ଜିଏସଟି ପରିଷଦର ୫୩ତମ ବୈଠକର ନିଷ୍କର୍ସ ଜାରି କରାଯାଇଛି। । ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତୀୟ ରେଲୱେ ଦ୍ବାରା ଦିଆଯାଉଥିବା ପ୍ଲାଟଫର୍ମ ଟିକଟ, ବ୍ୟାଟେରୀ କାର ସର୍ଭିସ୍ ପରି ସେବାକୁ ଜିଏସଟି ମୁକ୍ତ କରାଯାଇଛି । ଏହାର ଅର୍ଥ  ଆଗାମୀ ଦିନରେ ରେଲୱେ ପ୍ଲାଟଫର୍ମ ଟିକଟ ସମେତ ଅନ୍ୟ ସେବା ଶସ୍ତା ହୋଇଯିବ । ଅନ୍ୟପଟେ, ଜିଏସଟି କାଉନସିଲରେ ସମସ୍ତ ଦୁଗ୍ଧ ଡବା ଉପରେ ୧୨ ପ୍ରତିଶତର ଏକ ସମାନ ଦର ପାଇଁ ସୁପାରିଶ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଅର୍ଥମନ୍ତ୍ରୀ କହିଛନ୍ତି ଯେ କାଉନସିଲ୍ ସମସ୍ତ ଦୁଗ୍ଧ ଡବା ଅର୍ଥାତ୍ ଷ୍ଟିସ୍, ଲୁହା, ଆଲୁମିନିୟମ ଉପରେ ୧୨ ପ୍ରତିଶତ ଯାଏ ଗୋଟିଏ ହାର ଲଗାଇବା ପାଇଁ ସୁପାରିଶ କରିଛି । ଜିଏସଟି ପରିଷଦ ସମସ୍ତ କାର୍ଟନ ବକ୍ସ ଏବଂ ଡବା ଉପରେ ୧୨ ପ୍ରତିଶତର ସମାନ ଜିଏସଟି ରେଟ୍ ଲଗାଇବା ପାଇଁ ମଧ୍ୟ ସୁପାରିଶ କରିଛି । ଏହାଦ୍ବାରା ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀର ଆପଲ୍ ସାମଗ୍ରୀକୁ ସହାୟତା ମିଳିବ ।


ସେହିପରି ଫାୟର ୱାଟର ସ୍ପ୍ରିଙ୍କଲର ସମେତ ସମସ୍ତ ପ୍ରକାର ସ୍ପେଙ୍କଲର ଉପରେ ୧୨% ଜିଏସଟି ଲାଗିବ ।
ଏହିପରି ଜିଏସଟି କାଉନସିଲ୍ ଶିକ୍ଷାନୁଷ୍ଠାନ ବାହାରେ ଛାତ୍ରାବାସ ରୂପେ ଦିଆଯାଉଥିବା ସେବା ପାଇଁ ପ୍ରତିବ୍ୟକ୍ତି ମାସକୁ ୨୦,୦୦୦ ଟଙ୍କା ରିହାତି ଦିଆଯିବ।ଏହା ବ ବ୍ୟତୀତ ସୋଲାର କୁକର ଉପରେ ୧୨ ପ୍ରତିଶତ GST ପାଇଁ ମଞ୍ଜୁରୀ ଦିଆଯାଇଛି ।


ଅନ୍ୟପଟେ ଜିଏସଟି ଅଧିନିୟମର ଧାରା ୭୩ ଅଧ୍ୟାନରେ ଜାରି କରାଯାଇଥିବା ଡିମାଣ୍ଡ ନୋଟିସ ଉପରେ ସୁଧ ଏବଂ ଜରିମାନ ଛାଡ଼ା ପାଇଁ ସୁପାରିଶ କରାଯାଇଛି । ଜିଏସଟି କାଉନସିଲ୍ ଦରକୁ ତର୍କସଙ୍ଗତ କରିବା ପାଇଁ ଫର୍ଟିଲାଇଜର ଉପରେ ଜିଏସଟି କମ କରିବା ଅନୁରୋଧକୁ ଜିଓଏମକୁ ପଠାଇଛି । 


ବର୍ତ୍ତମାନ ସମୟରେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲଗାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ଦିନ‌କୁ ସାର ଉପରେ ଜିଏସଟି ଛାଡ଼ ନେଇ ଦାବି କରାଯାଉଛି ।