ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା(Punjabi singer Sidhu Moose Wala)ଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର(Gangstar)ଲରେନ୍ସ ବିଷ୍ଣୋଇ(Lawrence Bishnoi)ଙ୍କ ପିତା ପଞ୍ଜାବ ପୋଲିସର ତଦନ୍ତ ଏବଂ କୋର୍ଟ ପ୍ରକ୍ରିୟାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିବେଦନ କରି ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏ ନେଇ ସେ ଏକ ଯାଚିକା ମଧ୍ୟ ଦାଖଲ କରିଛନ୍ତି । ବର୍ତ୍ତମାନ ଲରେନ୍ସ ବିଷ୍ଣୋଇକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି ପଞ୍ଜାବ ପୋଲିସ । ଲବିଂଦର ବିଷ୍ଣୋଇଙ୍କ ଓକିଲ ସଂଗ୍ରାମ ସିଂ ଯାଚିକାରେ କହିଛନ୍ତି କି,ଗାୟକଙ୍କ ହତ୍ୟା ମାମଲାରେ କୌଣସି ଦୋଷୀ ସପକ୍ଷରେ ନ ଲଢ଼ିବାପାଇଁ  ସ୍ଥାନୀୟ ବାର ଆସୋସିଏସନର ନିଷ୍ପତ୍ତି ନେବାପରେ ପଞ୍ଜାବର ମାନସା କୋର୍ଟରେ ସେମାନେ ଗ୍ୟାଙ୍ଗଷ୍ଟରଙ୍କ ଓକିଲ ପାଇ ପାରିବେ ନାହିଁ ବୋଲି ନିବେଦନ କରିଛନ୍ତି । ଦିଲ୍ଲୀର ଏକ କୋର୍ଟ ଦ୍ୱାରା ଜାରି ହୋଇଥିବା ଟ୍ରାଞ୍ଜିଟ୍ ରିମାଣ୍ଡକୁ ବିଷ୍ଣୁଙ୍କ ପିତା ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି, ଏହା ପରେ ଗ୍ୟାଙ୍ଗଷ୍ଟରକୁ ପଞ୍ଜାବକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜାବ ପୋଲିସ ଲରେନ୍ସ ବିଷ୍ଣୋଇଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବା ବେଆଇନ । ଏହା ଆଇନ ସମ୍ମତ ନୁହେଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି । ଜୁନ୍‌ ୧୪ ତାରିଖରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଗିରଫ କରିବାକୁ ଅନୁମତି ଦେଇଥିଲେ । ଲରେନ୍ସ ବିଷ୍ଣୋଇ, ଜଣାଶୁଣା କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।


COMMERCIAL BREAK
SCROLL TO CONTINUE READING

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଅନ୍ୟ ଏକ ମାମଲାରେ ବିଷ୍ଣୁଙ୍କୁ ପଞ୍ଜାବକୁ ନିଆଯିବା ଉଚିତ ନୁହେଁ । ଏହି ଗ୍ୟାଙ୍ଗଷ୍ଟରର ପିତା କହିଛନ୍ତି ଯେ ଦେଶର ଜାତୀୟ ରାଜଧାନୀରେ ବିଷ୍ଣୁଙ୍କୁ ମଧ୍ୟ ପଚରାଉଚରା କରାଯାଇପାରିବ ।ଏହି ମାମଲାର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟ କାନ୍ତ(Justice Surya Kant) ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା (Justice JB Pardiwala)କହିଛନ୍ତି ଯେ, ଯେତେବେଳେ ପଞ୍ଜାବରେ ଏହି ହତ୍ୟାକାଣ୍ଡ ଘଟିଛି,ତେଣୁ ପଞ୍ଜାବ ପୋଲିସ ଏହାର ତଦନ୍ତ କରିବ। ସେମାନେ କହିଛନ୍ତି ଯେ ଆବେଦନକାରୀ ଆଇନଗତ ସହାୟତା ପାଇଁ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ ଏବଂ ଜୁଲାଇ ୧୧ ରେ ଏହି ଆବେଦନର ପରବର୍ତ୍ତୀ ଶୁଣାଣୀ କରାଯିବ। ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ପରେ ପଞ୍ଜାବର ମାନସାରେ ସ୍ଥାନୀୟ ବାର୍ ଆସୋସିଏସନ୍ ଏକ ସଂକଳ୍ପ ପାରିତ କରିଛି ଯେ,କୌଣସି ସଦସ୍ୟ ଓକିଲ ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ କରିବେ ନାହିଁ। ସଂକଳ୍ପରେ ଆହୁରି ମଧ୍ୟ କୁହାଯାଇଛି ଯେ ସିଦ୍ଧୁଙ୍କ ପରିବାରକୁ ଓକିଲ ମାନଙ୍କର ଏକ ପ୍ୟାନେଲ ଆଇନଗତ  ସହାୟତା କରିବେ ।


ପଞ୍ଜାବ ସରକାର ନିଜର ତଥା ଅନ୍ୟ ୪୦୦ ରୁ ଅଧିକ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଡାଉନଗ୍ରେଡ କରିବାର ଗୋଟିଏ ଦିନ ପରେ ମେ ୨୯ ରେ ସନସା ଠାରେ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଯାହାକୁ ଭିଆଇପି ସଂସ୍କୃତି(VIP culture) ବିରୁଦ୍ଧରେ ପଦକ୍ଷେପ ବୋଲି କୁହାଯାଇଥିଲା ।  ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା, ଯେଉଁଥିରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା । ଯାହାକି ରାଜ୍ୟକୁ ହଲଚଲ କରିଦେଇଥିଲା । ଏହି ଘଟଣାକୁ ନେଇ ଭଗବନ୍ତ ମାନଙ୍କ ଅଧୀନରେ ନୂତନ ଭାବେ ଗଠିତ ହୋଇଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ଏହି ହତ୍ୟାକାଣ୍ଡର ତଦନ୍ତବେଳେ ବିଷ୍ଣୋଇର ନାଁ ସାମ୍ନାକୁ ଆସିଥିଲା । ଅଭିଯୋଗ ହୋଇଛି ଯେ,ଜଣେ ସହଯୋଗୀ ହତ୍ୟାର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀର ତିହାର ଜେଲ ଭିତରୁ ଏହି ଅପରାଧର ଷଡଯନ୍ତ୍ର କରିଥିଲା ଅଭିଯୁକ୍ତ । ମୁସେୱାଲା ଏହି ଗ୍ୟାଙ୍ଗଷ୍ଟରର ସହାୟକଙ୍କ ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ପଞ୍ଜାବ ପୋଲିସ କହିଥିଲା,ଗାୟକଙ୍କ ହତ୍ୟାକାଣ୍ଡ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ନିଜେ ରହିବା ସହିତ ଗତବର୍ଷ ଅଗଷ୍ଟ ମାସରୁ ଯୋଜନା ଆରମ୍ଭ କରିଥିବା ବିଷ୍ଣୋଇ ପୋଲିସ ଆଗରେ ସ୍ୱୀକାର କରିଛି ।