USA  Alien Center: ପୃଥିବୀ ପୃଷ୍ଠରୁ ବହୁ ଦୂରରେ ଅବସ୍ଥିତ ମହାକାଶରେ ଏଲିଅନଙ୍କ ଅସ୍ଥିତ୍ୱ ଅଛି ନା ତାହାକୁ ନେଇ ଜାରି ରହିଛି ବିତର୍କ। ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଏଲିଅନ ବାବଦରେ ହେଉଥିବା ଆଲୋଚନା ସର୍ବଦା ବିବାଦରେ ରହିଆସିଛି। ବେଳେବେଳେ ଆମେରିକୀୟ ବାୟୁସେନା ଏବଂ ନୌସେନା କମାଣ୍ଡର ଏଲିଅନଙ୍କ କାର୍ଯ୍ୟକଳାପ ବାବଦରେ କହିଥାନ୍ତି। ସୋମାନଙ୍କ ପକ୍ଷରୁ କରାଯାଉଥିବା ସାମରିକ ଅଭିଯାନ ବେଳେ ଏଲିଅନ ସହିତ ଜଡିତ ଏପରି ରହସ୍ୟମୟ ଘଟଣା ଘଟଣା ବାବଦରେ କହିଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଅନେକ ଆମେରିକୀୟ ସୈନ୍ୟ ସାମରିକ ଅଭିଯାନରେ ସାମିଲ ହୋଇଥିବା ସମୟରେ ଏପରି ରହସ୍ୟମୟ ଘଟଣାର ସାମ୍ନା କରିଥିବାର ଦାବି କରିଛନ୍ତି। କେବଳ ଦେଶର ସୈନିକ ନୁହେଁ ବରଂ ଅନେକ ଆମେରିକୀୟ ନାଗରିକ ସେମାନେ ରହୁଥିବା ଅଞ୍ଚଳରେ ୟୁଏଫଓ (UFO) ଅର୍ଥାତ ଅଜ୍ଞାତ ଉଡନ୍ତା ବସ୍ତୁକୁ (Unidentified Flying Object) ଅତି ନିକଟରୁ ଦେଖିଥିବାର ଦାବି କରିଛନ୍ତି। ଏହି ଲୋକ ସେମାନଙ୍କ ମତକୁ ସମର୍ଥନ କରି ଏପରି ଘଟଣାର ଭିଡିଓ ପୋଷ୍ଟ କରିଥାନ୍ତି। ହେଲେ ନିଜର ଦେଶର ସୈନିକ କିମ୍ବା ନାଗରିକଙ୍କ ଦ୍ୱାରା କରାଯାଉଥିବା ଏପରି ଦାବି ଉପରେ କୌଣସି ସ୍ପଷ୍ଟ ଜବାବ ରଖିନାହିଁ ଆମେରିକୀୟ ମହକାଶ ଏଜେନ୍ସି ନାସା (American Space Agency NASA)।


ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକା (United States of America) ମଧ୍ୟ ୟୁଏଫଓ ଅର୍ଥାତ ଅଜ୍ଞାତ ଉଡନ୍ତା ବସ୍ତୁ କିମ୍ବା ଏଲିଅନ (Alien) ଉପରେ ଗବେଷଣା କରିବା ଛାଡ଼ିନାହିଁ। ସଦ୍ୟ ଦେଶର ଜଣେ ବ୍ୟକ୍ତି ଏଲିଅନ ବାବଦରେ ଜାଣିବା ପଇଁ ଏକ ୟୁଏଫଓ ସ୍ୱାଗତ କେନ୍ଦ୍ର (UFO Welcome Center) ମଧ୍ୟ ନିର୍ମାଣ କରିଛନ୍ତି। ଏହାକୁ ନିର୍ମାଣ କରିଥିବା ଲୋକ ଦାବି କରିଛନ୍ତି ଯେ ୧୯୯୯ ମସିରେ ସେମାନେ ଏକ ସ୍ପେଶ୍ ସିପ୍ (Space Ship) ଦେଖିଥିଲେ। ଯାହାର ଇଞ୍ଜିନରୁ କୌଣସି ଶବ୍ଦ ବାହାରୁ ନଥିଲା। ବର୍ତ୍ତମାନ ସେମାନେ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ଜଣେ ଏଲିଅନ ସେମାନଙ୍କ ସ୍ୱାଗତ କେନ୍ଦ୍ରକୁ ଆସିବ। 


Also Read: ବିଜ୍ଞାନ ଯୁଗରେ ମଧ୍ୟ ରହସ୍ୟପୂର୍ଣ୍ଣ ରହିଛି ୟୁଏଫଓ, ଜାଣନ୍ତୁ ଏହାର ଇତିହାସ...


ପୁରୁଣା ତଥ୍ୟକୁ ଛାଡି଼ଦେଲେ ପ୍ରାୟ ୩ ବର୍ଷ ପୂର୍ବେ ଅର୍ଥାତ୍ ଗତ ୨୦୧୯ ବର୍ଷରେ ୬୨୮୧ ମାମଲା ପଞ୍ଜୀକୃତ ହୋଇଥିଲା। ଯେଉଁଥିରେ ୟୁଏଫଓ ଦେଖାଯାଇଥିବାର ଦାବି କରା ଯାଇଥିଲା। ଏହାର ପର ବର୍ଷ ଅର୍ଥାତ୍ ୨୦୨୦ ବର୍ଷରେ ୟୁଏଫଓ ସହ ଜଡିତ ୭୨୬୭ ମାମଲା ପଞ୍ଜୀକୃତ ହୋଇଥିଲା। ଏହି ସମସ୍ତ ଘଟଣାର  ଆମେରିକାରେ ଯେଉଁ ସହରରେ ଘଟିଛି ତାହାର ତଥ୍ୟ ସଂଗ୍ରହ କରାଯିବା ସହ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ସବୁଠାରୁ ରହସ୍ୟପୂର୍ଣ୍ଣ କଥା ଏହା ଯେ କେବଳ ଆମେରିକୀୟ ସହରରେ ୟୁଏଫଓ ଦେଖାଯାଉଛି। ହେଲେ ଏହା ପଛରେ ରହିଥିବା ରହସ୍ୟର ପର୍ଦ୍ଦାଫାଶ ଆଜି ପର୍ଯ୍ୟନ୍ତ କରାଯାଇ ପାରିନାହିଁ। 



ୟୁଏଫଓ ଦେଖାଯିବା ଘଟଣାରେ ଆମେରିକାର ଆରିଜୋନା ରାଜ୍ୟର ସେଡୋନା ସହର ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କାରୋଲିନା, ତୃତୀୟ ସ୍ଥାନରେ ମର୍ଟଲ ବିଚ୍, ଚତୁର୍ଥ ସ୍ଥାନରେ କାଲିଫର୍ନିଆର ପାଟରସନ ଏବଂ ପଞ୍ଚମ ସ୍ଥାନରେ ଫ୍ଲୋରିଡାର ନେପଲସ୍ ରହିଛି। ଏହି ଅଞ୍ଚଳରେ ୟୁଏଫଓ ସହ ଜଡ଼ିତ ସର୍ବାଧିକ କାର୍ଯ୍ୟକଳାପ ରେକର୍ଡ କରାଯାଇଛି। ବର୍ତ୍ତମାନ ୟୁଏଫଓ ବୋଲି ଦାବି କରା ଯାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଆକାଶରେ ଭାସମାନ ମେଘ ପରି ଏକ ବସ୍ତୁ ୟୁଏଫଓ ବୋଲି ଦାବି କରାଯାଇଥିଲା।