COMMERCIAL BREAK
SCROLL TO CONTINUE READING

Twitter Employees forced out from office: ଏଲୋନ୍ ମସ୍କଙ୍କ  ନିୟନ୍ତ୍ରଣକୁ ଯିବା ପରେ ଚର୍ଚ୍ଚାର ପରିସରରେ ରହିଛି ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟର। ବିଗତ ୬ ମାସ ମଧ୍ୟରେ ଏହି କମ୍ପାନୀସମୂହିକ ଇସ୍ତଫା, ନିର୍ଦ୍ଦୟ ଭାବ ହୋଇଥିବା କର୍ମଚାରୀ ଛଟେଇ, ବିରୋଧ ଏବଂ ଅନେକ କିଛି ଘଟଣା ଦେଖିଛି। ସଂସ୍ଥାର ଆର୍ଥିକ ସ୍ଥିତି ସୁଧାରିବାକୁ ଯାଇ ଏଲୋନ ମସ୍କ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯାହାର ପରିଣାମକୁ ଏବେ ସାମ୍ନା କରୁଛନ୍ତି ଟ୍ୱିଟର କର୍ମଚାରୀ। ବାଧ୍ୟ ବାଧକତାରେ ସେମାନଙ୍କୁ ଅପରିଷ୍କାର ୱାଶରୁମ୍ ବ୍ୟବହାର କରିବାକୁ ପଡୁଥିବା ବେଳେ ଖର୍ଚ୍ଚ କାଟ ନାମରେ ସେମାନଙ୍କର ବ୍ୟକ୍ତିଗତ ବ୍ୟବହାର ପାଇଁ ଟିସୁ ଅଫିସ ଆଣିବାକୁ ପଡୁଛି। 


ଟ୍ୱିଟର ଦେବାଳିଆ ପରିସ୍ଥିତିକୁ ବଜାୟ ରଖିବା ପାଇଁ ଏଲୋନ ମସ୍କଙ୍କ (Elon Musk) ସର୍ବଶେଷ ପଦକ୍ଷେପ ହେଉଛି କମ୍ପାନୀର ବିଶ୍ୱସ୍ତରୀୟ କାର୍ଯ୍ୟାଳୟ ପାଇଁ ଭଡା ପ୍ରଦାନ ନକରିବା। ଏହି  କାରଣ ପାଇଁ ସିଙ୍ଗାପୁରସ୍ଥିତ 
କାର୍ଯ୍ୟାଳୟରୁ ଟ୍ୱିଟର କର୍ମଚାରୀଙ୍କୁ (Singapore Twitter Office Employee) ଘଉଡାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ 
ଏଲୋନ ମସ୍କ ଅଫିସ୍ ସ୍ଥାନ ପାଇଁ ଭଡା ଦେବାରେ ବିଫଳ ହେବା ପରେ ଟ୍ୱିଟର କର୍ମଚାରୀଙ୍କୁ ସେମାନଙ୍କ ସିଙ୍ଗାପୁରସ୍ଥିତ କାର୍ଯ୍ୟାଳୟରୁ (Singapore Twitter Office) ଘଉଡାଇ ଦେଇଛନ୍ତି ଘର ମାଲିକ। ଯେଉଁ ଘରେ ଟ୍ୱିଟର ଅଫିସ ପରିଚାଳିତ ହେଉଥିଲା।


ସିଙ୍ଗାପୁର (Singapore) ଠାରେ ଟ୍ୱିଟର ସଂସ୍ଥାର ଏସୀୟ ପ୍ରଶାନ୍ତ ଅଞ୍ଚଳ ମୁଖ୍ୟାଳୟ (Twitter Asia Pacific Headquarter) ଅବସ୍ଥିତ। ସିଙ୍ଗାପୁର ଠାରେ ଯେଉଁ ଘରେ ଟ୍ୱିଟର କାର୍ଯ୍ୟାଳୟ ପରିଚାଳିତ ହେଉଥିଲା ତାହାର ମାଲିକ ଏକ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଘର ଭଡ଼ା ପ୍ରଦାନ କରି ନଥିବାରୁ ଘର ଟ୍ୱିଟର କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରୁ ବାହାର କରି ଦେଇଛନ୍ତି। ଟ୍ୱିଟର ଏହି ଖବରକୁ ଏ ପର୍ଯ୍ୟନ୍ତ ନିଶ୍ଚିତ କରି 
ନାହିଁ, ହେଲେ ଗତ ଡିସେମ୍ବରରେ ଏକ ନ୍ୟୁୟର୍କ ଟାଇମ୍ସ ଏହାର ଏକ ରିପୋର୍ଟ ଜରିଆରେ ଦର୍ଶାଯାଇଛି ଯେ ଖର୍ଚ୍ଚ କାଟ କରିବା ପାଇଁ ଟ୍ୱିଟର ଏହାର କୌଣସି କାର୍ଯ୍ୟାଳୟ ପାଇଁ ଘର ଭଡା ଦେଇ ନାହିଁ। ଖବର ଅନୁଯାୟୀ ଘରୋଇ ଚାର୍ଟର ଉଡ଼ାଣ ପାଇଁ କମ୍ପାନୀ ୧ ଲକ୍ଷ ୯୭ ହଜାର ୭୨୫ ଡଲାର ମୂଲ୍ୟର ବିଲ ମଧ୍ୟ ପରିଶୋଧ କରିନାହିଁ।


ଯୁକ୍ତରାଷ୍ଟ୍ର ଆମେରିକାର (United States of America) ସାନ ଫ୍ରାନ୍ସିସ୍କୋସ୍ଥିତ ଟ୍ୱିଟର କାର୍ଯ୍ୟାଳୟ (Twitter Office San Francisco) ମାଲିକ କଲମ୍ବିଆ ରିଟ୍ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ କମ୍ପାନୀ ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲେ ଯେ ଘର ଭଡା ପ୍ରଦାନ କରା ନଗଲେ ୫ ଦିନ ମଧ୍ୟରେ ହାର୍ଟଫୋର୍ଡ ବିଲ୍ଡିଂ ସ୍ଥିତ ୩୦ ତମ ମହଲାରେ ରହିଥିବା କାର୍ଯ୍ୟାଳୟ ବନ୍ଦ ହୋଇଯିବ। ଘର ଭଡ଼ା ପ୍ରଦାନ ନେଇ ହୋଇଥିବା ଚୁକ୍ତି ଅନୁସାରେ ଏଲୋନ ମସ୍କ ଠିକ୍ ସମୟରେ ଭଡା ଦେବାରେ ବିଫଳ ହୋଇଥିଲା।


ଟ୍ୱିଟର ଅଧିଗ୍ରହଣ କରିବା ପରେ ଏଲୋନ ମସ୍କ ଆକ୍ରମଣାତ୍ମକ ଭାବରେ କମ୍ପାନୀ ଖର୍ଚ୍ଚ କାଟ କରୁଛନ୍ତି। ଯାହାର ଫଳ ସ୍ୱରୂପ କମ୍ପାନୀ ଏହାର ଡାଟା ସେଣ୍ଟର, ଏସପ୍ରେସୋ ମେସିନ୍ ଏବଂ ଜାନେଟାରୀ ଏବଂ ସୁରକ୍ଷା ସେବା ବ୍ୟବସ୍ଥା ହରାଇଛି। ଏନେଇ ସେ କହିଛନ୍ତି ଯେ ଚଳିତ ବର୍ଷ କମ୍ପାନୀ ପ୍ରାୟ ୩ ବିଲିୟନ ଡଲାର ମୂଲ୍ୟର ନକାରାତ୍ମକ ନଗଦ ପ୍ରବାହ ସ୍ଥିତି ଆଡକୁ ମୁହାଁଇଛି। ଯେଉଁଥିପାଇଁ ସେ ବିଗତ ୫ ସପ୍ତାହରେ ଖର୍ଚ୍ଚ କାଟିବାରେ ଲାଗିଥିଲେ।