ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ସୁପ୍ରିମକୋର୍ଟ ଦେଲେ ଏହି ୨ ଗୁରୁତ୍ୱପୂର୍ଣ୍ଣ ରାୟ
ଖଣ୍ଡପୀଠ କହିଛନ୍ତି ଯେ, କିନ୍ତୁ ଯେଉଁଠାରେ କର୍ମଚାରୀ ଜାଣିଛନ୍ତି କି ମିଳିଥିବା ଦେୟ ରାଶି ଠାରୁ ଅଧିକ କିମ୍ବା ଭୁଲ ଦେୟ ପ୍ରଦାନ କରାଯାଇଛି ବା ଯେଉଁଠାରେ ଭୁଲ ଦେୟ ରାଶି ବିଷୟରେ ଶୀଘ୍ର ଜଣାପଡ଼ିଯାଇଛି ତେବେ କୋର୍ଟ ଅର୍ଥ ଆଦାୟ ବିରୋଧରେ ରିହାତି ପ୍ରଦାନ କରିବେ ନାହିଁ । ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଓ ବିକ୍ରମ ନାଥଙ୍କ ଏକ ବେଞ୍ଚ କେରଳ ସରକାରୀ ଶିକ୍ଷକଙ୍କ ସପକ୍ଷରେ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କର ୨୦ ବର୍ଷର ଆଇନଗତ ଲଢ଼େଇକୁ ସମାପ୍ତ କରିଛନ୍ତି, ସେ କେରଳ ହାଇକୋର୍ଟରେ ମାମଲା ହାରି ଥିଲେ ।
ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ସୁପ୍ରିମକୋର୍ଟ (Supreme Court) ଙ୍କ ଦୁଇଟି ବଡ଼ ନିଷ୍ପତ୍ତି ଆସିଛି । ଯାହା କର୍ମଚାରୀ (Employees) ଙ୍କ ଅଧିକାର ସହ ଜଡ଼ିତ । ଏପରି ଅନେକ କର୍ମଚାରୀ ଅଛନ୍ତି ଯେଉଁମାନେ ଏଭଳି ମାମଲାରେ କୋର୍ଟର ଚକ୍କର ଲଗାଉଛନ୍ତି । ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ, କୌଣସି ମାମଲାରେ କୌଣସି ସୂଚନା ଲୁଚାଇବା, ମିଥ୍ୟା ସୂଚନା ଏବଂ FIR ର ସୂଚନାକୁ ନ ଦେବାର ଅର୍ଥ ନୁହେଁ ଯେ ନିଯୁକ୍ତିଦାତା କର୍ମଚାରୀଙ୍କୁ ମନଇଚ୍ଛା ବରଖାସ୍ତ କରିପାରିବେ । ଏଥି ସହିତ ଗୋଟିଏ ଦିନ ପୂର୍ବରୁ ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି କୌଣସି କର୍ମଚାରୀଙ୍କୁ ଭୁଲ ବଶତଃ ଅତିରିକ୍ତ ଦେୟ କିମ୍ବା ଇଂକ୍ରିମେଣ୍ଟ ବୃଦ୍ଧି କରାଯାଇଥାଏ, ତେବେ ତାଙ୍କ ଅବସର ପରେ ତାଙ୍କଠାରୁ ସେହି ଅର୍ଥ ଆଦାୟ କରିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଦୁଇଟି ନିଷ୍ପତ୍ତି କ’ଣ ଓ ଏହାର ପ୍ରଭାବ କ’ଣ ହେବ? ଆସନ୍ତୁ ଜାଣିବା...
ସୁପ୍ରିମକୋର୍ଟରେ ପୱନ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନ ଶୁଣାଣି ହୋଇଥିଲା । ରେଳ ସୁରକ୍ଷା ବଳ (RPF) ରେ କନଷ୍ଟେବଳ ପଦ ପାଇଁ ପୱନଙ୍କୁ ଚୟନ କରାଯାଇଥିଲା । ଯେତେବେଳେ ପୱନ୍ ଟ୍ରେନିଂ ଆରମ୍ଭ କରିଥିଲେ । ତାଙ୍କୁ ଏକ ଆଦେଶ ଦ୍ୱାରା ହଟାଇ ଦିଆଯାଇଥିଲା ଯେ ପ୍ରାର୍ଥୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ସୂଚନା ଲୁଚାଇବା କିମ୍ୱା ଭୁଲ ଘୋଷଣା କରିଛନ୍ତି, ତାଙ୍କୁ ସେବାରେ ରଖିବାର ଦାବି କରିବାର କୌଣସି ଅଧିକାର ନାହିଁ । କିନ୍ତୁ ଅନ୍ତତଃ ପକ୍ଷେ ତାଙ୍କ ସହ ମନଇଚ୍ଛା ବ୍ୟବହାର କରାଯିବା ଉଚିତ ନୁହେଁ ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଆବେଦନକାରୀଙ୍କ ଦ୍ୱାରା ଯାଞ୍ଚ ଫର୍ମ ଭରିବା ସମୟରେ ତାଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇସାରିଥିଲା, ଅଭିଯୋଗକାରୀ ନିଜ ଆଫିଡେଭିଟ ଦାଖଲ କରିଥିଲେ କି ଯେଉଁ ଅଭିଯୋଗ ଆଧାରରେ ଏଫଆଇଆର୍ ରୁଜୁ ହୋଇଥିଲା ତାହା ଭୁଲ ବୁଝାମଣା ଯୋଗୁଁ ହୋଇଥିଲା । ବେଞ୍ଚ କହିଛନ୍ତି ଯେ, ସେବାରୁ ହଟାଇବା ଆଦେଶ ଉପଯୁକ୍ତ ନୁହେଁ ଓ ଦିଲ୍ଲୀ ହାଇକୋର୍ଟଙ୍କ ଡିଭିଜନ୍ ବେଞ୍ଚ ଦ୍ୱାରା ନିଆଯାଇଥିବା ପରବର୍ତ୍ତୀ ନିଷ୍ପତ୍ତି ଠିକ୍ ନୁହେଁ ଏବଂ ଏହା ରଦ୍ଦ କରିବାର ଯୋଗ୍ୟ ।
ସେହିପରି ସୁପ୍ରିମକୋର୍ଟ କେରଳ ଶିକ୍ଷକଙ୍କ ମାମଲାରେ ସୋମବାର ଏକ ରାୟ ପ୍ରଦାନ କରିଛନ୍ତି । ମାମଲାଟି ହେଲା ଯେ, ଶିକ୍ଷକ ୧୯୭୩ ମସିହାରେ ଷ୍ଟଡି ଲିଭ୍ ନେଇଥିଲେ କିନ୍ତୁ ତାଙ୍କୁ ଇଂକ୍ରିମେଣ୍ଟ ଦେବାବେଳେ ସେହି ଛୁଟିର ଅବଧି ବିଚାର କରାଯାଇନଥିଲା । ୨୪ ବର୍ଷ ପରେ ୧୯୯୭ରେ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା ଓ ୧୯୯୯ରେ ଅବସର ନେବା ପରେ ତାଙ୍କ ବିରୋଧରେ ଆଦାୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଶିକ୍ଷକ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ କିନ୍ତୁ ରିହାତି ମିଳି ନଥିଲା । ଯାହା ପରେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସୁପ୍ରିମକୋର୍ଟ ଏହାର ପୂର୍ବ ରାୟ ଉପରେ ଉଲ୍ଲେଖ କରି କହିଛନ୍ତି ଯେ ଜଣେ ସରକାରୀ କର୍ମଚାରୀ, ବିଶେଷରୂପରେ ଯିଏ ସେବାର ନିମ୍ନ ଶ୍ରେଣୀରେ ଅଛନ୍ତି, ଯେଉଁ ରାଶି ପ୍ରାପ୍ତ କରନ୍ତି, ତାହାକୁ ସେ ନିଜ ପରିବାରର ଭରଣପୋଷଣ ଖର୍ଚ୍ଚ କରନ୍ତି ।
ଏହା ବି ପଢ଼ନ୍ତୁ:-ୟୁକ୍ରେନରେ ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଋଷ! ଜାଣନ୍ତୁ କ'ଣ ପାଇଁ ଆସୁଛି ଭାରତର ନାମ
ଏହା ବି ପଢ଼ନ୍ତୁ:-କେତେଥର ଆଧାର କାର୍ଡରେ ପରିବର୍ତ୍ତନ କରିପାରିବେ ଆପଣଙ୍କର ନାମ, ଠିକଣା ଏବଂ ଜନ୍ମ ତାରିଖ? ଜାଣନ୍ତୁ କ'ଣ ରହିଛି ନିୟମ
ଏହା ବି ପଢ଼ନ୍ତୁ:-LICର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...
ଖଣ୍ଡପୀଠ କହିଛନ୍ତି ଯେ, କିନ୍ତୁ ଯେଉଁଠାରେ କର୍ମଚାରୀ ଜାଣିଛନ୍ତି କି ମିଳିଥିବା ଦେୟ ରାଶି ଠାରୁ ଅଧିକ କିମ୍ବା ଭୁଲ ଦେୟ ପ୍ରଦାନ କରାଯାଇଛି ବା ଯେଉଁଠାରେ ଭୁଲ ଦେୟ ରାଶି ବିଷୟରେ ଶୀଘ୍ର ଜଣାପଡ଼ିଯାଇଛି ତେବେ କୋର୍ଟ ଅର୍ଥ ଆଦାୟ ବିରୋଧରେ ରିହାତି ପ୍ରଦାନ କରିବେ ନାହିଁ । ଜଷ୍ଟିସ୍ ଏସ୍ ଅବଦୁଲ୍ ନାଜିର ଓ ବିକ୍ରମ ନାଥଙ୍କ ଏକ ବେଞ୍ଚ କେରଳ ସରକାରୀ ଶିକ୍ଷକଙ୍କ ସପକ୍ଷରେ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କର ୨୦ ବର୍ଷର ଆଇନଗତ ଲଢ଼େଇକୁ ସମାପ୍ତ କରିଛନ୍ତି, ସେ କେରଳ ହାଇକୋର୍ଟରେ ମାମଲା ହାରି ଥିଲେ ।