Air India Express Fire: ବିମାନରେ ଭୟାନକ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୪୦ ଯାତ୍ରୀ
Oman Airplane Fire: ବୁଧବାର ଦିନ ମସ୍କଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରୁ ଅଚାନକ ଧୂଆଁ (Smoke) ବାହାରିବା ଆରମ୍ଭ କରିଥିଲା। କୋଚିନ୍ ଯିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX 442ର ଇଞ୍ଜିନ ନମ୍ବର ୨ରେ ଧୂଆଁ ବାହାରିବା ଓ ନିଆଁ ଲାଗିବା ପରେ ବୁଧବାର ଦିନ ୧୪୦ରୁ ଅଧିକ ଯାତ୍ରୀଙ୍କୁ ଏମର୍ଜେନ୍ସି ଭାବେ ବାହାର କରିବାକୁ ପଡିଥିଲା।
Oman Airplane Fire: ବୁଧବାର ଦିନ ମସ୍କଟ ଅନ୍ତର୍ଜାତୀୟ ବିମାନବନ୍ଦର (Muscat International Airport)ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express)ର ଏକ ବିମାନରୁ ଅଚାନକ ଧୂଆଁ (Smoke) ବାହାରିବା ଆରମ୍ଭ କରିଥିଲା। କୋଚିନ୍ ଯିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ IX 442ର ଇଞ୍ଜିନ ନମ୍ବର ୨ରେ ଧୂଆଁ ବାହାରିବା ଓ ନିଆଁ ଲାଗିବା ପରେ ବୁଧବାର ଦିନ ୧୪୦ରୁ ଅଧିକ ଯାତ୍ରୀଙ୍କୁ ଏମର୍ଜେନ୍ସି ଭାବେ ବାହାର କରିବାକୁ ପଡିଥିଲା। ଓମାନ (Oman)ରେ ଅବସ୍ଥିତ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୧୪ ଜଣ ଆହତ ହୋଇଛନ୍ତି। ଯାତ୍ରୀଙ୍କ ବିମାନରୁ ଧୂଆଁ ବାହାରିବା ପରେ ସ୍ଲାଇଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଯାତ୍ରୀମାନଙ୍କୁ ଟାଣି ନିଆଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ବିମାନଟି ବୁଧବାର ସକାଳେ କୋଚି ଅଭିମୁଖେ ଯିବାର ଥିଲା କିନ୍ତୁ, ଏହା ପୂର୍ବରୁ ଦୁର୍ଘଟଣା ଘଟିଥିଲା। ଏଠାରେ କହିରଖୁଛୁ ଯେ, ମସ୍କଟ ହେଉଛି ଓମାନର ରାଜଧାନୀ।
ଘଟଣା କ୍ରମର ସୂଚନା ଦେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି, "VT AXZ ଭାବେ ପଞ୍ଜୀକୃତ ହୋଇଥିବା B737-800, ମସ୍କଟରେ ଟେକଅଫ୍ ପାଇଁ ପ୍ରସ୍ତୁତ ଥିଲା, ସେତେବେଳେ ସେଥିରୁ ଧୂଆଁ ସହିତ ଦୁଇ ନମ୍ବର ଇଞ୍ଜିନରେ ନିଆଁ ଲାଗିବା ବିଷୟରେ ଜଣାପଡିଥିଲା। ପରେ ସମସ୍ତ ଯାତ୍ରୀ (୧୪୧ + ୪ ଶିଶୁ)ଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ନିରାପଦରେ ଯାତ୍ରୀମାନଙ୍କୁ ଟର୍ମିନାଲ ବିଲଡିଂକୁ ନିଆଯାଇଥିଲା ଏବଂ ସେମାନଙ୍କୁ ପୁନଶ୍ଚ ଆଣିବା ପାଇଁ ଏକ ଉଡାଣର ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ କହିଛନ୍ତି।
ବାସ୍ତବରେ ଯେତେବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସର ମସ୍କଟ-କୋଚ୍ଚି ବିମାନ, ଯେତେବେଳେ ଉଡ଼ାଣ ପାଇଁ ରନୱେରେ ଥିଲା, ସେତେବେଳେ ଧୂଆଁ ବିଷୟରେ ଜଣାପଡିଥିଲା। ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ସ୍ଲାଇଡ୍ ମାଧ୍ୟମରେ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ବିମାନରେ ୧୪୧ ଜଣ ଯାତ୍ରୀ ଏବଂ ୬ ଜଣ ପାଇଲଟ ଥିଲେ। ସମସ୍ତଙ୍କୁ ବାହାର କରାଯାଇଥିବା ବେଳେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି।
ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏକ ବିବୃତ୍ତିରେ କହିଛି ଯେ, ଯାତ୍ରୀ ମାନଙ୍କ ପାଇଁ ଆଉ ଏକ ବିମାନ ଉପଲବ୍ଧ କରାଯିବ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି ଯେ, ଆମେ ଯାଞ୍ଚ କରିବୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ମାନେ HTକୁ କହିଛନ୍ତି ଯେ, ଇଞ୍ଜିନ ଅଗ୍ନିକାଣ୍ଡ ବିଷୟରେ ଜଣେ ବିଶେଷଜ୍ଞ ସୂଚନା ଦେଇଛନ୍ତି ଯେ, ଏହି ବିଷୟରେ ଜାଣିଥିବା ବ୍ୟକ୍ତିଟିଏ ଇଞ୍ଜିନରେ ନିଆଁ ଲାଗିବାର ସୂଚନା ଦେଇଥିଲେ। ଯାହାପରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା ଏବଂ ଯାତ୍ରୀଙ୍କୁ ବାହାର କରିବା ପାଇଁ ସ୍ଲାଇଡ୍ସ ନିୟୋଜିତ କରାଯାଇଥିଲା।
ଏଠାରେ ଜଣାଇ ଦେଉଛୁ ଯେ, ଦୁଇ ମାସ ପୂର୍ବେ କାଲିକଟରୁ ଦୁବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ (Air India Express) ଏକ ବିମାନରୁ ଜଳିବା ଗନ୍ଧ ବାହାରିବା ପରେ ମସ୍କାଟକୁ ଫେରିବାକୁ ପଡିଥିଲା। ଯଦିଓ ପରେ ସେପରି କୌଣସି ଗୁରୁତର ଦୁର୍ଘଟଣା ଘଟିନଥିଲା। ତେଣୁ ବାରବାର ବିମାନ ଗୁଡିକରେ ଦେଖାଯାଉଥିବା ଏପରି ତ୍ରୁଟି ଯାତ୍ରା ମାନଙ୍କୁ ଭୟଭୀତ କରାଉଛି। ଏହି ଯାନ୍ତ୍ରୀକ ତ୍ରୁଟି ଯେ କେବଳ ଯାତ୍ରୀବାହୀ ବିମାନରେ ଦେଖାଯାଉଛି ତାହା ନୁହେଁ, ଅନେକ ସମୟରେ ସାମରିକ ବିମାନ ମାନଙ୍କରେ ମଧ୍ୟ ଏହି ଅସୁବିଧା ଦେଖାଯାଇଥାଏ। ଯାହାଫଳରେ ବଡବଡ ଦୁର୍ଘଟଣା ମାନ ଘଟିଥାଏ।