କୋରୋନା ପ୍ରଭାବିତ ଦେଶର ଆକାଶରେ ନୀଳ ଆଲୁଅ ନା ଏଲିଅନ୍ ସିପ୍ ?
Advertisement
Article Detail0/zeeodisha/odisha681228

କୋରୋନା ପ୍ରଭାବିତ ଦେଶର ଆକାଶରେ ନୀଳ ଆଲୁଅ ନା ଏଲିଅନ୍ ସିପ୍ ?

ଯେବେଠାରୁ ଦୁନିଆରେ କୋରୋନା ଭାଇରସ୍ ତାର କାୟା ବିସ୍ତାର କରିଚାଲିଛି, ସେବେଠାରୁ ଏଲିଅନ୍ ବା ଅଲଗା ଗ୍ରହର ଜୀବଙ୍କ ସମ୍ବଦ୍ଧିତ ଘଟଣା ବଢ଼ିବାରେ ଲାଗିଛି । 

ପ୍ରତୀକାତ୍ମକ ଫଟୋ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଅନେକ କୋରୋନା ପ୍ରଭାବିତ ଦେଶର ଆକାଶରେ ଏକ ନୀଳ ରଙ୍ଗର ଆଲୋକ ଦେଖିବାକୁ ମିଳୁଛି । ଯାହାକୁ କଥିତ ରୂପର ଏଲିଅନମାନଙ୍କ ଜାହାଜର ଆଲୋକ ବୋଲି ବର୍ଣ୍ଣନା କରାଯାଉଛି । ଖାସ୍ କଥା ହେଉଛି ଯେ ଏଭିଳି ନୀଳ ଆଲୁଅ ସେହି ଦେଶଗୁଡ଼ିକରେ ଦେଖିବାକୁ ମିଳିଛି, ଯେଉଁ ଦେଶରେ କୋରୋନାର ପ୍ରଭାବ ଅଧିକ ରହିଛି । ସ୍ପେନ, ଆମେରିକା ଏବଂ ଅଷ୍ଟ୍ରେଲିଆର ଆକାଶରେ ଏମିତି କିଛି ନୀଳ ଆଲୁଅ ଦେଖିବାକୁ ମିଳୁଥିବାରୁ ଏହା ଏଲିଅନ ସିପ୍ ବା ଅଲଗା ଗ୍ରହର ଜୀବମାନଙ୍କର ଜାହାଜ ବୋଲି କୁହାଯାଉଛି ।

fallback

ଯେବେଠାରୁ ଦୁନିଆରେ କୋରୋନା ଭାଇରସ୍ ତାର କାୟା ବିସ୍ତାର କରିଚାଲିଛି, ସେବେଠାରୁ ଏଲିଅନ୍ ବା ଅଲଗା ଗ୍ରହର ଜୀବଙ୍କ ସମ୍ବଦ୍ଧିତ ଘଟଣା ବଢ଼ିବାରେ ଲାଗିଛି । ଗତକିଛି ଦିନ ଧରି ଏଲିଅନ୍ ଦେଖାଯିବାର ଚର୍ଚ୍ଚା ଯୋର ଧରିଛି । ଦୀର୍ଘ ୩୦ ବର୍ଷ ମଧ୍ୟରେ ଚଳିତବର୍ଷ ଆକାଶରେ ସବୁଠୁ ଅଧିକ ଥର ନୀଳ ଆଲୋକ ଦେଖିବାକୁ ମିଳିଛି । ତେବେ କୋରୋନା ପ୍ରଭାବିତ ଦେଶଗୁଡ଼ିକ ଉପରେ ଏଭଳି ନୀଳ ଆଲୋକ ଦେଖାଦେବାର ମୂଳ କାରଣ କ'ଣ ହୋଇପାରେ ?

ସ୍ପେନ: ସ୍ପେନରେ କୋରୋନା ଭାଇରସ୍ ଭୟଙ୍କର ଆତଙ୍କ ଖେଳାଇଛି । କୁହାଯାଉଛି ଯେ, ସ୍ପେନର ଆକାଶରେ ମାର୍ଚ୍ଚ ୨୦ ତାରିଖରେ ୭ମିନିଟ ପର୍ଯ୍ୟନ୍ତ ଏକ ନୀଳରଙ୍ଗର ଆଲୋକ ଦେଖିବାକୁ ମିଳିଥିଲା । ଏହାର ଫଟୋ ଓ ଭିଡିଓ ମାର୍ଚ୍ଚ ୨୦ ତାରିଖରେ ପୋଷ୍ଟ କରାଯାଇଥିଲା । ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟକୁ ଅନେକ ଲୋକ ନିଜ ମୋବାଇଲ ଓ କ୍ୟାମେରାରେ କଏଦ୍ କରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ଅଛି । ଖାସ୍ କଥା ହେଉଛି ଯେ, କୋରୋନା ପାଇଁ ସ୍ପେନର ରାଜଧାନୀ ମାଡ୍ରିଡ୍ ସହରକୁ ଏବେ ଲକଡାଉନ କରାଯାଇଛି । ତେବେ ଲକଡାଉନ ସମୟରେ ବିମାନ ସେବା ମଧ୍ୟ ବନ୍ଦ ରହିଛି । ତେଣୁ ଏହି ନୀଳ ରଙ୍ଗର ଆଲୁଅ ଅଲଗା ଗ୍ରହର ଯାନ ବା ଏଲିଅନମାନଙ୍କର ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

fallback

ଅଷ୍ଟ୍ରେଲିଆ: ସ୍ପେନ ଭଳି ଅଷ୍ଟ୍ରେଲିଆର ଆକାଶରେ ମଧ୍ୟ ସମାନ ନୀଳ ରଙ୍ଗର ଆଲୋକ ଦେଖିବାକୁ ମିଳିଥିଲା । ଆକାଶରେ ଢେର୍ ସାରା ନୀଳ ଆଲୁଅ ଏକାଠି ଗୁଛହୋଇ ଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଏପ୍ରିଲ ୧୪ ତାରିଖ ଅଷ୍ଟ୍ରେଲିଆର ପଶ୍ଚିମ ବାଗରେ ରେକର୍ଡ କରାଯାଇଛି । ଏହି ଭିଡିଓଟି ମଧ୍ୟ ଆପଣ ଏଠାରେ ଦେଖି ପାରିବେ ।

fallback

ଆମେରିକା: ସ୍ପେନର ମାଡ୍ରିଡ ଓ ଅଷ୍ଟ୍ରେଲିଆ ଭଳି ଆମେରିକାର ଏକ ପ୍ରମୁଖ ସହର ନ୍ୟୁୟର୍କର ଆକାଶରେ ମଧ୍ୟ ସମାନ ଦୃଶ୍ୟ ବା ନୀଳ ରଙ୍ଗର ଆଲୋକ ଦେଖିବାକୁ ମିଳିଛି । ନ୍ୟୁୟର୍କରେ କୋରୋନା ଭାଇରସ୍ ନିଜର ଭୟଙ୍କର ପ୍ରଭାବ ପକାଇଛି । ସେଠାର ଡାକ୍ତଖାନାରେ ରୋଗୀମାନଙ୍କୁ ରଖିବା ପାଇଁ ସ୍ଥାନ ନାହିଁ, ତା ଛଡ଼ା କବର ଖାନା ମଧ୍ୟ ଫୁଲ ହୋଇଗଲାଣି । ତେଣୁ ଶବ ରଖିବାକୁ ଜାଗା ନାହିଁ । ଏହି ସମୟରେ ସେଠାକାର ଆକାଶରେ ଏମିତି ରହସ୍ୟମୟ ନୀଳ ଆଲୁଅ ଦେଖି ଲୋକେ ଚକିତ ହୋଇଛନ୍ତି ।

fallback

ତେଣୁ ଏଠାରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି କି, ସତରେ କଣ ପୃଥିବୀ ଉପରେ ଏଲିଅନମାଙ୍କର ନଜର ରହିଛି ?