Smoking Ban: ସିଗାରେଟ ଖୋଳରେ ବଡ଼ ବଡ଼ ଅକ୍ଷରରେ ଲେଖାଥାଏ ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ତଥାପି ଯୁବପୀଢି ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଏହି ଫୁଙ୍କିବା ଜହର ଠାରୁ ନିଜକୁ ଦୂରେଇ ରଖିପାରନ୍ତି ନାହିଁ। ସିଗାରେଟ ବ୍ୟକ୍ତିଙ୍କ ମତ ଅନୁସାରେ, କେହି କେହି ଷ୍ଟାଇଲ ପାଇଁ ଧୂମପାନ କରନ୍ତି ତ ଆଉ ଆଉ କେହି କେହି ଧୂମପାନ ନକଲେ ତାଙ୍କର ସକାଳ ଆରମ୍ଭ ହୁଏନି। ହେଲେ ଏହି ଖଣ୍ଡିଏ ମାତ୍ର ଧଳା ସୋଲ ପରି ଜିନିଷ ଆମ ଶରୀରକୁ କେତେ ଯେ, କ୍ଷତି ପହଞ୍ଚାଉଛି ତାହା ସମସ୍ତଙ୍କୁ ଜଣା । ହେଲେ ଏମିତି ଏକ ଦେଶ ଅଛି ଯେଉଁଠାରେ ସିଗାରେଟ ଫୁଙ୍କାକୁ ନେଇ ଅନେକ ନିୟମ କାନୁନ ରହିଛି। ତେବେ ଚାଲନ୍ତୁ ସେ ବିଷୟରେ କିଛି ଜାଣିବା...


COMMERCIAL BREAK
SCROLL TO CONTINUE READING

ନ୍ୟୁଜିଲାଣ୍ଡର ସଂସଦରେ (New Zealand) ତମ୍ବାଖୁ ଓ ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ନୂଆ ନିୟମ ପାସ୍ କରାଯାଇଛି । ଯଦି ଆପଣଙ୍କ ଜନ୍ମ ୨୦୦୮ ପରେ ତେବେ ଆପଣ କୌଣସି ପ୍ରକାରର ନିଶାଦ୍ରବ୍ୟ ସହ ଜଡିତ ରହିପାରିବେ ନାହିଁ। ଏହାସହ ଆପଣ ଏହି ସମ୍ବନ୍ଧୀୟ କୌଣସି ଜିନିଷ କିଣି ମଧ୍ୟ ପାରିବେନି । ଏହାର ଅର୍ଥ ନ୍ୟୁଜିଲାଣ୍ଡରେ ସିଗାରେଟ (Cigarettes) ଓ ତମ୍ବାଖୁ କିଣିବା ପାଇଁ ମଧ୍ୟ ଆପଣଙ୍କ ବୟସ କମ ସେ କମ ୧୪ବର୍ଷ ହେବା ଜରୁରୀ । ନ୍ୟୁଜିଲାଣ୍ଡ ସରକାରଙ୍କ କହିବା କଥା, ଏହାଦ୍ୱାରା ଲୋକ ଦୀର୍ଘ ସମୟ ଯାଏଁ ସୁସ୍ଥ ଜୀବନ ଯାପନ କରିବା ସହ ଦୀର୍ଘାୟୁ ହୋଇପାରିବେ ।ଏହାସହ ଏହାମଧ୍ୟ ଦାବି କରାଯାଉଛି ଯେ, ଏମିତି ହେଲେ ସରକାର ଖର୍ଚ୍ଚ କରୁଥିବା ୨୬ ହଜାର ୪୦୦ କୋଟି ଟଙ୍କା ସରକାର ବଞ୍ଚେଇ ରଖିପାରନ୍ତେ। 


Also Read: Liquor Death: ଜାଣିଛନ୍ତି କି ନକଲି ମଦ କିପରି ପ୍ରସ୍ତୁତ ହୁଏ ? ଏହାକୁ ପିଇଲେ କାହିଁକି ମୃତ୍ୟୁ ହୁଏ


ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ (New Zealand Health Minister) ଆୟେଶା ବୈରାଲ ଏହି ବିଲ୍ ଉପସ୍ଥାପନ କରିବାବେଳେ କହିଛନ୍ତି ଯେ ଏହା 'ଧୂଆଁମୁକ୍ତ ଭବିଷ୍ୟତ' ପାଇଁ ଏକ ବଡ ପଦକ୍ଷେପ। ବର୍ତ୍ତମାନର ତଥ୍ୟ ଅନୁଯାୟୀ, ନ୍ୟୁଜିଲାଣ୍ଡରେ କେବଳ ୮ ପ୍ରତିଶତ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତିଦିନ ଧୂମପାନ କରନ୍ତି। ଏହି ନୂତନ ନିୟମ ସହିତ ନ୍ୟୁଜିଲାଣ୍ଡ ସରକାର ଆଶା କରୁଛନ୍ତି ଯେ ଏହା ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟାକୁ ୫ ପ୍ରତିଶତ ହ୍ରାସ ହୋଇଯିବ। ଆହୁରି ମଧ୍ୟ ପ୍ରତିବର୍ଷ ତମ୍ବାଖୁ କିଣୁଥିବା ଓ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବ |


Also Read: Durand Line: ଗୁଳି ମାଡ଼ ପରେ ଥରେ ଉଠିଲା ପାକିସ୍ତାନ-ଆଫଗାନିସ୍ତାନ ସୀମା, ଖାଲି ହୋଇଗଲା ଅନେକ ସୀମାନ୍ତ ଗ୍ରାମ


୯୦ ପ୍ରତିଶତ ଦୋକାନ ବନ୍ଦ ହେବ
ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ମୋଟ ୬୦୦୦ ଦୋକାନରେ ସିଗାରେଟ୍(Cigarettes) ଏବଂ ତମ୍ବାଖୁ (Tabacco) ସମ୍ବନ୍ଧୀୟ ଉତ୍ପାଦ ବିକ୍ରି ହେଉଛି ।ନୂତନ ନିୟମ ଅନୁଯାୟୀ କେବଳ ୬୦୦ଦୋକାନ ସିଗାରେଟ୍ ବିକ୍ରି କରିପାରିବେ। ଏହା ବ୍ୟତୀତ ତମ୍ବାଖୁ ଦ୍ରବ୍ୟରେ ନିକୋଟିନ୍ ସ୍ତର ମଧ୍ୟ ହ୍ରାସ ପାଇବ ଯାହା ଦ୍ୱାରା ନିଶା କାରବାର ଉପରେ ରୋକ୍ ଲଗାଇ ହେବ । ସେପଟେ ସରକାରଙ୍କ ନିଷ୍ପତ୍ତି ଉପରେ ବିରୋଧୀ ଦଳ କହୁଛନ୍ତି ଯେ ଏହା ବ୍ଲାକ ମାର୍କେଟିଂ ବା କଳାବଜାରୀ ଆରମ୍ଭ କରିବ ଏବଂ ଛୋଟ ଦୋକାନଗୁଡ଼ିକ ସଂପୂର୍ଣ୍ଣ ଭାବେ ଶେଷ ହେବ ।


Also Read: PATHAAN Film: 'ପଠାନ' ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ମୁସଲିମ ସଙ୍ଗଠନ, ଜାଣନ୍ତୁ ଏହାର କାରଣ


ନ୍ୟୁଜିଲାଣ୍ଡ ସରକାର ଏମିତି ଏକ ନିଷ୍ପତ୍ତି ଓ ନୂଆ ନିୟମ ଜାରି କରିଛନ୍ତି ସତ ହେଲେ ଇଲୋକ୍ଟ୍ରୋନିକ ସିଗାରେଟ(E-Cigarettes) ଉପରେ କୌଣସି ପ୍ରକାରର ବ୍ୟାନ ଲଗାଇ ନାହାଁନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଏଥିରେ କୌଣସି ପ୍ରକାରର ତମ୍ବାଖୁ ବ୍ୟବହାର କରାଯାଏ ନାହିଁ ଏଥିରେ କେବଳ ଲିକ୍ୱିଡ ନିକୋଟିନର ବ୍ୟବହାର କରାଯାଏ। ବ୍ୟାଟେରୀ ଦ୍ୱାରା ଚାଲୁଥିବା ଇ-ସିଗାରେଟ ରେ ନିକୋଟିନ ଗରମ ହୋଇ ବାମ୍ଫ ବାହାର କରିଥାଏ । ଏହାର ଅର୍ଥ ଇ-ସିଗାରେଟ ବ୍ୟବହାର କରୁଥିବା ଲୋକ ଧୂଆଁ ନୁହେଁ ବାମ୍ଫକୁ ଅନୁଭବ କରନ୍ତି।