Advertisement
Photo Details/zeeodisha/odisha1201875
photoDetails0hindi

ଆପଣଙ୍କ ବି ଝଡ଼ୁଛି କି କେଶ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ

Hair Fall Problem: ପୁଷ୍ଟିକର ଖାଦ୍ୟ ବିଷୟରେ ସେମାନେ କହିଛନ୍ତି ଯେ, ହେୟାର ଫୋଲିକଲକୁ ମଜବୁତ କରିବା ପାଇଁ ଭିଟାମିନ୍ ଓ ମିନେରାଲ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗବେଷକମାନେ କେଶର ବୃଦ୍ଧିରେ ପ୍ରୋଜେନିଡିନ ପ୍ରତି ଅଧିକ ଆଗ୍ରହ ଦେଖାଇଥିଲେ । ଏହି ପଦାର୍ଥ ସେଓ, ଅଙ୍ଗୁର ଏବଂ ଡାଲଚିନିରେ ମିଳିଥାଏ ।

 

1/10

Hair Fall Problem: କେଶ ଝଡିବା (Hair Fall), ପତଳା ହେବା କିମ୍ବା ଦୁର୍ବଳ ହେବା ଏକ ସାଧାରଣ ସମସ୍ୟା । ଏହି କେଶ ସମସ୍ୟା ପାଇଁ ଅନେକ କାରଣ ହୋଇପାରେ । କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ଡର୍ମେଟୋଲୋଜି ବିଭାଗର ଅନୁସନ୍ଧାନକାରୀ ହୋସ୍କିଙ୍ଗ ଓ ଜୁହାସ୍ କହିଛନ୍ତି ଯେ କେଶ ଝଡ଼ିବାର କାରଣ ଜେନେଟିକ୍ସ, ହରମୋନ୍, ପରିବେଶ ଏବଂ ଔଷଧ ହୋଇପାରେ । ଏହି ଅନୁସନ୍ଧାନକାରୀମାନେ ଗତ ବର୍ଷ କେଶ ଝଡ଼ିବା ପାଇଁ ବିକଳ୍ପ ଚିକିତ୍ସା ଉପରେ ଏକ ସମୀକ୍ଷା କରିଥିଲେ ।

2/10

ପୁଷ୍ଟିକର ଖାଦ୍ୟ ବିଷୟରେ ସେମାନେ କହିଛନ୍ତି ଯେ, ହେୟାର ଫୋଲିକଲକୁ ମଜବୁତ କରିବା ପାଇଁ ଭିଟାମିନ୍ ଓ ମିନେରାଲ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗବେଷକମାନେ କେଶର ବୃଦ୍ଧିରେ ପ୍ରୋଜେନିଡିନ ପ୍ରତି ଅଧିକ ଆଗ୍ରହ ଦେଖାଇଥିଲେ । ଏହି ପଦାର୍ଥ ସେଓ, ଅଙ୍ଗୁର ଏବଂ ଡାଲଚିନିରେ ମିଳିଥାଏ ।

3/10

କେଶ ଝଡିବାରେ ପୀଡିତ ୪୩ ଜଣଙ୍କ ଉପରେ କରାଯାଇଥିବା ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ପ୍ରୋଜେନିଡିନ ଗ୍ରହଣ କରିବାର ଛଅ ମାସ ପରେ ସେମାନଙ୍କର କେଶ ବୃଦ୍ଧି ଦେଖାଗଲା । ଏଥିସହ ଜାପାନର ତ୍ସୁକୁବା ରିସର୍ଚ୍ଚ ଲ୍ୟାବର ଗବେଷକମାନେ ମଧ୍ୟ ପ୍ରୋଜେନିଡିନ ଓ କେଶ ବୃଦ୍ଧି ମଧ୍ୟରେ ଏକ ସଂଯୋଗ ଆବିଷ୍କାର କରିଛନ୍ତି ।

4/10

ଲାବୋରେଟୋରୀ ଅଧ୍ୟୟନରେ କେଶ କୋଷରେ PKC (protein kinase C) ଆଇସୋଜାଇମ୍ ଉପରେ ପ୍ରୋଜେନିଡିନର ପ୍ରଭାବ ମଧ୍ୟ ଅନୁସନ୍ଧାନ କରାଯାଇଥିଲା । ଲ୍ୟାବରେ ମୂଷାଙ୍କ ଉପରେ କରାଯାଇଥିବା ପରୀକ୍ଷଣରେ ସେମାନେ ଜାଣିବାକୁ ପାଇଲେ ଯେ କେଶ ବୃଦ୍ଧି ଚକ୍ରରେ PKC ଆଇସୋଜାଇମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

5/10

ଏହାର ଅର୍ଥ ହେଉଛି କେଶର ଭଲ ଅଭିବୃଦ୍ଧି ପାଇଁ ସେଓ, ଅଙ୍ଗୁର ଏବଂ ଡାଲଚିନିରେ ମିଳୁଥିବା ପ୍ରୋଜେନିଡିନକୁ ଖାଦ୍ୟରେ ସାମିଲ କରିବା ଆପଣଙ୍କ ପାଇଁ ଭଲ ହେବ ।

6/10

ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଫଙ୍ଗାଲ୍ କ୍ଷମତା ସହିତ ପ୍ରୋଜେନିଡାଇନ୍ କେଶ ବୃଦ୍ଧିରେ ବହୁତ ସାହାଯ୍ୟକାରୀ ହୋଇଥାଏ । ତିନୋଟି ଚକ୍ରରେ କେଶ ବୃଦ୍ଧି ହୁଏ- ଆନାଜେନ୍, କ୍ୟାଟାଜେନ୍ ଏବଂ ଟେଲୋଜେନ୍ ଷ୍ଟେଜ୍ ।

7/10

ଆନାଜେନ- ଏହି ପର୍ଯ୍ୟାୟ ହାରାହାରି ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ସମୟ ମଧ୍ୟରେ କେଶ ମାସରେ ଅଧା ଇଞ୍ଚ ବଢ଼ିଥାଏ ।

9/10

ଟେଲୋଜେନ- ଏହି ପର୍ଯ୍ୟାୟରେ କେଶ ଝଡ଼ିବା ଆରମ୍ଭ ହୁଏ । ଏହାକୁ କେଶ ପାଇଁ ବିଶ୍ରାମ ପର୍ଯ୍ୟାୟ ମଧ୍ୟ କୁହାଯାଏ । ଏହି କେଶ ବୃଦ୍ଧି ଚକ୍ରକୁ ପୁନରାବୃତ୍ତି କରିବା ପୂର୍ବରୁ ହେୟାର ଫୋଲିକଲ ତିନି ମାସ ପର୍ଯ୍ୟନ୍ତ ସୁପ୍ତ ରହିଥାଏ ।

10/10

ଏହି ହେୟାର ଫୋଲିକଲ୍ ବିଭିନ୍ନ ସମୟରେ ବିଭିନ୍ନ ଅଭିବୃଦ୍ଧି ଚକ୍ର ଦେଇ ଗତି କରେ । ଏହି କାରଣରୁ ଲୋକମାନଙ୍କର ସମସ୍ତ କେଶ ଏକାସାଙ୍ଗରେ ଝଡ଼େ ନାହିଁ । ଭଲ ପୁଷ୍ଟିକର ଖାଦ୍ୟ ଉପଲବ୍ଧ ନ ହେଲେ କେଶ ବୃଦ୍ଧି ଚକ୍ର ବନ୍ଦ ହୋଇଯାଏ ।