Sun Breaks In Part: ସୌର ମଣ୍ଡଳରେ ଜାରି ରହିଥାଏ ସୂର୍ଯ୍ୟର ବିଭିନ୍ନ ଗତିବିଧି। ହେଲେ ସୂର୍ଯ୍ୟର ସଦ୍ୟତମ ଗତିବିଧି ସମଗ୍ର ବିଶ୍ୱର ବୈଜ୍ଞାନିକଙ୍କ ଲାଗି ଚିନ୍ତା ବଢାଇ ଦେଇଛି। ସୂର୍ଯ୍ୟଙ୍କର ଏକ ବଡ଼ ଭାଗ, ଖଣ୍ଡ ଖଣ୍ଡ ହୋଇ ଏକ ସୌର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏହାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ଦ୍ୱାରା ସୂର୍ଯ୍ୟଙ୍କର ଭଙ୍ଗା ଖଣ୍ଡକୁ ରେକର୍ଡ କରିଛି। ସୂର୍ଯ୍ୟଙ୍କର ଏହି ବିଶାଳକାୟ ଭଙ୍ଗା ଖଣ୍ଡ ସୂର୍ଯ୍ୟର ଉତ୍ତର ମେରୁର ଚାରି ପାର୍ଶ୍ୱରେ ଘୂର୍ଣ୍ଣନ କରିବାରେ ଲାଗିଛି। ଯାହାର ପ୍ରଭାବରେ ପୃଥିବୀ ପୃଷ୍ଠରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇପାରେ। 


COMMERCIAL BREAK
SCROLL TO CONTINUE READING

ସୂର୍ଯ୍ୟଙ୍କର ଏକ ବଡ଼ ଖଣ୍ଡ ସୂର୍ଯ୍ୟଙ୍କ ଠାରୁ କାହିଁକି ଭାଙ୍ଗିଲା? ଏହି ପ୍ରଶ୍ନର ଉତ୍ତର ଦେବାରେ ବୈଜ୍ଞାନିକ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହାଁନ୍ତି। ଏହି ଘଟଣା ପରେ ସୂର୍ଯ୍ୟ ଆହୁରି ଖଣ୍ଡ ବିଖଣ୍ଡିତ ହୋଇଯିବେ ନା ନାହିଁ? ଯଦି ସୂର୍ଯ୍ୟ ଆହୁରି ଖଣ୍ଡ ବିଖଣ୍ଡିତ ହୋଇଯାନ୍ତି, ତାହେଲେ କ'ଣ ଏହାର ପ୍ରଭାବରେ ପୃଥିବୀରେ ପ୍ରଳୟ ଆସିବ?



ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା (American Space Agency NASA) ଏହାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ (James Webb Telescope) ସହ କାମ କରୁଥିବା ମହକାଶ ବିଜ୍ଞାନୀ ତମିଥା ଶୋଭ ସୂର୍ଯ୍ୟ ଭାଙ୍ଗି ଯାଉଥିବାର ଭିଡିଓ ରେକର୍ଡ କରିଛନ୍ତି। ପ୍ରାୟ ସପ୍ତାହ ପୂର୍ବରୁ ଘଟିଥିବା ଏହି ଘଟଣା ବିଷୟରେ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଅନନ୍ୟ ଜ୍ୟୋତିର୍ବିଜ୍ଞାନ ଘଟଣାର ଭିଡିଓ ସେୟାର କରି ମହକାଶ ବିଜ୍ଞାନୀ ଜଣଙ୍କ ଲେଖିଛନ୍ତି ଯେ ସୂର୍ଯ୍ୟର ଉତ୍ତର ଅଂଶ ଏହାର ମୁଖ୍ୟ ଫିଲାମେଣ୍ଟ ଠାରୁ ଅଲଗା ହୋଇଯାଇଛି। ଏହା ବର୍ତ୍ତମାନ ଏକ ବିଶାଳ ଘୂର୍ଣ୍ଣିବଳୟ ଆକାରରେ ସୂର୍ଯ୍ୟର ଉତ୍ତର ମେରୁରେ ଘୁରିବାରେ ଲାଗିଛି। ଆମକୁ ସୂର୍ଯ୍ୟର ୫୫ ଡିଗ୍ରୀ ଅକ୍ଷାଂଶ ଉପରେ ରହିଥିବା ବାୟୁମଣ୍ଡଳକୁ ବୁଝିବା ଆବଶ୍ୟକ।


ଏହି ଘଟଣାର ରେକର୍ଡିଂ ହେତୁ, ବିଶ୍ୱର ବୈଜ୍ଞାନିକଙ୍କ ମଧ୍ୟରେ ବହୁତ ଉତ୍ସାହସ ରହିଛି, ହେଲେ ସୂର୍ଯ୍ୟଙ୍କ ଭାଙ୍ଗିବାକୁ ନେଇ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ସୂର୍ଯ୍ୟର ଯେକୌଣସି ପ୍ରକାର ଗତି ପୃଥିବୀର ପାଣିପାଗକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ। ବିଶେଷ କରି ସୂର୍ଯ୍ୟଙ୍କ ଠାରୁ ବାହାରୁଥିବା ସୌର ପ୍ରଜ୍ୱଳନ (Solar Flare) ହେତୁ ପୃଥିବୀ ପୃଷ୍ଠର ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସୂର୍ଯ୍ୟର ଏକ ଖଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯିବା କାରଣରୁ ପୃଥିବୀର ପାଣିପାଗ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଏହାର ଏକ ଦୃଶ୍ୟ ପୂର୍ବରୁ ମଧ୍ୟ ଦେଖାଯାଇ ସାରିଛି। ସ୍ପେସ୍ ୱେଦର୍ ଡଟ୍ କମ୍ (spaceweather.com) ନାମକ ଏକ ୱେବସାଇଟ ଅନୁଯାୟୀ ସୂର୍ଯ୍ୟଙ୍କ ମଧ୍ୟମ ଆକାରର ଶକ୍ତିଶାଳୀ ସୌର ପ୍ରଜ୍ୱଳନ ୭ ଫେବୃଆରୀରେ ପ୍ରଶାନ୍ତ ମହାସାଗର ଠାରେ ଏକ ସର୍ଟୱେଭ୍ ରେଡିଓ ବ୍ଲାକଆଉଟ୍ ରେକର୍ଡ କରିଛି।