କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...
Advertisement
Article Detail0/zeeodisha/odisha903297

କୋରୋନାରେ ଯାଆଁଳା ଭାଇଙ୍କ ମୃତ୍ୟୁ, ବାପା କହିଲେ-ଜାଣିଥିଲି ଦୁହେଁ...

ମେରଠର କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବାସିନ୍ଦା ରାଫେଲଙ୍କ ଯାଆଁଳା ପୁଅ ଜୋଫ୍ରେଡ୍ ଭର୍ଗିଜ ଗ୍ରେଗରୀ ଏବଂ ରାଲଫ୍ରେଡ୍ ଜର୍ଜ ଗ୍ରେଗରୀ ମାତ୍ର ତିନି ମିନିଟର ବ୍ୟବଧାନରେ ଜନ୍ମ ହୋଇଥିଲେ ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave Of Coronavirus) ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି । ଏହି ମହାମାରୀ ବର୍ତ୍ତମାନ ଯାଏ ୨ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଛି । ପ୍ରତିଦିନ କେହିଁ ନା କେହିଁ ନିଜର ଲୋକଙ୍କୁ ହରାଉଛନ୍ତି । ଏହି କ୍ରମରେ ଉତ୍ତର ପ୍ରଦେଶର ମେରୁଟରେ ନିଜର ଯାଆଁଳା ପୁଅଙ୍କୁ ହରାଇଥିବା ଗ୍ରେଗୋରୀ ପରିବାର (Gregory family) ଉପରେ ବର୍ତ୍ତମାନ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଉଭୟ ପୁଅର ମୃତ୍ୟୁ ମଧ୍ୟରେ ମାତ୍ର କିଛି ଘଣ୍ଟାର ଅନ୍ତରାଳ ଥିଲା । ଯାଆଁଳା ଭାଇମାନେ କେବଳ ରୂପରେ ସମାନ ଦେଖାଯାଉନଥିଲେ, ବରଂ ପିଲାଦିନରୁ ସେମାନେ ଏକାଠି ରହୁଥିଲେ, ଏକାଠି ଖାଉଥିଲେ, ଏକାଠି ପଢ଼ାଇ କରିଥିଲେ ଏବଂ ଏକାସାଙ୍ଗରେ ଚାକିରି ମଧ୍ୟ ପାଇଥିଲେ । ମହାମାରୀ ମଧ୍ୟରେ ଦୁହେଁ କୋରୋନା ସଂକ୍ରମିତ (COVID-19 Infection) ହୋଇଥିଲେ । ପରିବାର ଦୁଇ ପୁଅଙ୍କ ସୁରକ୍ଷା ପାଇଁ ଦିନରାତି ପ୍ରାର୍ଥନା କରୁଥିଲେ, କିନ୍ତୁ ଯାହା ଘଟିଲା ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ।

ଅଧିକ ପଢ଼ନ୍ତୁ:-ବିହାରର ଏହି ଗାଁରେ ୩୭ ଲୋକଙ୍କ ମୃତ୍ୟୁ, ପ୍ରଶାସନ କୋରୋନାର ପ୍ରକୋପ ମାନିବାକୁ ନାରାଜ

ମେରଠର କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବାସିନ୍ଦା ରାଫେଲଙ୍କ ଯାଆଁଳା ପୁଅ ଜୋଫ୍ରେଡ୍ ଭର୍ଗିଜ ଗ୍ରେଗରୀ ଏବଂ ରାଲଫ୍ରେଡ୍ ଜର୍ଜ ଗ୍ରେଗରୀ ମାତ୍ର ତିନି ମିନିଟର ବ୍ୟବଧାନରେ ଜନ୍ମ ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ମାତ୍ର ୨୪ ବର୍ଷ ବୟସରେ ଦୁହେଁ କୋରୋନା ସଂକ୍ରମଣ କିଛି ଘଣ୍ଟା ପରେ ମୃତ୍ୟୁ ବରଣ କରିଥିଲେ ।

କୋରୋନା ଭୂତାଣୁ ସଂକ୍ରମଣରୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ନିଜର ଯାଆଁଳା ପୁଅ ହରାଇଥିବା ଶିକ୍ଷକ ଗ୍ରେଗରୀ ରେମଣ୍ଡ ରାଫେଲ କୁହନ୍ତି, "ମୁଁ ଜାଣିଥିଲି, ଯଦି ସେମାନେ ଫେରିବେ ତ ଦୁହେଁ ଏକାଠି ଫେରିବେ, ନଚେତ୍ କେହି ଫେରିବେ ନାହିଁ । ଜନ୍ମ ଠାରୁ ଯିବା ପର୍ଯ୍ୟନ୍ତ ସେମାନେ ସବୁକିଛି ଏକାଠି କରିଛି ।"

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ପୁଣି ହେବ ବିଳମ୍ବ! ବର୍ତ୍ତମାନ ଏହି ମାସରେ ହୋଇପାରେ ଘୋଷଣା

ସୂଚନାଯୋଗ୍ୟ, ଏପ୍ରିଲ ୨୩ରେ ଉଭୟଙ୍କର ଜନ୍ମଦିନ ଥିଲା ଏବଂ ଦୁହେଁ ଖୁସିରେ ପରିବାର ସହିତ ୨୪ ତମ ଜନ୍ମଦିନ ପାଳନ କରିଥିଲେ । କିନ୍ତୁ ପରଦିନ ଅର୍ଥାତ୍ ୨୪ ଏପ୍ରିଲରେ ଉଭୟ କୋରୋନା ସଂକ୍ରମିତ ହୋଇଥିବା କଥା ପୃଷ୍ଟି ହୋଇଥିଲା । ଗତ ସପ୍ତାହରେ କୋରୋନା ସହ ଦୀର୍ଘ ଲଢ଼େଇ ପରେ ଦୁହିଁଙ୍କର ମଧ୍ୟ କିଛି ଘଣ୍ଟା ବ୍ୟବଧାନରେ ନିଧନ ହୋଇଯାଇଥିଲା ।

ପରିବାର ଅନୁଯାୟୀ, ଜୋଫ୍ରେଡଙ୍କ ମେ ୧୩ରେ ମୃତ୍ୟୁ ହୋଇଥିଲା । କିଛି ଘଣ୍ଟା ପରେ ମେ ୧୪ରେ ରାଲଫ୍ରେଡଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା । ଦୁଇ ପୁଅଙ୍କ ମୃତ୍ୟୁରେ ଶିକ୍ଷକ ଗ୍ରେଗରୀ ରାଫେଲ ଏବଂ ତାଙ୍କ ପତ୍ନୀ ସୋଜା ଗ୍ରେଗରୀଙ୍କ ପରିବାର ଭାଙ୍ଗି ପଡିଛି ।

ଅଧିକ ପଢ଼ନ୍ତୁ:-କୋରୋନା ଟିକା ଲଗାଇବା ପରେ ଏହି ଲକ୍ଷଣଗୁଡିକ ହେଉଛି ବିପଦର ସଙ୍କେତ, ସତର୍କ କରାଇଲେ ସରକାର

ରାଫେଲ କହିଛନ୍ତି  ଯେ, "ରାଲଫ୍ରେଡ ଶେଷ ଥର ପାଇଁ ଡାକ୍ତରଖାନାରୁ ତାଙ୍କ ମା'ଙ୍କୁ କଲ୍ କରିଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ବୋଲି ସେ କହିଥିଲେ । ସେ ଜୋଫ୍ରେଡଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ, କିନ୍ତୁ ଆମେ ତାଙ୍କୁ ମିଛ କହିଥିଲୁ । ଆମେ ତାଙ୍କୁ କହି ନାହୁଁ ଯେ ଜୋଫ୍ରେଡ୍ ଆଉ ଏହି ଦୁନିଆରେ ନାହାଁନ୍ତି । ଆମେ ତାଙ୍କୁ କହିଥିଲୁ ଯେ ଜୋଫ୍ରେଡଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାକୁ ପଠାଯାଉଥିଲା, କିନ୍ତୁ ସେ ବୋଧହୁଏ ଜାଣିଥିଲେ । ସେ ସ୍ପଷ୍ଟ ଭାବରେ ତାଙ୍କ ମା'ଙ୍କୁ କହିଥିଲେ ଯେ ତୁମେ ମିଛ କହୁଛ ।"