ଦିଲ୍ଲୀ-NCR ରେ ସ୍କୁଲ-କଲେଜ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ, ୫୦ ପ୍ରତିଶତ କର୍ମଚାରୀ ଘରୁ କରିବେ କାମ, ଜାଣନ୍ତୁ CAQM ର ସଂପୂର୍ଣ୍ଣ ଆଦେଶ
ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ଗୁରୁତର ବର୍ଗକୁ ଆସିଛି, ଏହା ପରେ ଦିଲ୍ଲୀ ସରକାର ଉତ୍ତରରେ ଥିବା ରାଜ୍ୟଗୁଡ଼ିକ ସହ ଏକ ବୈଠକ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ-ଏନସିଆରରେ ୱାର୍କ ଫ୍ରୋମ୍ ହୋମ୍ ନୀତିରୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି ।
ନୂଆଦିଲ୍ଲୀ: Delhi-NCR Air Pollution School CLosed: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣକୁ (Air pollution) ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପ୍ୟାନେଲ (CAQM) ଦିଲ୍ଲୀ-ଏନସିଆର (Delhi-NCR) ର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଅନଲାଇନ୍ କ୍ଲାସ୍ ମଧ୍ୟ ଆଗାମୀ ଆଦେଶ ପର୍ଯ୍ୟନ୍ତ ଜାରି ରହିବ । ଏହା ସହିତ ଦିଲ୍ଲୀରେ ଅନାବଶ୍ୟକ ଟ୍ରକଗୁଡିକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି । ପ୍ରକୃତରେ, ପ୍ରଦୂଷଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (CAQM) ପରବର୍ତ୍ତୀ ଆଦେଶ ଜାରି ନହେବା ପର୍ଯ୍ୟନ୍ତ ସମସ୍ତ ଘରୋଇ ବିଦ୍ୟାଳୟ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୫୦ ପ୍ରତିଶତ ଲୋକଙ୍କୁ ଘରୁ କାମ କରିବାର ଅନୁମତି: ପରିଚାଳନା
ବାୟୁ ପ୍ରଦୂଷଣ (Air pollution) ର ମୁକାବିଲା ପାଇଁ ଗତକାଲି ରାତିରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଅନେକ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କମିଶନ କହିଛି ଯେ ନଭେମ୍ବର ୨୧ ପର୍ଯ୍ୟନ୍ତ ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଉ । ଏହା ବ୍ୟତୀତ ଘରୋଇ କାର୍ଯ୍ୟାଳୟଗୁଡ଼ିକକୁ ମଧ୍ୟ ଏହାକୁ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ନଭେମ୍ବର ୨୧ ପର୍ଯ୍ୟନ୍ତ ଟ୍ରକଗୁଡିକର ପ୍ରବେଶ ଉପରେ ନିଷେଧ
ଆୟୋଗ ଏହା ମଧ୍ୟ କହିଛି ଯେ ନଭେମ୍ବର ୨୧ ପର୍ଯ୍ୟନ୍ତ ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀର ପ୍ରବେଶ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହା ସହିତ ରେଳବାଇ, ମେଟ୍ରୋ, ବିମାନବନ୍ଦର ଏବଂ ଜାତୀୟ ସୁରକ୍ଷା / ପ୍ରତିରକ୍ଷା ବ୍ୟତୀତ ସମସ୍ତ ନିର୍ମାଣ କାର୍ଯ୍ୟ ନଭେମ୍ବର ୨୧ ପର୍ଯ୍ୟନ୍ତ ନିଷିଦ୍ଧ ହେବ ।
ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ଗୁରୁତର ବର୍ଗକୁ ଆସିଛି, ଏହା ପରେ ଦିଲ୍ଲୀ ସରକାର ଉତ୍ତରରେ ଥିବା ରାଜ୍ୟଗୁଡ଼ିକ ସହ ଏକ ବୈଠକ କରି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ-ଏନସିଆରରେ ୱାର୍କ ଫ୍ରୋମ୍ ହୋମ୍ ନୀତିରୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ
ଏହା ବି ପଢ଼ନ୍ତୁ:-ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ହେବ 'ସ୍ପେଶାଲ', ଦେଖିବାକୁ ମିଳିବ ୩ଟି ବଡ଼ ଡେବ୍ୟୁ
ଏହା ବି ପଢ଼ନ୍ତୁ:-ନବାବ ମଲିକଙ୍କ ନୂଆ ଖୁଲାସା; ଗୋସାଭି ଓ କାଶିଫଙ୍କ ହ୍ୱାଟସଆପ୍ ଚ୍ୟାଟ୍ ସେୟାର କରି ସମୀର ୱାଙ୍ଖେଡେଙ୍କୁ କଲେ ଏହି ପ୍ରଶ୍ନ
ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ରାସନ କାର୍ଡଧାରୀଙ୍କୁ ଖାଦ୍ୟ ଶସ୍ୟ ସହ ମିଳୁଛି ବହୁତ କିଛି ମାଗଣା
ଏହା ବି ପଢ଼ନ୍ତୁ:-RTO କୁ ଚକ୍କର ଲଗାଇବା ଛାଡ଼ନ୍ତୁ, ଘରେ ବସି ଏହି ପରି ଚୁଟକିରେ କରନ୍ତୁ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍
ଏହା ବି ପଢ଼ନ୍ତୁ:-ଓଜନ କମାଇବାକୁ ଚାହୁଁଛନ୍ତି କି? ତେବେ ଖାଆନ୍ତୁ ଏସବୁ ଖାଦ୍ୟ
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍