ଚିନ୍ତନ ଶିବିର ମଧ୍ୟରେ କଂଗ୍ରେସକୁ ଝଟକା; ଦଳ ଛାଡିଲେ ଏହି ବଡ଼ ନେତା
ସୁନୀଲ ଜାଖଡ଼ କହିଛନ୍ତି ଯେ ତାଙ୍କ ପରିବାରର ତିନି ପିଢ଼ି କଂଗ୍ରେସର ୫୦ ବର୍ଷ ସେବା କରିବା ପରେ `ପାର୍ଟି ଲାଇନରେ ନଆସିବା` ପାଇଁ ତାଙ୍କ ପାର୍ଟି ପୋଷ୍ଟ ଛଡ଼ାଇ ନିଆଯାଇଥିଲା, ଯାହାକୁ ନେଇ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା ।`
Sunil Jakhar quits Congress: ପଞ୍ଜାବରେ ଅସନ୍ତୁଷ୍ଟ କଂଗ୍ରେସ ନେତା ସୁନୀଲ ଜାଖଡ଼ (Sunil Jakhar) ଶନିବାର ଦିନ କଂଗ୍ରେସର ଚିନ୍ତନ ଶିବିର ମଧ୍ୟରେ ଦଳକୁ ବିଦାୟ ଦେଇଛନ୍ତି । ସେ ଫେସବୁକ୍ ଲାଇଭ୍ ମାଧ୍ୟମରେ ଏହା ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂଙ୍କୁ ହଟାଇବା ପରେ ପଞ୍ଜାବର ଜଣେ ନିର୍ଦ୍ଦିଷ୍ଟ ନେତାଙ୍କ କଥା ଶୁଣିବାକୁ ନେଇ ଜାଖଡ଼ ଅଭିଯୋଗ କରିଛନ୍ତି ।
ସୁନୀଲ ଜାଖଡ଼ କହିଛନ୍ତି ଯେ ତାଙ୍କ ପରିବାରର ତିନି ପିଢ଼ି କଂଗ୍ରେସର ୫୦ ବର୍ଷ ସେବା କରିବା ପରେ "ପାର୍ଟି ଲାଇନରେ ନଆସିବା" ପାଇଁ ତାଙ୍କ ପାର୍ଟି ପୋଷ୍ଟ ଛଡ଼ାଇ ନିଆଯାଇଥିଲା, ଯାହାକୁ ନେଇ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା ।'
ସେ ନିଜ ମନ କଥା କହିବା ପାଇଁ ଫେସବୁକରେ LIVE ଯିବା ପୂର୍ବରୁ କିଛି ଘଣ୍ଟା ପୂର୍ବରୁ ସୁନୀଲ ଜାଖଡ଼ ତାଙ୍କର ଭବିଷ୍ୟତର କାର୍ଯ୍ୟକଳାପକୁ ସୂଚାଇ ତାଙ୍କ ଟ୍ୱିଟର ବାୟୋରୁ କଂଗ୍ରେସକୁ ହଟାଇ ଦେଇଛନ୍ତି ।
ତାଙ୍କର "ପାର୍ଟି ବିରୋଧୀ" ବୟାନ ପାଇଁ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରାଯାଇଥିଲା । ଜାଖଡ଼ କାରଣ ଦର୍ଶାଅ ନୋଟିସର କୌଣସି ଜବାବ ଦେଇନଥିଲେ । ଅନୁଶାସନ ବିରୋଧୀ କମିଟି ତାଙ୍କୁ ସର୍ବଦଳୀୟ ପଦବୀରୁ ହଟାଇବାକୁ ନିଷ୍ପତ୍ତି ନେବା ପୂର୍ବରୁ ସେ ଏହି ନିସ୍ପତି ନେଇଛନ୍ତି ।
ଏହା ବି ପଢ଼ନ୍ତୁ: ରେଳ ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ! ଜୁନ୍ ୮ ପର୍ଯ୍ୟନ୍ତ ବାତିଲ୍ ହେଲା ଏସବୁ ଟ୍ରେନ୍, ଦେଖନ୍ତୁ ପୂରା ଲିଷ୍ଟ
ଏହା ବି ପଢ଼ନ୍ତୁ: ଝିଅ ନାମରେ ବ୍ୟାଙ୍କରେ ଖୋଲନ୍ତୁ ୨୫୦ ଟଙ୍କାର ଆକାଉଣ୍ଟ; ମିଳିବ ୧୫ ଲକ୍ଷ