SCO Summit: ଜିନପିଙ୍ଗ ନା ସରିଫ, କାହା ସହ SCO ସମ୍ମିଳନୀରେ ମିଶିବେ ପିଏମ ମୋଦି?
SCO Summit: ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୧୪ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନ ଯାଉଛନ୍ତି । ଏହି ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେବେ ।
SCO Summit: ସେପ୍ଟେମ୍ବର ୧୫-୧୬ ତାରିଖରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଉଜବେକିସ୍ତାନ ଗସ୍ତ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ ଏହି ସମ୍ମିଳନୀରେ ଏସସିଓ ସଦସ୍ୟ ରାଷ୍ଟ୍ର, ପର୍ଯ୍ୟବେକ୍ଷକ ଦେଶ, ଏସସିଓର ସେକ୍ରେଟେରୀ ଜେନେରାଲ୍, ଏସସିଓ ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (RATS) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯୋଗଦେବେ । ତୁର୍କମେନିସ୍ତାନର ରାଷ୍ଟ୍ରପତି ଓ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ମଧ୍ୟ ଏଥିରେ ଯୋଗ ଦେବେ । ସମରଖଣ୍ଡରେ ଏହାର ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷର ରାଷ୍ଟ୍ରପତି ପୁଟିନ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ସାମିଲ ହେବେ ।
ବୈଦେଶିକ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ ଉଜବେକିସ୍ତାନର ରାଷ୍ଟ୍ରପତି ଶବକାଟ ମିର୍ଜିୟୋଏଭଙ୍କ ନିମନ୍ତ୍ରଣକୁ ରଖି ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୧୫-୧୬ ରୁ ସମରଖଣ୍ଡ ଗସ୍ତରେ ଆସି ଏସସିଓର ରାଜ୍ୟ ପରିଷଦର ୨୨ ତମ ବୈଠକରେ ଯୋଗଦେବେ। ଏହି ସମ୍ମିଳନୀରେ ନେତାମାନେ ଗତ ଦୁଇ ଦଶନ୍ଧି ମଧ୍ୟରେ ସଂଗଠନର କାର୍ଯ୍ୟକଳାପ ସମୀକ୍ଷା କରିବେ ଓ ଭବିଷ୍ୟତରେ ବହୁପକ୍ଷୀୟ ସହଯୋଗର ସ୍ଥିତି ଓ ଭବିଷ୍ୟତ ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ।
ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି । ଏହି ସଂସ୍ଥାରେ ଆଠଟି ଦେଶ ଜଡିତ ଅଛନ୍ତି । ଏହି ଦେଶଗୁଡ଼ିକ ହେଉଛିନ୍ତି ଭାରତ, ଚୀନ୍, କାଜାଖସ୍ତାନ, କିର୍ଗିଜସ୍ଥାନ, ଋଷ, ପାକିସ୍ଥାନ, ଉଜବେକିସ୍ତାନ ଓ ତାଜିକିସ୍ତାନ । ୨୦୧୯ ମସିହାରେ ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ସି ଜିନପିଙ୍ଗ ବୈଠକ କରିଥିଲେ । ତେବେ ୨୦୨୦ ମସିହାରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିଲା ଓ ଏହା ପରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବୈଠକ ହୋଇନଥିଲା । ଏଥର ମଧ୍ୟ ଦ୍ୱିପାକ୍ଷିକ ବୈଠକ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ସାମ୍ନାକୁ ଆସିନାହିଁ ।
ପ୍ରଧାନମନ୍ତ୍ରୀ ହେବା ପରେ ଶାହାବାଜ ସରିଫ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ସାକ୍ଷାତ ହୋଇନାହିଁ । ବର୍ତ୍ତମାନ ଏସସିଓ ଶିଖର ସମ୍ମିଳନୀରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ, କାରଣ ଶନିବାର ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସରକାରୀ ଆଲୋଚନା ହୋଇନାହିଁ । ଆଜିକାଲି ପାକିସ୍ତାନ ବନ୍ୟା ଓ ଅର୍ଥନୈତିକ ସଙ୍କଟ ସହ ସଂଗ୍ରାମ କରୁଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନିଶ୍ଚିତ ଭାବରେ ଶାହାବାଜ ସରିଫଙ୍କୁ ସାହସ ଦେଇପାରନ୍ତି ।
ଏହା ବି ପଢ଼ନ୍ତୁ: Lumpy Virus: ହଜାର ହଜାର ଗୋରୁଙ୍କୁ ଗ୍ରାସ କରିସାରିଲାଣି ଲମ୍ପି ଭାଇରସ୍, ଜାଣନ୍ତୁ ଏହି ରୋଗ ବିଷୟରେ ସବୁକିଛି
ଏହା ବି ପଢ଼ନ୍ତୁ: First Moon-Shaped Luxury Resort: ପୃଥିବୀକୁ ଆସିବ ଚନ୍ଦ୍ର, ଦୁବାଇରେ କରିବ ଅବତରଣ! ଖର୍ଚ୍ଚ ହେବ ୪୦ ହଜାର କୋଟି ଟଙ୍କା