ନୂଆଦିଲ୍ଲୀ: Sidhu Moosewala Murder Case: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା (Punjabi singer Sidhu Musewala) ଙ୍କ ହତ୍ୟା ମାମଲାରେ ଭଗବନ୍ତ ମାନ ସରକାର (Bhagwant Mann Government) ନ୍ୟାୟିକ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିଦ୍ଧୁ ମୁସେୱାଲଙ୍କ ବାପା ମୁଖ୍ୟମନ୍ତ୍ରୀ ମାନ (Bhagwant Mann) ଙ୍କୁ ଚିଠି ଲେଖି ପୁଅର ହତ୍ୟା ମାମଲାରେ ସିବିଆଇ, ଏନଆଇଏ କିମ୍ବା ହାଇକୋର୍ଟର ବର୍ତ୍ତମାନର ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଥିଲେ । ଏହା ଉପରେ ସହମତ ହୋଇ ଭଗବନ୍ତ ମାନ ବଚାରପିତ ଦ୍ୱାରା ହତ୍ୟା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କ ଭିଆଇପି ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ନେଇ ପଞ୍ଜାବ ସରକାର ମଧ୍ୟ ତଦନ୍ତ କରିବା କଥା କହିଛନ୍ତି । ସିଏମଓ କାର୍ଯ୍ୟାଳୟ କହିଛି ଯେ, ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଲଗାତର ଅପଡେଟ୍ ନେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଭଗବନ୍ତ ମାନ ବୟାନ ଜାରି କରି କହିଛନ୍ତି ଯେ, ଦୋଷୀମାନଙ୍କୁ ଶୀଘ୍ର ଧରାଯିବ । ଏଠାରେ କହି ରଖୁଛୁ ଯେ, ସିଦ୍ଧୁ ମୁସେୱାଲା (ଶୁଭଦୀପ ସିଂ) ଙ୍କ ବାପା ବଲକୌର ସିଂ ମାନଙ୍କୁ ଏକ ଚିଠି ଲେଖି ସିବିଆଇ, ଏନଆଇଏ କିମ୍ବା ବର୍ତ୍ତମାନର ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । କେବଳ ଏତିକି ନୁହେଁ ପଞ୍ଜାବର ଡିଜିପି କ୍ଷମା ମାଗନ୍ତୁ ବୋଲି ସେ ଭଗବନ୍ତ ମାନଙ୍କ ଠାରୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଡିଜିପି ତାଙ୍କ ପୁଅର ହତ୍ୟାକୁ ଗ୍ୟାଙ୍ଗ ୱାର ପରିଣାମ ବୋଲି କହିଛନ୍ତି, ଯେଉଁଥି ପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ୍ । ବର୍ତ୍ତମାନ ମୁସେୱାଲା ହତ୍ୟା ମାମଲାରେ ଅଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଛି ।


ଆଇପିସିର ଧାରା 302, 307, ଏବଂ 341 ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଆର୍ମସ୍ ଆକ୍ଟରର ଧାରାଗୁଡିକ ମଧ୍ୟ ଯୋଡା ଯାଇଛି । ହତ୍ୟାକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ବର୍ତ୍ତମାନ ଆଖପାଖର ସିସିଟିଭି ଫୁଟେଜ ସ୍କାନ କରୁଛି । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କ କାରକୁ ଦୁଇଟି କାର ପଛରେ ଗୋଡ଼ାଇଥିବାର ନଜର ଆସିଥିବା ଭିଡିଓ ମଧ୍ୟ ପୋଲିସ ଅନୁସନ୍ଧାନ କରୁଛି । ସୂଚନାଯୋଗ୍ୟ, ଶନିବାର ହିଁ ଭଗବନ୍ତ ମାନ ସରକାର ପଞ୍ଜାବର ବହୁ ସଂଖ୍ୟକ ଭିଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି । ଏଭଳି ପରିସ୍ଥିତିରେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ମାନ ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।


ଏହା ବି ପଢ଼ନ୍ତୁ:-ଆପଣଙ୍କ ବି ଝଡ଼ୁଛି କି କେଶ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ


ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ପଥ ଅନୁସରଣ କରିବେ ପାକିସ୍ତାନ ପିଏମ ସରିଫ, ଆମେରିକା ସହ ନେବେ ପଙ୍ଗା!


ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ, କିନ୍ତୁ ଟେନସନ୍ ବଢ଼ାଇଲେ ଦଳର ଏସବୁ ବରିଷ୍ଠ ନେତା


 


ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ରବିବାର ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଜାବ ଡିଜିପି କହିଥିଲେ ଯେ, ସିଙ୍ଗରଙ୍କର ପାଖରେ ୪ଟି କମାଣ୍ଡୋ ଥିଲେ, ସେଥିମଧ୍ୟରୁ ଦୁଇଜଣଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା । ତେବେ ରବିବାର ଯିବାବେଳେ ସେ ସେହି ଦୁଇ କମାଣ୍ଡୋଙ୍କୁ ମଧ୍ୟ ସାଙ୍ଗରେ ନେଇ ନଥିଲେ । କେବଳ ଏତିକି ନୁହେଁ, ସିଦ୍ଧୁ ମୁସେୱାଲାଙ୍କର ଏକ ନିଜସ୍ୱ ବୁଲେଟପ୍ରୁଫ୍ କାର୍ ମଧ୍ୟ ଥିଲା, ଯାହା ସେ ନେଇ ନଥିଲେ ।