Sonali Phogat Death: ନୂଆଦିଲ୍ଲୀ: ବିଜେପି (BJP) ନେତ୍ରୀ ତଥା ଅଭିନେତ୍ରୀ (Actor) ସୋନାଲୀ ଫୋଗାଟଙ୍କ (Sonali Phogat) ହତ୍ୟାକାଣ୍ଡରେ ତଦନ୍ତ ଯେତିକି ଯେତିକି ଆଗଉଛି ସେତିକି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସୋନାଲି ଫୋଗାଟ (Sonali Phogat) ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ଏଥିସହ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନାଲି ଫୋଗାଟଙ୍କୁ (Sonali Phogat) ହତ୍ୟା କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚାଯାଇଥିଲା। ଏଥିପାଇଁ ୧୨ ହଜାର ଟଙ୍କା ମୂଲ୍ୟର ଡ୍ରଗ୍ସ  ବ୍ୟବହାର କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଅତ୍ୟଧିକ ମାତ୍ରାରେ ଡ୍ରଗ୍ସ ନେବା କାରଣରୁ ସୋନାଲିଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖୱିନ୍ଦର ପାଣିରେ ମିଶାଇ ସୋନାଲିଙ୍କୁ ଏମଡି ଔଷଧ ଦେଇଥିଲେ। MD ଔଷଧର ମାତ୍ରାଧିକ କାରଣରୁ ସୋନାଲିଙ୍କର ମୃତ୍ୟୁ ହୋଇଥିଲା।


କୁହାଯାଉଛି ଯେ ଅଗଷ୍ଟ ୨୨ରେ ସୋନାଲି ଏବଂ ଉଭୟ ଅଭିଯୁକ୍ତ ଅପରାହ୍ନ ୪ଟାରେ ଗୋଆରେ ପହଞ୍ଚିଥିଲେ। ସନ୍ଧ୍ୟା ୬ଟାରେ ସାଙ୍ଗୱାନ୍ ଏବଂ ସୁଖୱିନ୍ଦର ୫ହଜାର ଓ ୭ ହଜାର ମୂଲ୍ୟର ବିଭିନ୍ନ MD ଔଷଧ କିଣିଥିଲେ। ସମସ୍ତେ ରାତି ପ୍ରାୟ ସାଢେ ୯ଟାରେ ହୋଟେଲରୁ କର୍ଲିସ୍ ପବ୍ ରେ ପହଞ୍ଚିଥିଲେ। ପରେ ରାତି ୧୦ଟାରୁ ସୋନାଲିଙ୍କୁ ଔଷଧ ସହିତ ଡ୍ରଗ୍ସ ଦେବା ଆରମ୍ଭ କରିଥିଲେ। ରାତି ପ୍ରାୟ ସାଢେ ଗୋଟାଏରେ ସୋନାଲିଙ୍କ ଅବସ୍ଥା ବିଗିଡି ଯାଇଥିଲା। ଅତ୍ୟଧିକ ଡ୍ରଗ୍ସ ସେବନ କାରଣରୁ ସୋନାଲିଙ୍କର ରାତିରେ ବାନ୍ତି ହୋଇଥିଲା। ଯାହା କାରଣରୁ ତାଙ୍କୁ ସାଙ୍ଗଓ୍ୱାନ ଧୋଇ ହେବା ପାଇଁ ଓ୍ୱାସରୁମକୁ ନେଇଥିଲେ। 


ସୋନାଲି ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ୱାଶରୁମରେ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହୋଇ ଯାଇଥିଲା। ସକାଳ ୬ଟା (23 ଅଗଷ୍ଟ)ରେ ସୋନାଲିଙ୍କୁ ଚେତାଶୂନ୍ୟ ଅବସ୍ଥାରେ କୁର୍ଲିରୁ ହୋଟେଲ ଲିଓନିକୁ ଅଣାଯାଇଥିଲା। ସକାଳ ସାଢେ ୬ଟା ସମୟରେ ସାଙ୍ଗୱାନ୍ ଏବଂ ସୁଖୱିନ୍ଦର ସୋନାଲିଙ୍କୁ କାରରେ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେ ରାତି ପ୍ରାୟ ୭.୧୫ ମିନିଟରେ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଖାନାରେ ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 


ସେପଟେ ସୋନାଲିଙ୍କ ମୃତ୍ୟୁ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ଗୋଆ ପୁଲିସ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା। ସୂଚନାଯୋଗ୍ୟ ଟିକଟକ ଷ୍ଟାର ଭାବେ ବେଶ ପ୍ରସିଦ୍ଧି ଲାଭ କରିଥିବା ୪୨ ବର୍ଷୀୟ ସୋନାଲି ଫୋଗାଟ ଏହି ସପ୍ତାହ ପୂର୍ବରୁ ଗୋଆରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁବରଣ କରିଥିଲେ। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। ଏଥି ମଧ୍ୟରେ ଫୋଗାଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ୍, ଅନ୍ୟ ଜଣେ ସହଯୋଗୀ ସୁଖୱିନ୍ଦର ସିଂ, କର୍ଲେଜ ରେଷ୍ଟୁରାଣ୍ଟ ମାଲିକ ଏଡୱିନ୍ ନ୍ୟୁନ୍ସ ଏବଂ ଡ୍ରଗ୍ ଚୋରା ଚାଲାଣକାରୀ ରାମା ଓରଫ ରାମଦାସ ମାଣ୍ଡେରକର ଏବଂ ଦତ୍ତାପ୍ରସାଦ ଗାଓଁକର ସାମିଲ ରହିଛନ୍ତି।