ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ (Farm Bill 2020) ବିରୋଧ କରି ଆଜିକୁ ୨୧ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ (Delhi) ସୀମାରେ ବିଭିନ୍ନ କୃଷକ ସଙ୍ଗଠନ (Farmer Union) ପକ୍ଷରୁ ଜାରିରହିଛି ଆନ୍ଦୋଳନ (Farmer Protest)। ବୁଧବାର (ଡିସେମ୍ବର ୧୬, ୨୦୨୦) ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ହରିୟାଣାର ଜଣେ ଶିଖ ଧର୍ମଗୁରୁ (Sikh priest) ଦିଲ୍ଲୀସ୍ଥିତ ସିଂଘୁ ବର୍ଡର (Singhu Border) ଠାରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ମୃତକ ଶିଖ ଧର୍ମଗୁରୁ ହେଉଛନ୍ତି ସନ୍ତ ବାବା ରାମ ସିଂହ (Sant Baba Ram Singh)। ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ ନୋଟ ଛାଡିଯାଇଛନ୍ତି। ଆତ୍ମହତ୍ୟା କରିଥିବା ଶିଖ ଧର୍ମଗୁରୁ ନୂଆ କୃଷି ବିଲକୁ ବିରୋଧ କରୁଥିଲେ। ଜଣେ ଧର୍ମ ପ୍ରଚାରକ ଭାବେ ସେ ଜଣାଶୁଣା ପଞ୍ଜାବ (Punjab) ହରିୟାଣା (Haryana) ଆଦି ରାଜ୍ୟରେ ଜଣାଶୁଣା ଶିଖ ଧର୍ମଗୁରୁ ସନ୍ତ ବାବା ରାମ ସିଂହ। ସେ ପୂର୍ବରୁ ବିଭିନ୍ନ ଧାର୍ମିକ ସଙ୍ଗଠନର କର୍ମକର୍ତ୍ତା କରିଥିଲେ। ଏପରିକି ସେ ହରିୟାଣାର  ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧନ କମିଟି-ଏସଜିପିସି (Shiromani Gurdwara Parbandhak Committee-SGPC) ସଙ୍ଗଠନ ସହ ଜଡିତ ରହିଥିଲେ।   



ହରିୟାଣାକୁ ସୀମାକୁ ଲାଗିଥିବା ସିଂଘୁ ବର୍ଡରସ୍ଥିତ କୁଣ୍ଡାଲୀ ଠାରେ ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ ଏହି ଶିଖ ଧର୍ମଗୁରୁ। ତାଙ୍କର ମୃତଦେହ ନିକଟରେ ଏକ ସୁସାଇଡ ନୋଟ ମିଳିଥିଲା। ଏଥିରେ ସେ ଲେଖିଛନ୍ତି କୃଷକଙ୍କ ଅସୁବିଧା ଏବଂ ସରକାରଙ୍କ ଅତ୍ୟାଚାର ଦେଖି ସେ ଆହତ ହୋଇଛନ୍ତି। ମୁଁ ରାସ୍ତାରେ ଯାଉଥିବା ଚାଷୀଙ୍କ ଦୁଃଖ ଦେଖିଛି ସେମାନଙ୍କ ଅଧିକାର ପାଇଁ ସଂଘର୍ଷ କରୁଛି। 



ସରକାର ସେମାନଙ୍କୁ ନ୍ୟାୟ ପ୍ରଦାନ କରୁ ନ ଥିବାରୁ ମୁଁ ଦୁଃଖିତ। ଏହା ଅପରାଧ। ଅତ୍ୟାଚାର କରିବା ପାପ ବୋଲି ବାବା ରାମ ସିଂଙ୍କ ସୁସାଇଡ ନୋଟରେ କହିଛନ୍ତି। କୃଷକଙ୍କ ଅଧିକାର ପାଇଁ କେହି କିଛି କରିନାହାଁନ୍ତି। ଅନେକ ପୁରସ୍କାର ଫେରାଇ ନିଜର ବିରୋଧ ପ୍ରଦର୍ଶନ କରିଥିଲେ। ପଞ୍ଜାବୀରେ ଲିଖିତ ଆତ୍ମହତ୍ୟା ନୋଟରେ କୁହାଯାଇଛି ଏହି ସରକାରୀ ଅତ୍ୟାଚାର ବିରୁଦ୍ଧରେ ତଥା କୃଷକଙ୍କ ସପକ୍ଷରେ ଆତ୍ମହତ୍ୟା କରିଛନ୍ତି। ଏହା ହେଉଛି ଅତ୍ୟାଚାର ବିରୁଦ୍ଧରେ ତଥା କୃଷକଙ୍କ ସପକ୍ଷରେ ସ୍ୱର।


 





 ସିଙ୍ଘୁ ସୀମାରେ ଶିଖ ଧର୍ମଗୁରୁ ଆତ୍ମହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏନେଇ ସେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି  ବର୍ବରତା ସବୁ ସୀମା ଅତିକ୍ରମ କରିଛି। ସୀମାନ୍ତରେ ଚାଷୀଙ୍କ ଅସୁବିଧା ଦେଖିବା ପରେ କର୍ଣ୍ଣଲର ସାନ୍ତ ବାବା ରାମ ସିଂ ଜୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଦୁଃଖ ସମୟରେ ମୋର ସମବେଦନା ଓ ଶ୍ରଦ୍ଧାଞ୍ଜଳି ରହିଛି। ଅନେକ କୃଷକ ନିଜ ଜୀବନ ବଳିଦାନ ଦେଇଛନ୍ତି। ମୋଦି ସରକାରଙ୍କ ଅତ୍ୟାଚାର ସବୁ ସୀମା ଅତିକ୍ରମ କରିଛି। ଜିଦ୍‌ ଛାଡି ତୁରନ୍ତ କୃଷି ବିରୋଧି ଆଇନ ପ୍ରତ୍ୟାହାର କର। ଅନ୍ୟ ପଟେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ମଧ୍ୟ ଏହି ଘଟଣାକୁ ମୋଦି ସରକାରଙ୍କ ବର୍ବରତା ବୋଲି କହିଛନ୍ତି।