SSY Scheme: ଯଦି ଆପଣ ଆପଣଙ୍କ ଝିଅର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣ ସୁକନ୍ୟା ସମ୍ରିଦ୍ଧି ଯୋଜନାରେ (Sukanya Samriddhi Yojana) ନିବେଶ କରିପାରିବ । ସୁକନ୍ୟା ସମ୍ରିଦ୍ଧି ଯୋଜନା ଉପରେ ସରକାର ବାର୍ଷିକ ୭.୬ ପ୍ରତିଶତ ସୁଧ ଦେଉଛନ୍ତି ।
Trending Photos
Sukanya Samriddhi Yojana: ଯଦି ଆପଣ ଆପଣଙ୍କ ଝିଅର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣ ସୁକନ୍ୟା ସମ୍ରିଦ୍ଧି ଯୋଜନାରେ (Sukanya Samriddhi Yojana) ନିବେଶ କରିପାରିବ । ସୁକନ୍ୟା ସମ୍ରିଦ୍ଧି ଯୋଜନା ଉପରେ ସରକାର ବାର୍ଷିକ ୭.୬ ପ୍ରତିଶତ ସୁଧ ଦେଉଛନ୍ତି । ଆଗାମୀ ଏପ୍ରିଲ-ଜୁନ୍ କ୍ୱାର୍ଟର ପାଇଁ ମଧ୍ୟ ସୁଧ ହାର ସମାନ ଲାଗୁ ରହିବ । ସୁକନ୍ୟା ସମ୍ରିଦ୍ଧି ଯୋଜନା (SSY) ହେଉଛି ଏକ ଛୋଟ ସେଭିଂ ସ୍କିମ ଯାହାକି ଝିଅ ପିଲାଙ୍କ ପାଇଁ ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ସୁକନ୍ୟା ସମ୍ରିଦ୍ଧି ଯୋଜନା ଆକାଉଣ୍ଟ ୧୦ ବର୍ଷରୁ କମ୍ ଥିବା ଝିଅଙ୍କର ଅଭିଭାବକ କିମ୍ବା ପିତାମାତା ଦ୍ୱାରା ଖୋଲାଯାଇହେବ । ସରକାରଙ୍କ ଏହି ଯୋଜନାରେ ଆପଣ କେବଳ ବଡ଼ ରିଟର୍ଣ୍ଣ ପାଇବେ ନାହିଁ, ବରଂ ଆପଣ ଟିକସ ମଧ୍ୟ ସଞ୍ଚୟ କରିପାରିବେ । ଜାଣନ୍ତୁ ଏହି ଯୋଜନା ବିଷୟରେ ସବୁକିଛି ...
ସୁକନ୍ୟା ସମ୍ରିଦ୍ଧି ଯୋଜନା କ’ଣ?
ଏହି ଯୋଜନା ଅଧୀନରେ ଆପଣ ସର୍ବନିମ୍ନ ୨୫୦ ଟଙ୍କା ଏବଂ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ । ଏହି ଆକାଉଣ୍ଟ୍ ଖୋଲିବା ଦ୍ୱାରା, ଆପଣ ଆପଣଙ୍କ ଝିଅର ଶିକ୍ଷା ଏବଂ ପରବର୍ତ୍ତୀ ଖର୍ଚ୍ଚରୁ ବହୁତ ଆରାମ ପାଇବେ । ଏଥିରେ କେବଳ ଗୋଟିଏ ଝିଅଙ୍କ ନାମରେ କେବଳ ଗୋଟିଏ ଆକାଉଣ୍ଟ ଖୋଲାଯାଇପାରିବ । ଯଦି ଦୁଇଟି ଝିଅ ଅଛନ୍ତି, ତେବେ ଉଭୟଙ୍କ ନାମରେ ଅଲଗା ଆକାଉଣ୍ଟ ଖୋଲିବାକୁ ପଡିବ ।
କେଉଁଠାରେ ଖୋଲିବେ ଆକାଉଣ୍ଟ?
ଯେକୌଣସି ଡାକଘର କିମ୍ବା ବାଣିଜ୍ୟିକ ଶାଖାର ସୁକନ୍ୟା ସମ୍ରିଦ୍ଧି ଯୋଜନା ଅଧୀନରେ ଆକାଉଣ୍ଟ ଖୋଲାଯାଇପାରିବ । ଏହି ଯୋଜନା ଅଧୀନରେ ଅବିଭାବକ ମାନେ ନିଜ ୧୦ ବର୍ଷ ବୟସ ଝିଅ କିମ୍ୱା ଏହା ଠାରୁ କମ ବର୍ଷ ଥିବା ଝିଅଙ୍କ ନାମରେ ସର୍ବନିମ୍ନ ୨୫୦ ଟଙ୍କା ଜମା କରି ଆକାଉଣ୍ଟ ଖୋଲିପାରିବେ ।
ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟ୍
ଏହି ଆକାଉଣ୍ଟ ଖୋଲିବାକୁ, ଆପଣ ନିଜ ଝିଅର ଜନ୍ମ ପ୍ରମାଣପତ୍ର, ଫର୍ମ ସହିତ ଡାକଘର କିମ୍ବା ବ୍ୟାଙ୍କରେ ଦାଖଲ କରିବାକୁ ପଡିବ । ଏହା ବ୍ୟତୀତ ଝିଅ ଏବଂ ପିତାମାତାଙ୍କ ପରିଚୟ ପତ୍ର ଯେପରିକି ପାନ୍ କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ମଧ୍ୟରୁ ଏକ ଡକ୍ୟୁମେଣ୍ଟ ଦେବାକୁ ପଡିବ ।
ମିଳିବ ୧୫ ଲକ୍ଷ ଟଙ୍କାର ଲାଭ
କହି ରଖୁଛୁ ଯେ ଯଦି ଆପଣ ଏହି ଯୋଜନାରେ ପ୍ରତିମାସରେ ୩୦୦୦ ଟଙ୍କା ନିବେଶ କରନ୍ତି, ଅର୍ଥାତ୍ ବାର୍ଷିକ 36000 ଟଙ୍କା ନିବେଶ କରିବା ପରେ, ୧୪ ବର୍ଷ ପରେ, ଆପଣ ବାର୍ଷିକ ୭.୬ ପ୍ରତିଶତ କମ୍ପାଉଣ୍ଡିଂ ହାରରେ ୯,୧୧,୫୭୪ ଟଙ୍କା ପାଇବେ । ୨୧ ବର୍ଷ ଅର୍ଥାତ୍ ମାଚ୍ୟୁରିଟି ସମୟରେ, ଏହି ପରିମାଣ ପ୍ରାୟ ୧୫,୨୨,୨୨୧ ଟଙ୍କା ହେବ ।
ଏହା ବି ପଢ଼ନ୍ତୁ: ଗରମରୁ ଶୀଘ୍ର ମିଳିବ ମୁକ୍ତି, ଜାଣନ୍ତୁ କେବେ ପହଞ୍ଚିବ ମୌସୁମୀ?