Road Accident: ଉତ୍ତର ପ୍ରଦେଶର ଇଟାଓ୍ଵାରେ ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଡବଲ୍ ଡେକର ସ୍ଲିପର ବସ୍ ଓ କାର୍ ମଧ୍ୟରେ ଭୀଷଣ ଜୋର ଧକ୍କା ହୋଇଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ପାଖାପାଖି ୫୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୩ ଜଣ କାର୍ ରେ ଥିଲେ। ଏହି ଦୁର୍ଘଟଣାରେ(Road Accident) ୪ ଜଣ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କୁହାଯାଉଛି ଯେ ଧକ୍କା ହେବା ମାତ୍ରେ ବସ୍ ଟି ଓଭରବ୍ରିଜ୍ ରୁ ତଳକୁ ଖସି ୨୦ ଫୁଟ ତଳକୁ ଗଳି ପଡ଼ିଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ, ଇଟାୱା ସହରର ଉସରହର ଥାନା ଅଧୀନ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେର(Lucknow Agra Expressway) ୧୨୯ ନମ୍ବର ଚ୍ୟାନେଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ନାଗାଲାଣ୍ଡ ନମ୍ବର ବସରେ ପ୍ରାୟ ୫୦ ଜଣ ଲୋକ ରାୟବରେଲିରୁ ଦିଲ୍ଲୀ ଯାଉଥିଲେ। କାରଟି ଆଗ୍ରାରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିଲା।


ଆଖି ଲାଗିଯିବାରୁ ଘଟିଲା ବଡ଼ ଅଘଟଣ
କାର୍ ଚାଳକଙ୍କୁ ନିଦ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆହତ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି। ହଠାତ୍ କାରଟି ଭାରସାମ୍ୟ(Bus Car Accident) ହରାଇବାରୁ ରାସ୍ତା ମଝିରେ ଥିବା ଲୁହା ଡିଭାଇଡର ଭାଙ୍ଗି ଅନ୍ୟ ରାସ୍ତାକୁ ଆସି ବସ୍ ସହ ଧକ୍କା ହୋଇଥିଲା। ଧକ୍କା ହେବା ପରେ ବସ୍ ଟି ଏକ୍ସପ୍ରେସ୍ ୱେରୁ ଓହ୍ଲାଇ ତଳେ ଥିବା ରାସ୍ତାକୁ ଖସି ପଡ଼ିଥିଲା। ରାସ୍ତାରେ ପଡ଼ିବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ବିକଟାଳ ଚିତ୍କାର ଶୁଣିବାକୁ ମିଳିଥିଲା। ଏହା ପରେ ପରେ କାର୍ ଟି ବି ରାସ୍ତାରେ ଓଲଟି ପଡ଼ିଥିଲା।


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଥଚାରୀମାନେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ୫ଟି ଥାନା ବସରେହର, ଚୌବିଆ, ଭରତନା, ଉସରହର, ସୈଫାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆମ୍ବୁଲାନ୍ସକୁ ଲୋକେ ଡାକି ସାରିଥିଲେ। ଇଟାୱାର ଏସଏସପି-ଏସପି ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସହ ଗ୍ରାମବାସୀ ଓ ପଥଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ଆହତଙ୍କୁ ଲୋକମାନେ ନିଜ ଗାଡ଼ିରେ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ମୃତ୍ୟୁବରଣ କରିଥିବା ୩ କାର୍ ଆରୋହୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଆହତମାନଙ୍କୁ ସୈଫାଇର ମିନି ପିଜିଆଇରେ ଭର୍ତ୍ତି କରାଯାଇଛି।


Also Read: Petrol Price Today: ଗ୍ରାହକଙ୍କୁ ଝଟକା, ରାଜ୍ୟରେ ବଢିଲା ପେଟ୍ରୋଲ ଦର


Also Read: Shani Shukra Yuti: ୧୦ ବର୍ଷ ପରେ ବିରଳ ଯୋଗ, ସମସପ୍ତକ ଯୋଗରୁ ୫ରାଶିକୁ ପ୍ରଚୁର ଲାଭ!