PATHAAN Film: 'ପଠାନ' ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ମୁସଲିମ ସଙ୍ଗଠନ, ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1487067

PATHAAN Film: 'ପଠାନ' ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ମୁସଲିମ ସଙ୍ଗଠନ, ଜାଣନ୍ତୁ ଏହାର କାରଣ

PATHAAN Film News: ହିନ୍ଦୁ ସଙ୍ଗଠନ ପରେ ମୁସଲିମ ସଙ୍ଗଠନ ମଧ୍ୟ ଖୋଲାଖୋଲି ଭାବେ "ପଠାନ" ଚଳଚ୍ଚିତ୍ରକୁ ବିରୋଧ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରର 'ବେସରମ ରଙ୍ଗ' ଗୀତରେ ପ୍ରଦର୍ଶିତ ହୋଇଥିବା ଦୃଶ୍ୟକୁ ନେଇ ମୁସଲିମ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

PATHAAN Film: 'ପଠାନ' ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ମୁସଲିମ ସଙ୍ଗଠନ, ଜାଣନ୍ତୁ ଏହାର କାରଣ

Muslim Organisations on PATHAAN: ଆସନ୍ତା ୨୫ ଜାନୁଆରୀରେ ରିଲିଜ ହେବାକୁ ଯାଉଛି ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ "ପଠାନ"। ପ୍ରେକ୍ଷାଳୟକୁ ଆସିବା ଆଗରୁ ଏହି ଚଳଚ୍ଚିତ୍ରର 'ବେସରମ ରଙ୍ଗ' ନାମକ ଏକ ଗୀତ ରିଲିଜ ହୋଇଛି। ହେଲେ ଏହି ଗୀତ ରିଲିଜ ହେବା ପର ଠାରୁ ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ପ୍ରଥମେ ହିନ୍ଦୁ ଏବଂ ବର୍ତ୍ତମାନ ମୁସଲମାନ ସଙ୍ଗଠନ ମଧ୍ୟ ଶାହାରୁଖ ଏବଂ ଦୀପିକାଙ୍କ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଜଣାଇଛନ୍ତି। 

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳ ଠାରେ ମୁସଲିମ ସଙ୍ଗଠନ ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ "ପଠାନ" ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି। ଏହି ଚଳଚ୍ଚିତ୍ରର 'ବେସରାମ ରଙ୍ଗ' ଗୀତରେ ଅଭିନେତା ଶାହରୁଖ ଏବଂ ଅଭିନେତ୍ରୀ ଦୀପିକାଙ୍କ ହଟ ଏବଂ ବୋଲ୍ଡ ଦୃଶ୍ୟ ଦେଖାଯାଇଛି। ଏହି ଗୀତରେ ଦୀପିକା ମଧ୍ୟ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଛନ୍ତି। ମୁସଲିମ ସଙ୍ଗଠନ ଏହାକୁ ବିରୋଧ କରି ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହିନ୍ଦୁ ସଙ୍ଗଠନ ପରେ ମୁସଲିମ ସଙ୍ଗଠନ ମଧ୍ୟ ଖୋଲାଖୋଲି ଭାବେ "ପଠାନ" ଚଳଚ୍ଚିତ୍ରକୁ ବିରୋଧ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରର 'ବେସରମ ରଙ୍ଗ' ଗୀତରେ ପ୍ରଦର୍ଶିତ ହୋଇଥିବା ଦୃଶ୍ୟକୁ ନେଇ ମୁସଲିମ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଲ ଇଣ୍ଡିଆ ଫେଷ୍ଟିଭାଲ କମିଟି ସଭାପତି ଔସାଫ ଶାହମୀରୀ ଖୁର୍ରମ "ପଠାନ" ଚଳଚ୍ଚିତ୍ରକୁ ଇସଲାମ ପ୍ରତି ଅପମାନ ବୋଲି କହିଛନ୍ତି। ଏହା ସହିତ ସେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠାଇଛନ୍ତି। 

ଔସାଫ ଶାହମୀରୀ ଖୁର୍ରମ ଆହୁରି କହିଛନ୍ତି ଯେ, "ପଠାନ" ଚଳଚ୍ଚିତ୍ରରେ ଇସଲାମ ଧର୍ମର ନୀତି ନିୟମକୁ ପରିହାସ କରି ଧର୍ମକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଛି। ଏହାକୁ ବରଦାସ୍ତ କରାଯାଇପାରିବ ନାହିଁ। ସେଥିପାଇଁ ଆମେ ତୁରନ୍ତ "ପଠାନ" ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛୁ। ଶାହରୁଖ ଖାନଙ୍କ ଅଭିନୀତ "ପଠାନ" ଫିଲ୍ମକୁ ନେଇ ସମାଜରେ ଅସନ୍ତୋଷ ଦେଖାଦେଇଛି। ଏହି ଚଳଚ୍ଚିତ୍ରକୁ ବିରୋଧ କରିବାକୁ ସେ ଯୁବପିଢିଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସରକାର ମଧ୍ୟ ତୁରନ୍ତ ଏଭଳି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି କହିଛନ୍ତି ଅଲ ଇଣ୍ଡିଆ ଫେଷ୍ଟିଭାଲ କମିଟି ସଭାପତି। 

ପୂର୍ବରୁ "ପଠାନ" ଚଳଚ୍ଚିତ୍ରର 'ବେସରମ ରଙ୍ଗ' ନାମକ ଗୀତକୁ ନେଇ ଆପତ୍ତି ଉଠାଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା। ଏହି ଚଳଚ୍ଚିତ୍ର ବ୍ୟାନ କରିବାକୁ ଚେତାବନୀ ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ।‌ ଏହି ଗୀତରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ପିନ୍ଧିବା ଏବଂ ଉତ୍ତେଜକ ପୋଜ ଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହାକୁ ବିରୋଧ କରିଛନ୍ତି ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ଅଭିଯୋଗ କରିଛନ୍ତି। ଏନେଇ ସେ କହିଛନ୍ତି "ପଠାନ" ଚଳଚ୍ଚିତ୍ରରେ ଗେରୁଆ ରଙ୍ଗକୁ ଅସମ୍ମାନ କରାଯାଇଛି। ଏହାକୁ ଦେଶରେ ବରଦାସ୍ତ କରାଯିବ ନାହିଁ। ପଠାନ ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିକୁ ଅପମାନିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଅଶ୍ଳୀଳତା ଭରି ରହିଛି। ଏହାକୁ ଭାରତର ପ୍ରେକ୍ଷାଳୟରେ ପ୍ରଦର୍ଶନ ନିମନ୍ତେ ଅନୁମତି ଦେବା ଠିକ ନୁହେଁ।

'ବେସରମ ରଙ୍ଗ' ଗୀତକୁ ଅଯୋଧ୍ୟାର ମହନ୍ତ ରାଜୁଦାସ ମଧ୍ୟ ତାତି ଉଠିଛନ୍ତି। ସେ ଏହି ଚଳଚ୍ଚିତ୍ରକୁ ବିରୋଧ କରିଛନ୍ତି। ଏନେଇ ସେ କହିଛନ୍ତି ଯେଉଁ ପ୍ରେକ୍ଷାଳୟରେ "ପଠାନ" ଫିଲ୍ମ ରିଲିଜ୍ ହେବ ତାକୁ ଜାଳି ଦେବା ପାଇଁ ଦର୍ଶକଙ୍କୁ ନିବେଦନ କରୁଛି। କାରଣ 'ବେସରମ ରଙ୍ଗ' ଗୀତରେ ଦୀପିକା ପାଦୁକୋନ ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି। ଯାହା ଗେରୁଆଧାରୀଙ୍କୁ ବହୁତ ଆଘାତ ଦେଇଛି। ବଲିଉଡ ସନାତନ ଧର୍ମକୁ ପରିହାସ କରିବାକୁ ଚେଷ୍ଟା କରୁଛି। ହିନ୍ଦୁ ଦେବାଦେବୀଙ୍କୁ କିପରି ଅପମାନ କରିବେ ସେନେଇ ସେମାନେ ସବୁବେଳେ ଚେଷ୍ଟା କରିଥାନ୍ତି।