ଭୋପାଳ: ଇସଲାମ ପ୍ରାୟୋଜିତ ଆତଙ୍କବାଦ (Muslim Sponcered Terrorism) ସହ ଲଢିବା ପାଇଁ ୟୁରୋପୀୟ ଦେଶ (European Nation) ଫ୍ରାନ୍ସ (France) ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସମର୍ଥନ କରିଛନ୍ତି ଭାରତ ସରକାର (Govt of India)। ହେଲେ ଏହାକୁ ନେଇ ଦେଶ ମଧ୍ୟରୁ ବିରୋଧର ସ୍ୱର ଉଠିଛି। ଆତଙ୍କବାଦ ବିରୁଦ୍ଧରେ ଫ୍ରାନ୍ସ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳ (Bhopal) ଠାରେ ବିରୋଧ କରାଯାଇଛି।


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ବିଧାୟକ (Congress MLA) ଆରିଫ ମାସୁଦ (Arif Masood) ଙ୍କ ନେତୃତ୍ୱରେ ଭୋପାଳସ୍ଥିତ ଇକବାଲ ମୈଦାନ (Iqbal Maidan) ଠାରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହୋଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ନାରାବାଜି କରିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଖପ୍ପା ହୋଇ ଉଠିଛନ୍ତି ମଧ୍ୟ ପ୍ରଦେଶରେ କ୍ଷମତାସୀନ ଥିବା ଶିବରାଜ ସରକାର (Shivraj Govt)। ଏ ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମଧ୍ୟ ପ୍ରଦେଶ ସରକାର।




ଏହି ଆନ୍ଦୋଳନକୁ ନେଇ ସତର୍କ ହୋଇଉଠିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh CM) ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan) ଏହି ମାମଲାରେ।  ଏପରିକି ଏହି ଘଟଣାକୁ  ନେଇ ଏବେ ଆକ୍ସନମୁଡ୍ ମଧ୍ୟ ପ୍ରଦେଶ ସରକାର। ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ। 


ଏନେଇ ଏକ ଟ୍ୱିଟ୍‌ କରି ସେ ଲେଖିଛନ୍ତି, "ମଧ୍ୟପ୍ରଦେଶ ଶାନ୍ତିର ଏକ ଦ୍ୱୀପ। ଯେଉଁମାନେ ଏହାର ଶାନ୍ତି ଭଙ୍ଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ଘଟଣାରେ ଆଇପିସି ଧାରା ୧୮୮ ଆଧାରରେ ମାମଲା ରୁଜ୍ଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ ଯିଏ ହେଲେ ମଧ୍ୟ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। "


ରାଜଧାନୀ ଭୋପାଳ ଠାରେ ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଆରିଫ ମାସୁଦଙ୍କ ନେତୃତ୍ୱରେ ହଜାର ହଜାର ଲୋକ ଏକତ୍ରୀତ ହୋଇ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଅନେକ ଧାର୍ମିକ ନାରାବାଜି କରାଯାଇଥିଲା। ଏପରିକି ଫ୍ରାନ୍ସ ରାଷ୍ଟ୍ରପତି (French President) ଇମାନୁଏଲ ମାକ୍ରୋନ (Emmanuel Macrfon) କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଥିଲା । ଭାରତ ଫ୍ରାନ୍ସ ସହ ବାଣିଜ୍ୟକ ସମ୍ପର୍କ ବନ୍ଦ କରିବାକୁ ଦାବି କରାଯାଇଥିଲା। 


 



ଏହି ଆନ୍ଦୋଳନ ସମରେ କୋରୋନା ମହାମାରୀ (Corona Pandemic) ଲାଗି ଜାରି ହୋଇଥିବା ଗାଇଡଲାଇନ୍ସର ଖୋଲାଖୋଲି ଉଂଲଘନ କରାଯାଇଥିଲା। ଏପରିକି ସାମାଜିକ ଦୂରତା ରକ୍ଷା କରିବା ଦୂରର କଥା, ଏହି ଆନ୍ଦୋଳନରେ ଯୋଗ ଦେଇଥିବା ଲୋକେ ମାସ୍କ ମଧ୍ୟ ପିନ୍ଧିନଥିଲେ। ଏ ଘଟଣାରେ ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଏନେଇ ୨ ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।