Oscar News in Odia: ୯୫ତମ ଓସ୍କାର ପୁରସ୍କାରରେ ଭାରତ ଇତିହାସ ସୃଷ୍ଟି କରିଛି। ଫିଲ୍ମ 'ଏଲିଫ୍ୟାଣ୍ଟ ହ୍ୱିସର୍' ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ ଭାବରେ ଓସ୍କାର ପୁରସ୍କାର ଲାଭ କରିଛି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଗୁନିଟ୍ ମୋଙ୍ଗା। ଲସ ଏଞ୍ଜେଲସରେ ଆୟୋଜିତ ଏହି ପୁରସ୍କାର ଶୋ (Oscar 2023) ରେ ଭାରତୀୟ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ବିଦେଶୀ ଚଳଚ୍ଚିତ୍ର ତାରକାମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି। ଯିଏ ଚଳିତ ବର୍ଷ ଉପସ୍ଥାପିକା ଭାବରେ ପୁରସ୍କାର ଶୋ’ର ଏକ ଅଂଶ ହୋଇପାରିଛନ୍ତି। ଓସ୍କାର ଅର୍ଥାତ୍ ଏକାଡେମୀ ପୁରସ୍କାର ହେଉଛି ଦୁନିଆର ସବୁଠାରୁ ବଡ ଚଳଚ୍ଚିତ୍ର ପୁରସ୍କାର।


COMMERCIAL BREAK
SCROLL TO CONTINUE READING

ପୁରସ୍କାର ଶୋ’ରେ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ଫିଲ୍ମ RRR ରୁ ଭାରତୀୟ ପ୍ରଶଂସକଙ୍କ ମଧ୍ୟ ବହୁତ ଆଶା ରଖିଛନ୍ତି। ତାଙ୍କ ଚଳଚ୍ଚିତ୍ର ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ନାମାଙ୍କନ ପାଇଛି। ଚଳିତ ବର୍ଷର ପୁରସ୍କାର ଶୋ ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଏହାର କାରଣ ହେଉଛି ଭାରତର ଚାରୋଟି ନୋମିନେସନ ରହିଛି।


କାର୍ଟିକି ଗୋନସାଲଭସଙ୍କ ଦ୍ୱାରା ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି The Elephants Whisperers। ଏହା ହେଉଛି ଗୋନସେଲଭାସ ଡେବ୍ୟୁ ଫିଲ୍ମ। ଏଥିରେ ବୋମନ୍ ଏବଂ ବେଲି (ଏକ ଦମ୍ପତି) ଙ୍କ କାହାଣୀ ବର୍ଣ୍ଣନା କରାଯାଇଛି, ଯେଉଁମାନେ ସେମାନଙ୍କର ଛୋଟ ହାତୀ 'ରଘୁ'କୁ ଗଭୀର ଭାବରେ ପ୍ରେମ କରନ୍ତି। ଏହି ଚଳଚ୍ଚିତ୍ରର କାହାଣୀ ଦମ୍ପତି ଏବଂ ହାତୀ 'ରଘୁ'କୁ ନେଇ ଗତିଶୀଳ ହୋଇଛି। ତାମିଲନାଡୁର ମୁଡ଼ୁମଲାଇ ଜାତୀୟ ଉଦ୍ୟାନରେ ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର The Elephants Whisperers ସୁଟିଂ କରାଯାଇଛି। 


ଏଠାରେ କହି ରଖୁ କି The Elephants Whisperersର ବିଶ୍ୱସ୍ତରରେ ଗ୍ଲୋବାଲ ପ୍ରିମିୟର ଗତବର୍ଷ ନଭେମ୍ବର ମାସ ୯ ତାରିଖରେ ହୋଇଥିଲା। ଏହି ଫିଲ୍ମକୁ ଆପଣ ନେଟଫ୍ଲିକ୍ସରେ ମଧ୍ୟ ଦେଖିପାରିବେ।