ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ (PM Security Lapse) ଦୃଷ୍ଟିରେ ରଖି ସବୁ ଆଡୁ ବୟାନ ବାଜି ଜାରି ରହିଛି । ବୁଧବାର ଦିନ ପଞ୍ଜାବର ସିଏମ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ହଙ୍ଗାମା ହେଉଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର କଂଗ୍ରେସ (Congress) ସରକାରଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନିଙ୍କ ସହ କଥା ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

କହି ରଖୁଛୁ ଯେ ସୋନିଆ ଗାନ୍ଧୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବାର୍ତ୍ତାଳାପ କରିଛନ୍ତି । ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ଚନ୍ନିଙ୍କ ଠାରୁ ପୂରା ଘଟଣା ବିଷୟରେ ପଚାରି ବୁଝିଥିଲେ ଓ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ କୌଣସି ଅଭାବ ଗ୍ରହଣୀୟ ନୁହେଁ ।


ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର 
ଏଥି ସହିତ ବର୍ତ୍ତମାନ ପଞ୍ଜାବର ଚରଣଜିତ ସିଂ ଚନ୍ନି ସରକାର ଏହି ପ୍ରସଙ୍ଗରେ ଲଗାତାର ଆକ୍ସନ ନେଉଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ ମେହେତାବ ସିଂ ଗିଲ ଏବଂ ମୁଖ୍ୟ ସଚିବ ଗୃହ ବିଭାଗ ଏବଂ ଜଷ୍ଟିସ ଅନୁରାଗ ଭର୍ମା ରହିବେ ।


ଗତକାଲି ଅର୍ଥାତ ବୁଧୁବାର ଦିନ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ଧରଣର ବିଶୃଙ୍ଖଳା ଦେଖା ଦେଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଭାରତୀୟ କିସାନ ସଂଗଠନର ନେତା ସୁରଜିତ ସିଂ ଫୁଲ ସ୍ୱୀକାର କରିଛନ୍ତି ଯେ ଭାରତ କିସାନ ସଂଗଠନର କର୍ମକର୍ତ୍ତାମାନେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାସ୍ତାକୁ ଅଟକାଇ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଆସୁଛନ୍ତି ବୋଲି ପଞ୍ଜାବ ପୋଲିସ କହିଛି ।


ଏହା ବି ପଢ଼ନ୍ତୁ: ୭ଟି ପଏଣ୍ଟରେ ଜାଣନ୍ତୁ PM ଙ୍କ ଗସ୍ତ ସମୟରେ କିପରି ଥାଏ ସୁରକ୍ଷା ବ୍ୟବସ୍ଥା, କେମିତି ଚାଲିଥାଏ କନଭୟ


ଏହା ବି ପଢ଼ନ୍ତୁ: Govt Jobs: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି, ଏହିପରି କରନ୍ତୁ ଆବେଦନ