Shoe Theft Case: ଚଳନ୍ତା ଟ୍ରେନ ସିଟ୍ ତଳୁ ଜଣେ ବ୍ୟକ୍ତିଙ୍କ ଜୋତା ଚୋରି ହୋଇଯାଇଛି। ଏହି ଘଟଣାରେ ସମ୍ପୃକ୍ତି ବ୍ୟକ୍ତି ଥାନରେ ଅଭିଯୋଗ କରିଛନ୍ତି। ଜୋତା ଚୋରି ହେବା ମାମଲାରେ ଅଭିଯୋଗ ମିଳିବା ପରେ ଉତ୍ତର ପ୍ରଦେଶ ଏବଂ ବିହାର ପୋଲିସ ଜୋତା ଏବଂ ଏହାକୁ ଚୋରି କରୁଥିବା ବ୍ୟକ୍ତିଙ୍କୁ ଖୋଜୁଛି। ଜୋତା ଚୋରି ମାମଲାରେ ପୋଲିସ ଶୂନ୍ୟ ଏଫଆଇଆର ପଞ୍ଜୀକରଣ କରିଛି। ସୋସିଆଲ ମିଡିଆ ଜରିଆରେ ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୀଡିତଙ୍କ କହିବା ଅନୁସାରେ ଯେତେବେଳେ ସେ ଉତ୍ତର ପ୍ରଦେଶ ମୁରାଦାବାଦ ଠାରେ  ପହଞ୍ଚିଲେ ସେତେବେଳେ ଦେଖିଲେ ଯେ ତାଙ୍କ ଜୋତା ଚୋରି ହୋଇଯାଇଛି। ଯାହାକୁ ସେ ତାଙ୍କ ସିଟ୍ ତଳେ ରଖିଥିଲେ। ଏହା ପରେ ସେ ରେଳ ମଦଦ ଆପ ଜରିଆରେ ଜୋତା ଚୋରି ହେବା ଘଟଣାରେ  ଅଭିଯୋଗ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ଜୋତା ହୋଇଯାଇଛି ତାଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ରାହୁଲ କୁମାର ଝା। ତାଙ୍କ କହିବା ଅନୁସାରେ ସେ ଜୟନଗର କ୍ଲୋନ ସ୍ୱେଶାଲ ଟ୍ରେନ୍ (ନମ୍ବର ୦୪୬୫୨) କୋଚ୍ ନମ୍ବର ବି-୪, ୫୧ ତମ ଆସନରେ ବସିଥିଲେ। ସେ ଅମ୍ବାଲା ଷ୍ଟେସନରୁ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କ ଜୋତା ଚୋରି ହୋଇଥିଲା। ଯଦିଓ ଛୋଟ ଜିନିଷ ଚୋରି ହେଲେ ଲୋକେ ପ୍ରାୟତଃ  ଅଭିଯୋଗ ପଞ୍ଜୀକରଣ କରନ୍ତି ନାହିଁ। ହେଲେ ରାହୁଲ କୁମାର  ଜୋତା ଚୋରି ଘଟଣାରେ ନେଇଥିବା ପଦକ୍ଷେପ ଏବେ ବିଷୟ ପାଲଟିଛି। 


ରାହୁଲ କୁମାର ମୁଜାଫରପୁର ରେଳ ଥାନା (Muzaffarpur Railway Police Station) ରେଫରେନ୍ସ ଦେଇ ମୁରାଦାବାଦ (Moradabad) ଠାରେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ରେଳ ଥାନା (Railway Police Station) ଷ୍ଟେସନ ହାଉସ ଅଫିସର ଦୀନେଶ କୁମାର ସାହୁ କହିଛନ୍ତି ଯେ ଜଣେ ରାହୁଲ କୁମାର ନାମକ ଜଣେ ଯାତ୍ରୀଙ୍କ ଜୋତା ଚୋରି ହେବା ଘଟଣାରେ ପାଇଁ ଶୂନ ଏଫଆଇଆର (Zero FIR) ପଞ୍ଜୀକୃତ ହୋଇଛି। ଚୋରି ହୋଇଥିବା ଜୋତା ଏବଂ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। 



ରାହୁଲ କୁମାର ଅଭିଯୋଗ କରିଛନ୍ତି ଯେ ଗତ ୨୮ ଅକ୍ଟୋବରରେ ସେ ଅମ୍ବାଲା ଠାରୁ ମୁଜାଫରପୁର (Ambala to Muzaffarpur) ପର୍ଯ୍ୟନ୍ତ ଆସିବା ପାଇଁ ରେଳ ଯାତ୍ରା କରୁଥିଲେ। ଯେତେବେଳେ ସେ ଉତ୍ତର ପ୍ରଦେଶ (Uttar Pradesh) ମୁରାଦାବାଦରେ ନିଦରୁ ଉଠିଲେ ସେତେବେଳେ ସେ ଦେଖିଲେ ଯେ ତାଙ୍କ ଜୋତା ଗାଏବ ହୋଇଯାଇଛି। ଏହି ଘଟଣା ବାବଦରେ ସେ ରେଳ ମଦଦ ଆପ୍ (Rail Madad App) ଜରିଆରେ ଅଭିଯୋଗ କରିଛନ୍ତି। ଏହା ପରେ ମୁରାଦାବାଦ ଠାରେ ମୁଜାଫରପୁର ରେଳ ଥାନା ରେଫରେନ୍ସ ଦେଇ ଏକ ଅଭିଯୋଗ କରାଯାଇଥିଲା। ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ ଚୋରି ହୋଇଥିବା ଜୋତା ନୀଳ ରଙ୍ଗର ଏବଂ କ୍ୟାମ୍ପସ କମ୍ପାନୀ ଦ୍ୱାରା ନିର୍ମିତ। ରାହୁଲ କୁମାର ବିହାର ସୀତାମଢି ଅଞ୍ଚଳର ବାସିନ୍ଦା। ଜୋତା ଚୋରି ଘଟଣାରେ ସେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।