାଇଟର ଡୋମେନ୍ ଦୁଇଥର ଯାଞ୍ଚ କରନ୍ତୁ ।  ଉଦାହରଣ ସ୍ୱରୂପ, ସ୍କାମରମାନେ ୱେବସାଇଟ୍ ଗୁଡିକ ଏପରି ଭାବରେ ପ୍ରସ୍ତୁତ କରନ୍ତି ଯେ ଆପଣ ଅନୁଭବ କରିବେ ଯେ ଆପଣ ଏକ ଅଫିସିଆଲ୍ ସାଇଟରେ ଅଛନ୍ତି, ଏହି ନକଲି ସାଇଟଗୁଡିକ ଅଫିସିଆଲ୍ ସାଇଟ୍ ପରି ଦେଖାଯାଆନ୍ତି । କିନ୍ତୁ ପ୍ରକୃତରେ ଅତ୍ୟନ୍ତ ବିପଜ୍ଜନକ ହୋଇଥାନ୍ତି । ନକଲି ୱେବସାଇଟ ଗୁଡିକର ଅସଲି ୱେବସାଇଟ୍ ସହିତ ସାମଂଜସ୍ୟ ରହିଥାଏ ।
ନକଲି ୱେବସାଇଟ୍ ର ଡିଜାଇନ୍ ଠିକ୍ ଅଫିସିଆଲ୍ ସାଇଟ୍ ପରି ହୋଇଥାଏ କିନ୍ତୁ URL ଅର୍ଥାତ୍ ଡୋମେନ୍ ରେ ସାମାନ୍ୟ ପରିବର୍ତ୍ତନ ରହିଥାଏ । ଡୋମେନ୍ ର ନାମ ପଢିବା ପରେ ଆପଣ ଜାଣିଯିବେ ଯେ, ଆପଣ ଅସଲି ୱେବସାଇଟ ଭିଜିଟ୍ କରୁଛନ୍ତି କି ସାଇବର ଠକଙ୍କ ତିଆରି ନକଲି ୱେବସାଇଟକୁ ଭିଜିଟ୍ କରୁଛନ୍ତି । results.eci.gov.in ହେଉଛି ଏକ ସରକାରୀ ଅଫିସିଆଲ୍ ସାଇଟ୍ କିନ୍ତୁ ଯଦି ସ୍କାମରମାନେ ଏହିପରି ଏକ ସାଇଟ୍ ବ୍ୟବହାର କରନ୍ତି ତେବେ ଆପଣ ସ୍ପଷ୍ଟ ଭାବରେ ନାମରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ପାଇବେ । ନାମରେ କିଛି ଏପଟସେପଟ କରି ତାକୁ ଅସଲିର ଜାମା ପିନ୍ଧାଇବାକୁ ଉଦ୍ୟମ କରାଯାଇଥିବ ।