ନୂଆଦିଲ୍ଲୀ: ଚଳିତ ବର୍ଷ ପାଠ୍ୟକ୍ରମରେ(syllabus) ପରିବର୍ତ୍ତନ ଆଣିଛି ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ-ଏନସିଇଆରଟି(National Council of Educational Research and Training-NCERT)। ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନ ପୁସ୍ତକରେ ସଂଶୋଧନ କରାଯାଇ ଜମ୍ମୁକାଶ୍ମୀରରେ ଦୀର୍ଘ ଦିନ ଚାଲି ଆସିଥିବା  ବିଚ୍ଛିନତାବାଦୀ ଆନ୍ଦୋଳନ ଅଧ୍ୟାୟକୁ ହଟାଇ ଦିଆଯାଇଛି । ଅନ୍ୟପଟେ ଏହି  ସ୍ୱାୟତ୍ତତା ପ୍ରଦାନ କରୁଥିବା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ସାମିଲ କରାଯାଇଛି ।       


COMMERCIAL BREAK
SCROLL TO CONTINUE READING

ଏନସିଆରଟି ପକ୍ଷରୁ ୨୦୨୦-୨୧ ଶିକ୍ଷା ବର୍ଷ ଲାଗି ରାଜନୈତିକ ବିଜ୍ଞାନ ପାଠ୍ୟ ପୁସ୍ତକରେ “ସ୍ୱାଧୀନତା ପରେ ଭାରତର ରାଜନୀତି” ପାଠ୍ୟକୁ ସଂଶୋଧନ କରିଛି। ବିଚ୍ଛନତାବାଦ ଆନ୍ଦୋଳନକୁ ହଟାଯାଇ ୩୭୦ ଧାରା ଉଚ୍ଛେଦ ଅଧ୍ୟାୟକୁ ସାମିଲ କରାଯାଇଛି । ଗତ ଗର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ରତା ମାନ୍ୟତା ରଦ୍ଦ କରି ରାଜ୍ୟକୁ ଜାମ୍ମୁ କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ ।


ବିଚ୍ଛନତାବାଦୀ ଆନ୍ଦୋଳନ ଅଧ୍ୟାୟକୁ ପାଠ୍ୟକ୍ରମରୁ ହଟାଯିବା ପ୍ରସଙ୍ଗରେ ମତ ରଖି କୁହାଯାଇଛି ଭାରତ-ପାକିସ୍ତାନ ଠାରୁ ଅଲଗା ହୋଇ କାଶ୍ମୀରକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର  ଗଠନ କରିବାକୁ ବିଚ୍ଛିନତାବଦୀଙ୍କ ଏକ ବଡ ଗୋଷ୍ଠୀ ଲକ୍ଷ୍ୟ ରଖିଛି ।  ଅନ୍ୟ ଗୋଷ୍ଠୀ ପାକିସ୍ତାନ ସହ ବିଲୟ ଏବଂ ଆଉ ଏକ ଗୋଷ୍ଠୀ ରାଜ୍ୟକୁ ଆହୁରି ଅଧିକ ସ୍ୱାୟତ୍ତତା ପ୍ରଦାନ କରିବାକୁ ଦାବି କରୁଛନ୍ତି ।     


ଏହି ପାଠ୍ୟରେ ବର୍ଷ ୨୦୧୮ ଜୁନ୍ ମାସରେ ଲାଗୁ ହୋଇଥିବା ରାଷ୍ଟ୍ରପତି ଶାସନ ବାବଦରେ ଉଲ୍ଲେଖ କରାଯାଇଛି।  ଯେତେବେଳେ ବିଜେପି ମେହବୁବା ମୁଫତି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏହାର ଶେଷରେ କାଶ୍ମୀର ଘାଟିରୁ ୩୭୦ ଧାରା ଉଚ୍ଛେଦ କରାଯାଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। 


ଜାମ୍ମୁ କାଶ୍ମୀର ବାବଦରେ ସଂଶୋଧିତ ହୋଇଥିବା ପାଠ୍ୟକ୍ରମରେ କୁହାଯାଇଛି ଭାରତୀୟ ସମ୍ବିଧାନ ଅନୁସାରେ ୩୭୦ ଧାରା ଅନୁସାରେ ଜମ୍ମୁ କାଶ୍ମୀରକୁ ସ୍ୱାୟତ୍ତତା ମିଳୁଥିଲା । ଏହା ସତ୍ତ୍ୱେ ଏହି ଅଞ୍ଚଳରେ ହିଂସା, ସୀମାପାର ଆତଙ୍କବାଦ ଏବଂ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଯାହାର ଆଭ୍ୟନ୍ତରୀଣ ଏବଂ ବାହ୍ୟ ପ୍ରଭାବ ରହିଥିଲା । ଏହି ଧାରାର ପରିଣାମ ସ୍ୱରୂପ ସୁରକ୍ଷା ବାହିନୀ ସମେତ ଅନେକ ନିରୀହ ଜନସାଧାରଣଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ବହୁ ସଂଖ୍ୟକ କାଶ୍ମୀର ପଣ୍ଡିତ ନିଜା ଭିଟାମାଟି ଉପତ୍ୟକାରୁ ବିସ୍ଥାପିତ ହୋଇଥିଲେ।


ସଂଶୋଧିତ ହୋଇଥିବା ପାଠ୍ୟକ୍ରମରେ ଦର୍ଶାଯାଇଛି, ଗତ ବର୍ଷ  ଅଗଷ୍ଟ ୫ ତାରିଖରେ ୩୭୦ ଧାରା ଅନୁସାରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ୱ ତନ୍ତ୍ରତା ମାନ୍ୟତା ରଦ୍ଦ କରିବାକୁ ସଂସଦ ଅନୁମୋଦନ କରିଛି। ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି । ତାହା ହେଉଛି ବିନା ବିଧାନସଭା ବିଶିଷ୍ଟ ଲଦାଖ ଏବଂ ଜମ୍ମୁ କାଶ୍ମୀର। ସଂଶୋଧିତ ପାଠ୍ୟ ପୁସ୍ତକ ୨୦୦୨ ବର୍ଷରୁ କାଶ୍ମୀର ଘାଟିରେ ହୋଇଥିବା ବିକାଶ ପ୍ରସଙ୍ଗରେ ଉଲ୍ଲେଖ ରହିଛି ।