Diwali Firecrackers Ban: ଦୀପାବଳୀ (Diwali 2023) ପୂର୍ବରୁ ବାଣ ଫୁଟାଇବା ଉପରେ ଜାରି ହେଲା କଟକଣା । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ (Supreme Court) ଦେଇଥିବା ନିର୍ଦ୍ଦେଶ ସାରା ଦେଶ ପାଇଁ ଲାଗୁ ହେବ । ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

କୋର୍ଟ (Supreme Court) ନିଜ ରାୟରେ କହିଛନ୍ତି, ବେରିୟମ୍ ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ସାରା ଦେଶରେ ଲାଗୁ ହେବ । ରାଜସ୍ଥାନର ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଅଦାଲତ । କେବଳ ରାଜସ୍ଥାନରେ ନୁହେଁ, ସାରା ଦେଶରେ ପ୍ରଦୂଷଣ ହେଉଛି । ତେଣୁ ପ୍ରଦୂଷଣ (Pollution) ସୃଷ୍ଟିକାରୀ ବାଣକୁ ନିୟନ୍ତ୍ରଣ କରାଯାଉ । ଏଥିଲାଗି କୌଣସି ନୂଆ ରାୟ ଦେବାର ଆବଶ୍ୟକତା ନାହିଁ, କାରଣ ଦିଲ୍ଲୀ-ଏନସିଆର ପାଇଁ ଦିଆଯାଇଥିବା ରାୟ ସାରା ଦେଶରେ ଲାଗୁ ହେବ । ଦେଶ ସାରା ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ତେଣୁ ସାରା ଦେଶରେ ଦୀପାବଳୀ ପାଇଁ ଏହି କଟକଣା ଲାଗୁ ହେବ । ତେବେ ସବୁ ପ୍ରକାର ବାଣ ବିକ୍ରି ନିଷିଦ୍ଧ ହେବନାହିଁ, କେବଳ ବୋରିୟମ ଥିବା ବାଣ ବିକ୍ରି ନିଷିଦ୍ଧ କରିବାକୁ କୋର୍ଟ ଯେଉଁ ରାୟ ଦେଇଥିଲେ ତାହା ପୂରା ଦେଶ ପାଇଁ ଲାଗୁ ହେବ ବୋଲି ଖଣ୍ଡପୀଠ କହିଛନ୍ତି। କେବଳ ସବୁଜ ବାଣକୁ ବିକ୍ରି ଅନୁମତି ମିଳିବ । ଏହି କଟକଣା ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ ହେବା ଉଚିତ୍। ଏଥିଲାଗି ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଉ। ଏଥିରେ ବିଫଳ ହେଲେ ସଂପୃକ୍ତ ଅଧିକାରୀ ଏଥିପାଇଁ ଦାୟୀ ରହିବେ। ରାଜ୍ୟମାନେ କେବଳ ଏହି ପାର୍ବଣ ଋତୁରେ ନୁହେଁ, ବରଂ ତାପରେ ବି ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଏହି କଟକଣା ଲାଗୁ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ରେ ସୁପ୍ରିମକୋର୍ଟ (Supreme Court)  ଏକ ରାୟ ମାଧ୍ୟମରେ ହାନୀକାରକ ରସାୟନ ଥିବା ବାଣ (crackers) ବିକ୍ରି ଓ ଫୁଟାଇବା ଉପରେ କଟକଣା (Diwali Firecrackers Ban) ଲଗାଇଥିଲେ । ତେବେ ଏହା ସତ୍ତ୍ବେ ବାଣ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇନାହିଁ ।


Also Read-Nitish Kumar: ଯୌନ ସମ୍ପର୍କକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ବୟାନ, ଦେଖନ୍ତୁ ଭିଡିଓ..


ଅନ୍ୟପଟେ ପାର୍ବଣ ଋତୁରେ ପ୍ରଦୂଷଣ ପାଇଁ ବଢିଛି ଦିଲ୍ଲୀବାସୀଙ୍କ ଟେନସନ୍ । ଆଗାମୀ ସପ୍ତାହରେ ରାଜଧାନୀକୁ ଅଡ଼-ଇଭିନ୍ କଟକଣା ଫେରିବାକୁ ଥିବା ବେଳେ ଏନେଇ ସ୍କୁଲ ଛୁଟି ଅବଧିକୁ ବଢାଯାଇଛି । ଉତ୍କଟ ବାୟୁ ପ୍ରଦୂଷଣ ଯୋଗୁଁ ଅଣନିଶ୍ବାସ ହୋଇପଡୁଛନ୍ତି ଦିଲ୍ଲୀବାସୀ । ତେବେ ଆଗକୁ ସ୍ଥିତି ଆହୁରି ଅଧିକ ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି ।