Shajapur Collector: ନୂଆଦିଲ୍ଲୀ: କ୍ଷମା ପ୍ରାର୍ଥନା ସତ୍ତ୍ୱେ ମିଳିଲା ଦଣ୍ଡ। ପଦରୁ ହଟିଲେ ଜିଲ୍ଲାପାଳ। ସୂଚନାଯୋଗ୍ୟ ହିଟ ଆଣ୍ଡ ରନ ମାମଲାରେ ସରକାର ଆଣିଥିବା ନିୟମକୁ ବିରୋଧ କରି ଗତକାଲି ଦିନତମାମ ଟ୍ରକ ଚାଳକଙ୍କ ମଧ୍ୟରେ ତୁମ୍ଭିତୋଫାନ ଆରମ୍ଭ ହୋଇଥିଲା। ଦିନ ତମାମ ଦେଶର କିଛି ପ୍ରମୁଖ ରାଜ୍ୟ ଗୁଡ଼ିକରେ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କିନ୍ତୁ ଦିନର ଅବଧି ଶେଷ ହେବା ବେଳକୁ ଟ୍ରକ ଚାଳକଙ୍କ ଆଗରେ ମଥା ନୁଆଁଇଥିଲେ ସରକାର। ତୁରନ୍ତ ସେହି ନିୟମ ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଥିଲେ। 


COMMERCIAL BREAK
SCROLL TO CONTINUE READING

ଏ ବାବଦରେ ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ଜିଲ୍ଲାପାଳ କିଶୋର କାନିଆଲ ଡ୍ରାଇଭରଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଆଲୋଚନା ମଧ୍ୟରେ ଉତ୍ତ୍ୟକ୍ତ ହୋଇ ଚାଳକଙ୍କ ସହିତ ଉଚ୍ଚ ସ୍ୱରରେ କଥା ହେବା ସହିତ ସେମାନଙ୍କର ସ୍ଥିତି କଣ ବୋଲି ପ୍ରଶ୍ନ କରିଥିଲେ। ଏଭଳି ଆଚରଣ ପାଇଁ ଶେଷରେ ତାଙ୍କୁ ଦଣ୍ଡିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ନିଜେ ଏହି ବିଷୟରେ ଜାଣି ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି। ତାଙ୍କୁ ଏହି ପଦରୁ ହଟାଇବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ଗରିବଙ୍କ ପୁଅ ଏବଂ ଏହି ସରକାର ଗରିବଙ୍କର। ଏହି ସରକାରରେ ସମସ୍ତଙ୍କୁ ସମ୍ମାନ ଦିଆଯିବା ଉଚିତ୍ | ଏହା ସହିତ ସେ ରାଜ୍ୟର ଅବଶିଷ୍ଟ ଅଧିକାରୀମାନଙ୍କୁ ମଧ୍ୟ ସେମାନଙ୍କ ଭାଷା ଉପରେ ନିୟନ୍ତ୍ରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।