ନୂଆଦିଲ୍ଲୀSetback For China: ଚୀନ (China) ଆଜି (ମେ' ୩୦) ୧୦ଟି ପ୍ରଶାନ୍ତ ଦେଶ  (Pacific Nations) ସହିତ ବ୍ୟାପକ ନୂତନ ଚୁକ୍ତିନାମା କରିବାରେ ବିଫଳ ହୋଇଛି । ଏହି ଅଞ୍ଚଳର କିଛି ଲୋକ ମଧ୍ୟ ଏହି ବିଷୟରେ ଗଭୀର ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି । ତେବେ ଚୀନର ବୈଦେଶିକ ମନ୍ତ୍ରୀ (Chinese Foreign Minister) ୱାଙ୍ଗ ୟି (Wang Yi) ଙ୍କ ଗସ୍ତ ସମୟରେ ଡ୍ରାଗନ୍ କିଛି ସଫଳତା ହାସଲ କରିଛି, ମାତ୍ର ଏହା ସାମାନ୍ୟତମ । ୱାଙ୍ଗ ୧୦ଟି ଦ୍ୱୀପପୁଞ୍ଜର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଫିଜି (Fiji) ରେ ପହଞ୍ଚିଛନ୍ତି ।


COMMERCIAL BREAK
SCROLL TO CONTINUE READING

ୱାଙ୍ଗ ଓ ଫିଜିର ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍ ବାଇନିମାରାମା (Frank Bainimarama) ଏକ ସାମ୍ବାଦିକ ସମ୍ମିଳନୀରେ ୩୦ ମିନିଟ୍ କଥା ହୋଇଥିଲେ, କିନ୍ତୁ ସାମ୍ବାଦିକମାନେ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ହଠାତ୍ ଚାଲିଗଲେ । ବୈଠକ ସହ ଜଡ଼ିତ ସମସ୍ତ ସୂଚନା ମିଳିପାରି ନାହିଁ, ଯଦିଓ ଏହା ସ୍ପଷ୍ଟ ହୋଇଛି ଯେ, ଚୀନ୍‌ର ଯୋଜନା ବୈକରେ ସଫଳ ହୋଇପାରି ନାହିଁ । "ପୂର୍ବ ପରି ଆମେ ନୂତନ ଆଞ୍ଚଳିକ ଚୁକ୍ତିନାମା ଉପରେ କୌଣସି ବି ଚର୍ଚ୍ଚା ସମୟରେ ନିଜ ଦେଶଗୁଡ଼ିକର ମଧ୍ୟ ସହମତି ଚାହୁଁଛୁ" ବୋଲି ବାଇନିମାରାମା କହିଛନ୍ତି ।


ଏହି ଅଞ୍ଚଳରେ ଚୀନର ସେନ୍ୟ ତଥା ଆର୍ଥିକ ଅଭିଳାଷକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକଟ କରାଯାଇଛି । ଅନ୍ୟପଟେ ଅନେକ ଫିଜି ନାଗରିକ ବିଦେଶୀ ପୁଞ୍ଜି ନିବେଶକୁ ଲାଭଦାୟକ ମନେ କରୁଛନ୍ତି, କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ଏହା ଲୋକମାନଙ୍କ ଉନ୍ନତ କରିବ । ଫିଜିର ଜର୍ଜିନା ମଟିଲ୍ଡା କହିଛନ୍ତି ଯେ, ଚୀନର ଭିତ୍ତିଭୂମି କମ୍ପାନୀ 'ଚାଇନା ରେଲୱେ'ରେ କାମ କରିବା ଅର୍ଥ ସେ ନିଜ ପିଲାମାନଙ୍କ ପାଇଁ ଖାଦ୍ୟ ଯୋଗାଇ ପାରିବେ ।


ମିଲିଆନ୍ ରୋକୋଲିଟା କହିଛନ୍ତି ଯେ, "ଚୀନର ବଢ଼ୁଥିବା ଉପସ୍ଥିତିରୁ ଲୋକମାନେ ଲାଭବାନ ହୋଇଛନ୍ତି । ସେମାନଙ୍କ ଯୋଗୁଁ ଆମକୁ ବଡ଼ ଘର ମିଳିଛି । ଫିଜିରେ ଟଙ୍କା ଆସିଛି । ସେମାନେ ଭଲ ଲୋକ ।" ଦି ଆସୋସିଏଟେଡ୍ ପ୍ରେସ ଦ୍ୱାରା ପ୍ରାପ୍ତ ଡକ୍ୟୁମେଣ୍ଟ ଅନୁଯାୟୀ ୱାଙ୍ଗ ଆଶା କରିଛନ୍ତି ଯେ, ୧୦ଟି ଦ୍ୱୀପ ରାଷ୍ଟ୍ର ଏହି ବୈଠକରେ ପୂର୍ବ ଲିଖିତ ଚୁକ୍ତିନାମାକୁ ସମର୍ଥନ କରିବେ । ତେବେ ୱାଙ୍ଗ ସମସ୍ତଙ୍କୁ ଏଥି ଉପରେ ସହମତ କରାଇପାରି ନଥିଲେ ।


ଫେଡେରେଟେଡ୍ ଷ୍ଟେଟ୍ସ ଅଫ୍ ମାଇକ୍ରୋନେସିଆର ରାଷ୍ଟ୍ରପତି ଡେଭିଡ ପାନୁଏଲୋ ଅନ୍ୟ ପ୍ରଶାନ୍ତ ନେତାମାନଙ୍କୁ କହିଛନ୍ତି ଯେ, ସେ ଏହି ଯୋଜନାକୁ ସମର୍ଥନ କରିବେ ନାହିଁ । ଏହା ଅନାବଶ୍ୟକ ଭାବରେ ଭୌଗୋଳିକ ତିକ୍ତତା ବୃଦ୍ଧି କରିବ ଓ ଆଞ୍ଚଳିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେ ଏକ ଚିଠି ମାଧ୍ୟମରେ ଚେତାବନୀ ଦେଇଛନ୍ତି । ପାନୁଏଲୋ ଏହାକୁ "ପ୍ରଶାନ୍ତ କ୍ଷେତ୍ରରେ ସବୁଠାରୁ ଅଧିକ ପରିବର୍ତ୍ତନ ଆଣିବାକୁ ଥିବା ପ୍ରସ୍ତାବିତ ଚୁକ୍ତିନାମା" ବୋଲି କହିଛନ୍ତି ଓ ଏହା ନୂତନ ଶୀତଳ ଯୁଦ୍ଧର ଆରମ୍ଭ ଏବଂ ସବୁଠାରୁ ଖରାପ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ।


ଏହା ବି ପଢ଼ନ୍ତୁ:-ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଂଗ୍ରେସକୁ ଦେଲେ ଝଟକା! ନେଲେ ଏହି ବଡ଼ ପଦକ୍ଷେପ


ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀଙ୍କ ତାଲିକା, ଜାଣନ୍ତୁ କ'ଣ କହୁଛି ସମୀକରଣ


ଏହା ବି ପଢ଼ନ୍ତୁ:-ଆପଣଙ୍କ କାମର କଥା: ଜୁନ୍ ୧ରୁ ବ୍ୟାଙ୍କିଂ ଓ ସୁନା ହଲମାର୍କିଂ ସମେତ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ


ଚୀନ (China) ହୁଏତ ବହୁପକ୍ଷୀୟ ଚୁକ୍ତିନାମା କରିବାରେ ବିଫଳ ହୋଇଥାଇପାରେ, କିନ୍ତୁ ୱାଙ୍ଗଙ୍କ ଏହି ଗସ୍ତ ସମୟରେ ସେ ପ୍ରତିଦିନ ପ୍ରଶାନ୍ତ ଦେଶମାନଙ୍କ (Pacific Countries) ସହ କିଛି ଛୋଟ ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର କରୁଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଚୀନ ସୋଲେମାନ ଆଇସଲ୍ୟାଣ୍ଡ (Solomon Islands) ଏବଂ ଅନ୍ୟ ନଅ ଦ୍ୱୀପପୁଞ୍ଜ ଦେଶକୁ ସୁରକ୍ଷା ପ୍ରସ୍ତାବ ଦେଇଥିଲା । ରିଜୋଲ୍ୟୁସନ୍ ଡ୍ରାଫ୍ଟରେ କୁହାଯାଇଛି ଯେ ଚୀନ ପ୍ରଶାନ୍ତ ପୋଲିସ୍ ଅଧିକାରୀଙ୍କୁ ତାଲିମ ଦେବା, ସେମାନଙ୍କୁ "ପାରମ୍ପାରିକ ତଥା ଅଣ ପାରମ୍ପାରିକ ସୁରକ୍ଷା" ଉପରେ ସଂଗଠିତ କରିବା ଏବଂ ଆଇନ ପ୍ରଣୟନ ସହଯୋଗକୁ ବଢ଼ାଇବାକୁ ଚାହୁଁଛି । ସେ ମଧ୍ୟ ମିଳିତ ଭାବେ ମତ୍ସ୍ୟ ଉଦ୍ୟୋଗ ପାଇଁ ଏକ ସାମୁଦ୍ରିକ ଯୋଜନା ପ୍ରସ୍ତୁତ କରିବାକୁ ଓ ପ୍ରଶାନ୍ତ ଦେଶମାନଙ୍କ ସହିତ ମୁକ୍ତ ବାଣିଜ୍ୟର ସମ୍ଭାବନାକୁ ଅନୁସନ୍ଧାନ କରିବାକୁ ଚାହୁଁଛି ।