ଦିଲ୍ଲୀରେ ବ୍ଲାକ୍ ଫଙ୍ଗସର ଆତଙ୍କ: ଦୁଇଟି ହସ୍ପିଟାଲରେ ୪୫ ମାମଲା, ଜଣେ ରୋଗୀଙ୍କର ମୃତ୍ୟୁ
ଡକ୍ଟର ଭଗବାନଙ୍କ ଅନୁଯାୟୀ, ମେରୁଟର ଜଣେ ୩୭ ବର୍ଷୀୟ ବ୍ୟକ୍ତଙ୍କୁ କୋରୋନା ହୋଇଥିଲା । ତାଙ୍କ ମଧ୍ୟରେ ବ୍ଲାକ୍ ଫଙ୍ଗସ (Black Fungus) ର ଲକ୍ଷଣ ମିଳିଥିଲା । କୋରୋନା ପଜିଟିଭ୍ ହେବା ପରେ ସେ ପ୍ରଥମେ ଘରେ ଚିକିତ୍ସିତ ହେଉଥିଲେ, ତାଙ୍କୁ ହାଇ ବ୍ଲଡ୍ ଶୁଗାର ଥିଲା । କିନ୍ତୁ ରୋଗୀ ହସ୍ପିଟାଲରେରେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।
ନୂଆଦିଲ୍ଲୀ: ସାରା ଦେଶ କୋରୋନା ଭୂତାଣୁର ଦ୍ୱିତୀୟ (Second Wave Of Coronavirus) ଲହରର ସାମ୍ନା କରୁଛି । ଏହା ମଧ୍ୟରେ ଦିଲ୍ଲୀରେ ଅନେକ ବ୍ଲାକ୍ ଫଙ୍ଗସ (Black Fungus) ର ମାମଲା ଚିହ୍ନଟ ହୋଇଛି । ଏହି ରୋଗ ଯୋଗୁଁ ଜଣେ ବ୍ୟକ୍ତିର ଜୀବନ ମଧ୍ୟ ଚାଲିଯାଇଛି । ଦିଲ୍ଲୀର ପ୍ରସିଦ୍ଧ ମୂଲଚାନ୍ଦ ହସ୍ପିଟାଲରୁ ଏହି ମାମଲା ମେ ୧୬ରେ ସାମ୍ନାକୁ ଆସିଥିଲା । ମୂଲଚାନ୍ଦ ହସ୍ପିଟାଲର ଡକ୍ଟର ଭଗବାନ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...
ଡକ୍ଟର ଭଗବାନଙ୍କ ଅନୁଯାୟୀ, ମେରୁଟର ଜଣେ ୩୭ ବର୍ଷୀୟ ବ୍ୟକ୍ତଙ୍କୁ କୋରୋନା (COVID-19) ହୋଇଥିଲା । ତାଙ୍କ ମଧ୍ୟରେ ବ୍ଲାକ୍ ଫଙ୍ଗସ (Black Fungus) ର ଲକ୍ଷଣ ମିଳିଥିଲା । କୋରୋନା ପଜିଟିଭ୍ ହେବା ପରେ ସେ ପ୍ରଥମେ ଘରେ ଚିକିତ୍ସିତ ହେଉଥିଲେ, ତାଙ୍କୁ ହାଇ ବ୍ଲଡ୍ ଶୁଗାର ଥିଲା । କିନ୍ତୁ ରୋଗୀ ହସ୍ପିଟାଲରେରେ ଦୀର୍ଘ ସମୟ ଧରି ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ପୁଣି ହେବ ବିଳମ୍ବ! ବର୍ତ୍ତମାନ ଏହି ମାସରେ ହୋଇପାରେ ଘୋଷଣା
କେଉଁ ଡାକ୍ତରଖାନାରେ କେତେ ମାମଲା?
ମୂଲଚାନ୍ଦ ହସ୍ପିଟାଲ ବ୍ୟତୀତ ଦିଲ୍ଲୀର ଅନେକ ଡାକ୍ତରଖାନାରେ ଏପର୍ଯ୍ୟନ୍ତ ବ୍ଲାକ୍ ଫଙ୍ଗସ୍ର ଅନେକ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ସରଗଙ୍ଗାରାମ ହସ୍ପିଟାଲରେ ସର୍ବାଧିକ ୪୦ଟି ମାମଲା, ମ୍ୟାକ୍ସ ହସ୍ପିଟାଲରେ ୨୫ଟି ମାମଲା, AIIMS ରେ ୧୫-୨୦ଟି ମାମଲା ଏବଂ ମୂଲଚାନ୍ଦରେ ଗୋଟିଏ ମାମଲା ଚିହ୍ନଟ ହୋଇଛି ।
ରୋଗୀର ଅବସ୍ଥା କିପରି ହେଲା ଖରାପ
ମୂଲଚାନ୍ଦ ହସ୍ପିଟାଲରେ ଜୀବନ ହରାଇଥିବା ରୋଗୀଙ୍କ ବିଷୟରେ ଡାକ୍ତର କହିଛନ୍ତି ଯେ, ଯେତେବେଳେ ମେ ୧୬ରେ ରୋଗୀଙ୍କୁ ମୂଲଚାନ୍ଦ ହସ୍ପିଟାଲକୁ ଅଣାଯାଇଥିଲା, ସେତେବେଳେ ତାଙ୍କ ଆଖି ଓ ମୁହଁ ଫୁଲା ଥିଲା । ନାକରୁ ରକ୍ତସ୍ରାବ ହେବାର ଅଭିଯୋଗ ହେବା ସହିତ ରୋଗୀର ଆଖି ଲାଲ ଥିଲା । ଯେତେବେଳେ ସମସ୍ତ ପରୀକ୍ଷା କରାଯାଇଥିଲା, ସେତେବେଳେ ବ୍ଲାକ୍ ଫଙ୍ଗସ୍ ବିଷୟରେ ଜଣାପଡ଼ି ଥିଲା । ପରେ ଅସ୍ତ୍ରୋପଚାରର ଯୋଜନା କରାଯାଇଥିଲା । ମୂଲଚାନ୍ଦ ହସ୍ପିଟାଲର ଡାକ୍ତର କହିଛନ୍ତି ଯେ ଅସ୍ତ୍ରୋପଚାର ଏବଂ ଅନ୍ୟାନ୍ୟ ଉଦ୍ୟମ ପରେ ରୋଗୀଙ୍କର ହୃଦ୍ଘାତ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ:-ବିହାରର ଏହି ଗାଁରେ ୩୭ ଲୋକଙ୍କ ମୃତ୍ୟୁ, ପ୍ରଶାସନ କୋରୋନାର ପ୍ରକୋପ ମାନିବାକୁ ନାରାଜ
କୋରୋନା ସଙ୍କଟ ମଧ୍ୟରେ ବ୍ଲକ୍ ଫଙ୍ଗସ୍ ସମସ୍ୟା ବିଷୟରେ ଡକ୍ଟର ଭଗବାନ୍ କହିଛନ୍ତି ଯେ ବ୍ଲକ୍ ଫଙ୍ଗସ୍ କାରଣରୁ ମୃତ୍ୟୁ ହାର ଅଧିକ, ଏହା ରୋଗୀଙ୍କ ଆଖିରେ ଅଧିକ କ୍ଷତି ଘଟାଇଥାଏ । ଡାକ୍ତର କହିଛନ୍ତି ଯେ ଅତ୍ୟଧିକ ମାତ୍ରାରେ ଔଷଧ ଦେବା, ମଧୁମେହ ହେବା କିମ୍ବା ଅନ୍ୟାନ୍ୟ ଲକ୍ଷଣ ହେତୁ ରୋଗୀ ବିପଦରେ ପଡ଼ିପାରନ୍ତି ।