ନୂଆଦିଲ୍ଲୀ: ଆସନ୍ତାକାଲି କୃଷି ବିଲ ସଂଶୋଧନ ନେଇ ଲିଖିତ ପ୍ରତିଶ୍ରୁତି ଦେବେ କେନ୍ଦ୍ର ସରକାର। ସଂଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କୃଷକ ନେତାଙ୍କ ବୈଠକ ଶେଷ ପରେ ଏନେଇ ସୂଚନା ଦେଇଛନ୍ତି କୃଷକ ନେତା। ଗୃହମନ୍ତ୍ରୀଙ୍କ ସହ ଆଜି ୧୩ କୃଷକ ନେତା ଆଲୋଚନା କରିଥିଲେ। ବୈଠକରେ ଦିଲ୍ଲୀ ପୋଲିସ କମିଶନରଙ୍କ ସମେତ IB ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ। ଆସନ୍ତାକାଲି ଦିନ ୧୨ଟାରେ ପ୍ରେସମିଟରେ ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିବେ କେନ୍ଦ୍ରମନ୍ତ୍ରୀ ଶାହ। ସବୁଠୁ ବଡ଼ କଥା ହେଉଛି ବୁଧବାର ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ ହୋଇଛି।


COMMERCIAL BREAK
SCROLL TO CONTINUE READING


ମଙ୍ଗଳବାର ଦିନ ୧୧ଟାରୁ ଅପରାହଣ ୩ଟା ଯାଏ ଚକାଜାମ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କୃଷକ ନେତା ଆଲୋଚନାରେ ସାମିଲ ହୋଇଥିଲେ। ସେପଟେ ବୁଧବାର ବିରୋଧି ଦଳ ନେତା ରାଷ୍ଟ୍ରପତିଙ୍କୁ ଭେଟିବା ସମ୍ଭାବନା ରହିଛି। ବୁଧବାର ସଂଧ୍ୟା ୫ଟାରେ କୃଷି ଆଇନ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବିରୋଧି ଦଳ ନେତା। ମିଳିତ ପ୍ରତିନିଧି ଦଳରେ ରାହୁଲ ଗାନ୍ଧୀ, ଶରଦ ପାୱାର ପ୍ରମୁଖ ସାମିଲ ହୋଇଛନ୍ତି। କୋଭିଡ କଟକଣା ଯୋଗୁଁ ୫ ଜଣଙ୍କୁ ଭେଟିବାକୁ ଅନୁମତି ମିଳିଛି।