ୱାରସ୍ୱ: ଅବସର ପରେ ଅବା କୌଣସି ନିର୍ଦ୍ଧିଷ୍ଟ ଅବସ୍ଥାରେ ମଣିଷଙ୍କୁ ପେନସନ ମିଳିବା କଥା ଆମେ ସମସ୍ତେ ଜଣିଛୁ। କିନ୍ତୁ ଏବେ ପଶୁଙ୍କୁ ମଧ୍ୟ ପେନସନ୍ ମିଳିବ। ଏଥିପାଇଁ ସଂସଦରେ ବିଲ୍ ମଧ୍ୟ ପାରିତ ହୋଇଛି। ତେବେ ଏହି ନିୟମ ଭାରତ ନୁହଁ ପୋଲାଣ୍ଡରେ ଲାଗୁ ହୋଇଛି। ସରକାରୀ ଚାକିରିରୁ ଅବସର ନେବା ପରେ ପୋଲାଣ୍ଡର ଘୋଡା ଓ କୁକୁରଙ୍କୁ ପେନସନ୍ ଦେବାକୁ ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସାଧାରଣତଃ ସୈନ୍ୟ ବାହୀନି (Army) ଓ ପୋଲିସ ବିଭାଗରେ କୁକୁର ଓ ଘୋଡାଙ୍କ ନିଯୁକ୍ତି ହୋଇଥିଏ। ଏମାନଙ୍କୁ ଉଦ୍ଧାର କାର୍ଯ୍ୟ, ଅପରାଧୀକ ମାମଲା, ବେଆଇନ ଚାଲାଣ, ଭିଡ ନିୟନ୍ତ୍ରଣ ପରି ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରାଯାଏ। ଏହି ସମୟରେ ସେମାନଙ୍କୁ କେବଳ ଖାଦ୍ୟ ଓ ବାସଗୃହ ଯୋଗାଇ ଦିଆଯାଏ। ଆଉ ଅବସର ପରେ ସେହି କୁକୁର ଓ ଘୋଡାଙ୍କୁ ଦାୟୀତ୍ୱ ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ଦିଆଯାଇଥାଏ। କିନ୍ତୁ ଅନେକ ସମୟରେ ଦେଖାଶୁଣାର ଅଭାବ ଯୋଗୁଁ ସେମାନେ ଅସୁସ୍ଥ ରୁହନ୍ତି ବା ମୃତ୍ୟୁବରଣ କରନ୍ତି।


Also Read: କୁମ୍ଭୀରକୁ ଚକମା ଦେଲା କୁକୁଡା


ପୋଲାଣ୍ଡ ସରକାର (Poland Govt) ବ୍ୟବହାର କରୁଥିବା ଘୋଡା (Horses) -କୁକୁରର ପ୍ରତିପୋଷଣ ଓ ଯତ୍ନ ମହଙ୍ଗା। ତେଣୁ ସେମାନଙ୍କୁ ଯିଏ ନିଅନ୍ତି ତାଙ୍କ ଉପରେ ଆର୍ଥିକ ବୋଝ ପଡେ। ସେଥିପାଇଁ ସେ ଜନ୍ତୁଙ୍କ ଯତ୍ନ ନେଇପାରନ୍ତି ନାହିଁ। ସେଥିପାଇଁ ସରକାର ଜନ୍ତୁଙ୍କ ସେବାକୁ ବୁଝି ଅବସର ପରେ ଯେପରି ସେମାନଙ୍କ କୌଣସି ଅସୁବିଧା ନ ହୁଏ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି। ସରକାରଙ୍କ କହିବା କଥା, ଜଣେ ସରକାରୀ କର୍ମଚାରୀ ଦେଶ ପାଇଁ ଯେତିକି ସେବା ଯୋଗାଏ ଗୋଟିଏ ଜନ୍ତୁ ମଧ୍ୟ ସେତିକି ସେବା ଦିଏ। ତେଣୁ ଅବସର ପରେ ଘୋଡା ଓ କୁରୁର (Dogs) ଙ୍କ ଯତ୍ନ ନେବା ସରକାରଙ୍କ କର୍ତ୍ତବ୍ୟ। 


ବର୍ତ୍ତମାନ, ପୋଲାଣ୍ଡ ସରକାରଙ୍କ ସେବାରେ ପ୍ରାୟ ୧୨୦୦ଟି କୁକୁର ଓ ୬୦ରୁ ଊର୍ଦ୍ଧ୍ୱ ଘୋଡା ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ୧୦% ଅବସର ନିଅନ୍ତି। ଅବସର (Retirement) ପରେ କିଛି ଘୋଡା-କୁକୁରଙ୍କୁ ସରକାରୀ ଅଧିକାରୀମାନେ ପୋଷ୍ୟ ଭାବେ ଗ୍ରହଣ କରିଥାନ୍ତି। ଆଉ କେତେକଙ୍କୁ ଘରୋଇ ଆଶ୍ରାମ ବା ଫାର୍ମ ମାଲିକମାନେ ନିଅନ୍ତି। ଯଦି ସେମାନଙ୍କୁ ପେନସନ ବାବଦକୁ କିଛି ଆର୍ଥିକ ସହାୟତା (Animal Pention) ମିଳିଲେ ଜନ୍ତୁଙ୍କ ଯତ୍ନ ଆହୁରି ଭଲ ଭାବେ ନେଇ ପାରିବେ ବୋଲି  Interior Ministry କହିଛି।


Also Read: ଭାରତରେ ଲଞ୍ଚ ହେଲା Poco X3 Pro, ଚର୍ଚ୍ଚାରେ ମୋବାଇଲର Features


କୁକୁର ଓ ଘୋଡାଙ୍କୁ ପୋନସନ ଦେଲେ ପୋଲାଣ୍ଡ ସରକାରଙ୍କ ବଜେଟରେ ବୃଦ୍ଧି ପାଇବ। ତେଣୁ ଏହି ଅର୍ଥିକ ବୋଝକୁ ସନ୍ତୁଳନ କରିବା ପାଇଁ ସରକାର ଆଉ ଏକ ଉପାୟ ପାଞ୍ଚିଛନ୍ତି। ଆବଶ୍ୟକ ସ୍ଥଳେ କାର୍ଯ୍ୟରତ କୁକୁର ଓ ଘୋଡାର ଅବସର ସମୟ ସୀମାକୁ ବୃଦ୍ଧି କରାଯାଇପାରିବ। ତେବେ ଏଥିପାଇଁ ଉକ୍ତ ଜନ୍ତୁଙ୍କ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବାକୁ ପଡିବ। ଯଦି ଘୋଡା ଓ କୁକୁର ଅଧିକ ସମୟ କାର୍ଯ୍ୟ କରନ୍ତି, ତେବେ ପେନସନ୍ ବିଳମ୍ବରେ ଦିଆଯିବ।