ପାରାଦୀପ (ନାରାୟଣ ବେହେରା): ପାରାଦୀପରେ ଏବେ ଚାଲିଛି ଓ୍ବିଣ୍ଡ ସର୍ଫିଙ୍ଗର ଅଭ୍ୟାସ। ଆସନ୍ତା ୧୩ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ୟୁଥ୍ ସେଲିଂ ଚମ୍ପିୟନସିପରେ ଭାଗ ନେବାପାଇଁ ଏବେ ଅଭ୍ୟାସ ଚଲାଇଛନ୍ତ ଓ୍ବଣ୍ଡ ସର୍ଫିଙ୍ଗ ଖେଳାଳି। ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କ ନେତୃତ୍ୱରେ ଆସିଥିବା ୪ଜଣ ସ୍କୁବା ଡ୍ରାଇଭିଂ ଖେଳାଳି ଏବେ ଓ୍ବିଣ୍ଡ ସର୍ଫିଙ୍ଗ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ପାରାଦୀପ ନେହରୁ ବଙ୍ଗଳା ମହାନଦୀ ମୁହାଁଣ ମୁହଁରେ ପ୍ରଖର ସ୍ରୋତ ସତ୍ବେ ଏହି ଅଭ୍ୟାସ ଜାରୀ ରଖିଛନ୍ତି ଉଇଣ୍ଡ ସର୍ଫିଙ୍ଗ ଖେଳାଳି।

 

ପାରାଦୀପ ନେହରୁ ବଙ୍ଗଳା ମହାନଦୀ ମୁହାଣରେ ଏବେ ଚାଲିଛି ଉଇଣ୍ଡ ସର୍ଫିଙ୍ଗର ଅଭ୍ୟାସ। ଆନ୍ତର୍ଜାତୀୟ ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କ ନେତୃତ୍ୱରେ ଆସିଥିବା ପ୍ରଶିକ୍ଷାର୍ଥୀମାନେ ଏବେ ଉଇଣ୍ଡ ସର୍ଫିଙ୍ଗର ଅଭ୍ୟାସ ଚଲାଇଛନ୍ତ। ଏହି ମୁହାଣ ମୁହଁରେ ପବନର ଗତି ସାଙ୍ଗକୁ ପାଣିର ପ୍ରଖର ସ୍ରୋତ ଓ ଖରାପ ପାଗ ସତ୍ତ୍ୱେ ଖେଳାଳିମାନେ କିପରି ତାଙ୍କର ଓ୍ବିଣ୍ଡ ସର୍ଫିଙ୍ଗ ଖେଳ ପ୍ରଦର୍ଶନ କରି ପାରିବେ ଏନେଇ ପ୍ରସ୍ତୁତ ଚଳାଇଛନ୍ତି। 

 

ଓଡ଼ିଶାର ୪ଜଣ ଓ୍ବିଣ୍ଡ ସର୍ଫିଙ୍ଗ ଖେଳାଳି ପ୍ରତିଦିନ ସକାଳୁ ଏହି ମହାନଦୀ ମୁହାଣରେ ପ୍ରଖର ସ୍ରୋତ ସତ୍ତ୍ୱେ ଓ୍ବିଣ୍ଡ ସର୍ଫିଙ୍ଗର ଅଭ୍ୟାସ ଜାରୀ ରଖିଛନ୍ତି। ତେବେ ପାଗର ପରିବର୍ତ୍ତନ ଓ ଏଭଳି ପ୍ରଖର ସ୍ରୋତରେ ଅଭ୍ୟାସ କରୁଥିବା ଖେଳାଳିମାନେ ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଆସନ୍ତା ଅକ୍ଟୋବର ୧୩ରେ ମୁମ୍ବାଇ ମର୍ଓ୍ବେରେ ହେବାକୁ ଥିବା ଜାତୀୟ ସ୍ତରର ୟୁଥ୍ ସେଲିଂ ଚମ୍ପିଅନସିପରେ ଏହା ବେଶ୍ ସହାୟକ ହେବ ବୋଲି କୋଚ୍ ସବୀର ବକ୍ସ କହିଛନ୍ତି। 

 

ତେବେ ଏହି କ୍ରୀଡା ପ୍ରଶିକ୍ଷଣ ସମୟରେ ବେଶ୍ ଆକର୍ଷିତ କରିଛି ଓ୍ବିଣ୍ଡ ସର୍ଫିଙ୍ଗ ଫଏଲ୍ । ଯାହାକି ପାଣି ଉପରେ ଓ ପବନର ଗତିରେ ଉଡୁଥିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି ଏହି ଓ୍ବିଣ୍ଡ ସର୍ଫିଙ୍ଗ କ୍ରୀଡା । ତେବେ ତାଲିମ ନେଉଥିବା ପ୍ରଶିକ୍ଷାର୍ଥିମାନେ କୋଚ୍ ସବୀର ବକ୍ସଙ୍କ ସହଯୋଗ ଓ ତାଙ୍କ ତାଲିମ ବେଶ୍ ସହାୟକ ହେବା ସହିତ ଆଗାମୀ ଦିନରେ ହେବାକୁ ଥିବା ଚମ୍ପିୟାନସିପରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ପ୍ରଶିକ୍ଷାର୍ଥିମାନେ।

 

ତେଣୁ ତାଲିମ ନେବା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହିତ ଏମିତି ସୁରକ୍ଷା ପାଇଁ ମଧ୍ୟ ବୋଟ୍ ନିୟୋଜିତ କରାଯାଇଛି। ତେଣୁ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଆଗାମୀ ଦିନରେ ଏହି ଓ୍ବାଟର ସ୍ପୋଟ୍ସ ପ୍ରତି ଯୁବପିଢିଙ୍କ ଆଗ୍ରହ ବଢିବା ସହିତ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଏହି ଓ୍ବିଣ୍ଡ ସର୍ଫିଙ୍ଗ ଖେଳାଳିମାନେ।

 

ଆସନ୍ତା ଅକ୍ଟୋବର ୧୩ରେ ମୁମ୍ବାଇ ମରର୍ଓ୍ବେରେ ହେବାକୁ ଥିବା ଜାତୀୟ ସ୍ତର ୟୁଥ୍ ସେଲିଂ ଚମ୍ପୟନ ସିପ୍ ପାଇଁ ଓ୍ବିଣ୍ଡ ସର୍ଫିଙ୍ଗ କ୍ରୀଡା ଅଭ୍ୟାସ କରାଯାଉଥିବା ବେଳେ ଏହି କ୍ରୀଡା ପାରାଦୀପ ମହାନଦୀ ମୁହାଁଣରେ ପ୍ରଶିକ୍ଷଣ ପାଇଁ ବେଶ୍ ସହାୟକ ହେଉଛି। ତେଣୁ ମୁମ୍ବାଇର ମରର୍ଓ୍ବେ ସମୁଦ୍ରରେ ହେବି କରେଣ୍ଟ ରହିଥିବା ବେଳେ ପାରାଦୀପ ସମୁଦ୍ର ତଥା ମହାନଦୀ ମୁହାଁଣରେ ମଧ୍ୟ ସେହିଭଳି ଅଣ୍ଡର କରେଣ୍ଟ ରହିଛି। ଯାହାକି ଖେଳାଳି ମାନଙ୍କୁ ୟୁଥ୍ ସେଲିଂ ଚମ୍ପିୟନ୍ ସିପ୍ ରେ ଭାଗ ନେବାକୁ ବେଶ୍ ସହାୟକ ହେବ। 

 

ଆଗାମୀ ଦିନରେ ଏହି ଖେଳାଳିମାନେ ଓ୍ବାଟର ସ୍ପୋଟ୍ସ ଅଲମ୍ପିକରେ କିଭଳି ଭାଗ ନେବେ ସେଥିପାଇଁ ପ୍ରୟାସ ଜାରୀ ରଖିଛୁ ବୋଲି ସବୀର ବକ୍ସ କହିଛନ୍ତି। ତେଣୁ ସରକାରଙ୍କ ପକ୍ଷରୁ କ୍ରୀଡା ପ୍ରତି ସମସ୍ତ ସହଯୋଗ ଓ ସୁଯୋଗ ମିଳୁଥିବା ବେଳେ ଏହି ଓ୍ବାଟର ସ୍ପୋଟ୍ସ କ୍ରୀଡା ପ୍ରତି ଯୁବପିଢ଼ି ମାନେ ଆଗ୍ରହ ଦେଖାଇଲେ ମାଗଣାରେ ତାଲିମ ଦିଆଯିବ ବୋଲି ସବୀର ବକ୍ସ କହିଛନ୍ତି। 

ପାରାଦୀପରେ ଏଭଳି ପ୍ରଶିକ୍ଷଣ ଆରମ୍ଭ କରାଯାଇଥିବାରୁ ଏହି ଅବସରରେ 'ଆମ ପାରାଦୀପ ଆମ ପ୍ରଗତି'ର ଉପଦେଷ୍ଟା ବାପି ସର୍ଖେଲ ଓ ତାଙ୍କ ସଦସ୍ୟ ମାନଙ୍କ ସମେତ ପୌରାଧ୍ୟକ୍ଷା ଛବିଲତା ରାଉତ ଓ ପାରିଷଦ ଗଣ ଉପସ୍ଥିତ ରହି ସ୍କୁଭା ଡ୍ରାଇଭର ସବୀର ବକ୍ସ ଓ ଓ୍ବିଣ୍ଡ ସର୍ଫିଙ୍ଗ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତେଣୁ ପାରାଦୀପରେ ଏକ ଟ ସହିତ ଏକ ଓ୍ବାଟର ସ୍ପୋଟ୍ସ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ବାପି ସର୍ଖେଲ କହିଛନ୍ତି। ତେବେ ଏହି ଓ୍ବାଟର ସ୍ପୋର୍ଟିଂ ପ୍ରଶିକ୍ଷଣ ଦ୍ବାରା କେବଳ ଉଇଣ୍ଡ ସର୍ଫିଙ୍ଗ କ୍ରୀଡା ରେ ଭାଗ ନେବା ତାହା ନୁହେଁ ଏହି କ୍ରୀଡା ବାତ୍ୟା, ବନ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବେଶ୍ ସହାୟକ ହୋଇପାରିବ।