Mysterious Places Of World: ବିଶ୍ୱରେ ଏପରି ଅନେକ ସ୍ଥାନ ରହିଛି ଯାହାର ପ୍ରାକୃତିକ ସୁନ୍ଦରତା ଲୋକଙ୍କୁ ନିଜ ଆଡକୁ ଟାଣି ନେଇଥାଏ। ହେଲେ ଅନ୍ୟପଟେ ବିଶ୍ୱରେ ଏପରି ଅନେକ ରହସ୍ୟମୟ ସ୍ଥାନ 
ମଧ୍ୟ ଅବସ୍ଥିତ ରହିଛି। ଯେଉଁଠି ପୂର୍ବରୁ ଜନବସତି ରହିଥିବା ବେଳେ ସେଠାରେ ଲୋକ ମଧ୍ୟ ବସବାସ କରୁଥିଲେ। ହେଲେ ପରେ ଏହି ସ୍ଥାନ ନିର୍ଜନ ପାଲଟି ଯିବା ସହ ସେଠାକୁ ବର୍ଷ ବର୍ଷ ଧରି ଆସୁନାହାଁନ୍ତି ଲୋକେ। ବର୍ତ୍ତମାନର ସମୟରେ ମଧ୍ୟ ବିଶ୍ୱରେ ଏପରି ସ୍ଥାନ ମହଜୁଦ ରହିଛି ଯେଉଁଠି ବର୍ଷ ବର୍ଷ ଧରି ନୀରବତା ଜାରି ରହିଛି। 


COMMERCIAL BREAK
SCROLL TO CONTINUE READING

ଜାପାନସ୍ଥିତ ଏକ ମନୋରଞ୍ଜନ ପାର୍କ ଏକଦା ଡିଜନି ୱାର୍ଲ୍ଡ ଭଲି ସ୍ଥାନର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିଲା। ଏହି ପାର୍କ ୧୯୬୧ ମସିହାରେ ନିର୍ମିତ ହୋଇଥିଲା ଏବଂ ଏହା ବହୁ ବର୍ଷ ଧରି ଚାଲିଥିଲା। ହେଲେ ଧୀରେ ଧୀରେ ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଲା। ଯେଉଁ କାରଣରୁ ଏହାକୁ ଗତ ୨୦୦୬ ବର୍ଷରେ ବନ୍ଦ କରିବାକୁ ପଡିଥିଲା। ଏଠାରେ କମ୍ ସଂଖ୍ୟକ ଲୋକ ଆସିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ବର୍ତ୍ତମାନର ଜାପାନର ସେହି ମନୋରଞ୍ଜନ ପାର୍କ ଯିବା ନିଷେଧାଦେଶ ଜାରି ହୋଇଛି। ଯେତେବେଳେ ଫଟୋଗ୍ରାଫର ଏଠାରେ ଫଟୋ ଉଠାଇବାକୁ ଆସିଲେ ସେତେବେଳେ ତାଙ୍କୁ ଜରିମାନା ଦେବାକୁ ପଡିଥିଲା।


କ୍ରେକୋ ସହର ଦକ୍ଷିଣ ଇଟାଲୀର ମଟେରା ପ୍ରଦେଶରେ ଅବସ୍ଥିତ। ଏହି ସହରକୁ ଭୂତ ସହର ବୋଲି ମଧ୍ୟ କୁହାଯାଏ। ଏହା ସମୁଦ୍ର ନିକଟରେ ଅବସ୍ଥିତ। ଏହି ସହର ଗଭୀରତାରେ ଅବସ୍ଥିତ। ଇଟାଲୀର ଏହି ସହର ବର୍ଷ ବର୍ଷ ଧରି ନିଛାଟିଆ ହୋଇ ପଡ଼ିରହିଛି। ବେଳେବେଳେ ଏଠାରେ ଫିଲ୍ମ ଶୁଟିଂ ଭଳି କାର୍ଯ୍ୟ ହୋଇଥାଏ। ଏହି ସହରରେ ବାରମ୍ବାର ଭୂସ୍ଖଳନ ଘଟିଥିଲା। ଯେଉଁ କାରଣରୁ ୧୯୬୩ ମସିହାରେ ଏହି ସହରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।


ଯୁକ୍ତରାଷ୍ଟ୍ର ଆମେରିକାର ଡେଟ୍ରୋଏଟ୍ ସ୍ଥିତ ମିଚିଗାନ୍ ରେଳ ଷ୍ଟେସନ୍ ଦେଶର ସବୁଠାରୁ ବିଳାସପୂର୍ଣ୍ଣ ରେଳ ଷ୍ଟେସନ ମଧ୍ୟରେ ଗଣାଯାଇଥିଲା। ହେଲେ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ପ୍ରାୟ ୨୫ ବର୍ଷ ପୂର୍ବେ ଏହି ଷ୍ଟେସନ ଠାରେ ଶେଷ ଟ୍ରେନ୍ ପହଞ୍ଚିଥିଲା। ବର୍ତ୍ତମାନ କେହି ଏଠାକୁ ଆସୁ ନାହାଁନ୍ତି। କିଛି ଲୋକ ବେଳେବେଳେ  ଫଟୋ ଉଠାଇବା ପାଇଁ ଏଠାରେ ପହଞ୍ଚିଥାନ୍ତି। ଯାହା ଏବେ ନଷ୍ଟ ହେବାରେ ଲାଗିଛି।


ଇଂଲଣ୍ଡର ଇଷ୍ଟ ସସେକ୍ସ ଠାରେ ଅବସ୍ଥିତ ବୋଡିୟମ୍ ଦୁର୍ଗ ୧୩୮୫ ମସିହାରେ ସାର୍ ଏଡୱାର୍ଡ ଡାଲିଗ୍ରୀଗଙ୍କ ନେତୃତ୍ୱରେ ନିର୍ମିତ ହୋଇଥିଲା। ଏହି ସହରରେ ଅନେକ ଯୁଦ୍ଧ ହୋଇଥିଲା। ହେଲେ ବୋଡିୟମ୍ ଦୁର୍ଗ ଯୁଦ୍ଧ କବଳରୁ ବଞ୍ଚି ରହିଥିଲା। ପରେ, ଲର୍ଡ କରଞ୍ଜନ୍ ଏହି କୋଠାର ନବୀକରଣ କରିଥିଲେ।ହେଲେ ବର୍ତ୍ତମାନ ଏହି କୋଠା ଖାଲି ପଡିଛି।


ମେରିଲ୍ୟାଣ୍ଡସ୍ଥିତ ଚେସାପିକ୍ ଉପସାଗର ଠାର ଡଚ୍ ଦ୍ୱୀପର ଶେଷ ଘର ଅବସ୍ଥିତ ରହିଛି। ଏହାର ମାଲିକ ଷ୍ଟିଫେନ୍ ହ୍ୱାଇଟ ଘର ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବର୍ତ୍ତମାନ କେହି ମଧ୍ୟ ଏଠାରେ କେହି ମଧ୍ୟ ଯାଇ ପହଞ୍ଚି ଯାଉଛନ୍ତି।