ବ୍ରଜରାଜନଗରରେ ବିଜେପିର ଚେହେରା ସୁଜିତ ସିଂହ!
Advertisement

ବ୍ରଜରାଜନଗରରେ ବିଜେପିର ଚେହେରା ସୁଜିତ ସିଂହ!

ସୁଜିତ ସିଂହ ସ୍ଥାନୀୟ ନିଯୁକ୍ତି ସମସ୍ୟାକୁ ନେଇ ଲଢ଼ୁଥିବା ଯୋଗୁ ସ୍ଥାନୀୟ ଯୁବକ ତାଙ୍କୁ ବହୁତ୍ ବିଶ୍ୱାସ କରନ୍ତି। ସେ ପ୍ରାର୍ଥୀ ହେଲେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଏକାଠି ହେଇ ଲଢିବ ସମ୍ଭାବନା ଦେଖା ଦେଉଛି। ତା ସହ ସୁଜିତଙ୍କ ଉପରେ ରହିଛି ବିଜେପିର ତୁଙ୍ଗ ନେତାଙ୍କ ଆଶୀର୍ବାଦ ରହିଛି।

ଫାଇଲ ଫଟୋ

ଝାରସୁଗୁଡା: ବ୍ରଜରାଜନଗର ଉନିର୍ବାଚନରେ ନୂଆ ମୁହଁ ଦେବ କି ବିଜେପି? ବିଜେପିର ଉପର ମହଲରେ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି ମେ ୩୧କୁ ହେବାକୁ ଯାଉଥିବା ବ୍ରଜରାଜନଗର ଉନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବଦଳରେ ସୁଜିତ୍ ସିଂହଙ୍କୁ  ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। 

ସୁଜିତ ସିଂହ (Sujit Singh) ଏବିଭିପିରୁ ନିଜ ରାଜନୀତି ଆରମ୍ଭ କରି ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଦାୟିତ୍ଵ ସୁଚାରୁ ରୂପେ ତୁଲାଇଛନ୍ତି। ୨୦୧୫ ମସିହାରେ ଭାରତ ସରକାରଙ୍କ ଯୁବ ପ୍ରତିନିଧି ଦଳରେ ସେ ଚୀନରେ ଭାରତର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ। ସୁଜିତ ସିଂହ ରାଷ୍ଟ୍ରୀୟ ସ୍ଵଂସେବକ ସଂଘ (RSS) ର ଜଣେ ସ୍ଵୟଂସେବକ ସହ ଜଣେ ଦକ୍ଷ ଯୁବ ସଂଗଠକ। ବ୍ରଜରାଜନଗର (Brajarajnagar) ର ବହୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ସୁଜିତ୍ ସପକ୍ଷରେ ଥିବା ବେଳେ ସେ ଯୁବକଙ୍କ ଭିତରେ ବେଶ୍ ଲୋକପ୍ରିୟ। 

Also Read: ଏଗାର ବର୍ଷ ୧୧ ମାସ ପରେ ସ୍ମୃତି ଇରାନୀଙ୍କ ଟ୍ୱିଟ୍ ଭାଇରାଲ

ସୁଜିତ ସିଂହ ସ୍ଥାନୀୟ ନିଯୁକ୍ତି ସମସ୍ୟାକୁ ନେଇ ଲଢ଼ୁଥିବା ଯୋଗୁ ସ୍ଥାନୀୟ ଯୁବକ ତାଙ୍କୁ ବହୁତ୍ ବିଶ୍ୱାସ କରନ୍ତି। ସେ ପ୍ରାର୍ଥୀ ହେଲେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଏକାଠି ହେଇ ଲଢିବ ସମ୍ଭାବନା ଦେଖା ଦେଉଛି। ତା ସହ ସୁଜିତଙ୍କ ଉପରେ ରହିଛି ବିଜେପିର ତୁଙ୍ଗ ନେତାଙ୍କ ଆଶୀର୍ବାଦ ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବେଶ୍ଵରରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ସୁଜିତଙ୍କର ଘନିଷ୍ଠ ସମ୍ପର୍କ ରହିଛି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ବିଜେପିକୁ ଆସିଥିଲେ ଓ ବର୍ତ୍ତମାନ ଅପରାଜିତାଙ୍କ ସହଯୋଗୀ ହିସାବରେ କାମ କରୁଛନ୍ତି। ପୂର୍ବତନ ବିଧାୟିକା ରାଧାରାଣୀଙ୍କ ବିରୋଧରେ ବିଜେପିର ସମସ୍ତ କର୍ମୀ ଏକାଠି ହୋଇଛନ୍ତି। ୨୦୧୯ ମସିହାରୁ ହିଁ ବିଜେପି ରାଜ୍ୟ ନେତୃତ୍ବ ସମ୍ମୁଖରେ ପ୍ରାର୍ଥୀ ବଦଳିବା ପାଇଁ ଅନୁରୋଧ କରି ଆସୁଛନ୍ତି। 

fallback

ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନରେ କିଶୋର ପଟେଲଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ। ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି। କିଶୋର ପୂର୍ବରୁ କଂଗ୍ରେସ ଟିକେଟରୁ ବିଧାୟକ ହେବା ସହ ମନ୍ତ୍ରୀ ରହି ସାରିଛନ୍ତି। ବିଜେଡି ବ୍ରଜରାଜନଗରରେ କାହାକୁ ପ୍ରାର୍ଥୀ କରିବେ ତାହା ଉପରୁ ଏଯାବତ ସ୍ପଷ୍ଟ ହୋଇନାହିଁ। ବିଜେଡି ପକ୍ଷରୁ ନବ ଦାସଙ୍କ ଝିଅ ଦୀପାଲି ଦାସ ଓ ସ୍ୱଗତଃ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ବିଜେଡି ମୁଖିଆ କାହା ନାମରେ ମୋହର ମାରିବେ ତାକୁ ନେଇ ଅପେକ୍ଷା।