କଲମ୍ୱୋ: ଶ୍ରୀଲଙ୍କାରେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି। ଦେଶରେ ବିଗୁଡୁଥିବା ସ୍ଥିତିକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପୁଣି ଥରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ଶୁକ୍ରବାର ମଧ୍ୟ ରାତ୍ରିରୁ ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଶ୍ରୀଲଙ୍କାରେ ଦେଶବ୍ୟାପୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (Gotabaya Rajapaksa) ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଇସ୍ତଫା ଦାବି ଜୋର ଧରିଛି। ଉଭୟ ବିରୋଧି ଦଳ ଓ ଜନତାଙ୍କ ବିରୋଧ ପରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କ ପ୍ରବଳ ବିରୋଧ ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ଦେଶରେ ପରିଚାଳନା ଗତ କାରଣ ପାଇଁ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ କୁହାଯାଇଛି। 


Also Read: ବ୍ରଜରାଜନଗରରେ ବିଜେପିର ଚେହେରା ସୁଜିତ ସିଂହ!


ଗତ ପାଞ୍ଚ ସପ୍ତାହ ମଧ୍ୟରେ ଶ୍ରୀଲଙ୍କା (Sri Lanka) ରେ ଦ୍ୱିତୀୟ ଥର ପାଇଁ ଏମରଜେନ୍ସି ଲାଗୁ ହୋଇଛି। ଏହାପୂର୍ବରୁ ଏପ୍ରିଲ ୧ ତାରିଖରେ ରାଷ୍ଟ୍ରପତିଙ୍କ ବାସଭବନ ଆଗରେ ହଜାର ହଜାର ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ଜରୁରୀ ପରିସ୍ଥିତି (Emergency) ଲାଗୁ ହୋଇଥିଲା। ଯାହାକୁ ଏପ୍ରିଲ ୫ ତାରିଖରେ ପ୍ରତ୍ୟାହାର କରାଯାଇଥିଲା। ସଙ୍କଟର ମୁକାବିଲା ଲାଗି ସରକାରଙ୍କ ବିଫଳତାକୁ ଦାୟୀ କରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ (Mahinda Rajapaksa) ଙ୍କ ଇସ୍ତଫା ଦାବିରେ ଜନ ଆକ୍ରୋଶ ବଢ଼ିବାରେ ଲାଗିଛି। ନେତୃତ୍ୱ ପରିବର୍ତ୍ତନ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି।


ବିରୋଧୀ ମଧ୍ୟ ସରକାରଙ୍କୁ ଶାସନରୁ ହଟାଇବା ପ୍ରଚେଷ୍ଟାରେ ଲାଗିପଡ଼ିଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। କାରଣ ଜନତାଙ୍କୁ ଶାନ୍ତ କରିବାର ଗୋଟିଏ ମାତ୍ର ଉପାୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା। ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଅନାହାର ଓ ଅସ୍ଥିରତା ମଧ୍ୟରେ ଦେଶର ମେରୁଦଣ୍ଡ ଦୋହଲିଯାଇଛି। ତେଣୁ ପ୍ରାଥମିକ ସ୍ତରରେ ଅସ୍ଥିରତା ରୋକିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦେବା ଜରୁରୀ ହୋଇପଡ଼ିଛି।