Supreme Court On Shiv Sena: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଉପରେ ସୁପ୍ରିମକୋର୍ଟର (Supreme Court) ସାମ୍ବିଧାନିକ  ବେଞ୍ଚ (Constitution Bench) ଏକ ବଡ ନିଷ୍ପତ୍ତି ନେଇଛି । ଉଦ୍ଧବ କ୍ୟାମ୍ପର ଆବେଦନକୁ ପ୍ରତ୍ୟାଖ୍ୟାନ କରି ସର୍ବୋଚ୍ଚ ନ୍ୟାୟାଳୟ ନିର୍ବାଚନ ଆୟୋଗର (Election Commission) କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଲଗାଇବାକୁ ମନା କରି ଦେଇଛନ୍ତି । ଏହି ନିଷ୍ପତ୍ତି ଯୋଗୁଁ ଏକନାଥ ସିନ୍ଦେ (Eknath Shinde) କ୍ୟାମ୍ପକୁ ବଡ ଆରାମ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଶିବସେନାର କେଉଁ ଦଳ ଅସଲି ଓ କାହାକୁ ଶିବସେନାର ନିର୍ବାଚନ ପ୍ରତୀକ (Party Symbol) ଦିଆଯିବା ଉଚିତ, ତାହାକୁ ନେଇ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ଏକ ବଡ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ମନା କରିଦେଇଥିଲେ ଓ ରହ ସହ ଉଦ୍ଧବ ଠାକରେ କ୍ୟାମ୍ପର ଆବେଦନକୁ ଖାରଜ କରିଦେଇଛନ୍ତି ।


ଆପଣଙ୍କୁ କହିରଖୁଛୁ ଯେ ଏହି ମାମଲାର ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମ୍ଭାଳିଛନ୍ତି । ସିନ୍ଦେ ଗୋଷ୍ଠି ଯୁକ୍ତି କରିଥିଲେ ଯେ ଅଧିକାଂଶ ଶିବସେନା ବିଧାୟକ ଓ ସାଂସଦ ସେମାନଙ୍କ ଶିବିରର ଅଂଶ ଅଟନ୍ତି । ଏପରି ପରିସ୍ଥିତିରେ ତାଙ୍କୁ ଶିବସେନାର ନିର୍ବାଚନ ପ୍ରତୀକ ଦିଆଯିବା ଉଚିତ୍ ।


ଉଲ୍ଲେଖନୀୟ କଥା ହେଉଛି, ପୂର୍ବରୁ ଶିବସେନା ସୁପ୍ରିମୋ ତଥା ପୂର୍ବତନ ସିଏମ୍ ଉଦ୍ଧବ ଠାକରେ (Uddhav Thackeray) କହିଥିଲେ ଯେ ବିଦ୍ରୋହୀଙ୍କ ବିରୋଧରେ ଆଇନଗତ ଯୁଦ୍ଧରେ ତାଙ୍କ ଦଳ ବିଜୟୀ ହେବ ବୋଲି ସେ ନିଶ୍ଚିତ ଅଛନ୍ତି । ଉଦ୍ଧବ ଠାକରେଙ୍କ ମହା ବିକାଶ ଅଘାଡ଼ି ସରକାରକୁ ଜୁନ ମାସରେ ବିଜେପି ସହାୟତାରେ ସିନ୍ଦେ ଭାଙ୍ଗି ଦେଇଥିଲେ ଓ ଜୁନ୍ ୩୦ ରେ ସିଏମ୍ ଭାବରେ ଏକନାଥ ସିନ୍ଦେ ଶପଥ ଗ୍ରହଣ କରିଥିଲେ ।


ଅଗଷ୍ଟ ୨୩ ରେ, ଉଦ୍ଧବ ଠାକରେ ଓ ସିନ୍ଦେଙ୍କ ନେତୃତ୍ୱରେ ଦଳଗୁଡିକ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ନିକଟକୁ ପଠାଇ ଯାଇଥିଲା । ଠାକରେଙ୍କ ଓକିଲମାନେ ଏହା ପୂର୍ବରୁ କହିଥିଲେ ଯେ ସିନ୍ଦେଙ୍କ ପ୍ରତି ବିଶ୍ୱସ୍ତ ଦଳର ବିଧାୟକମାନେ କେବଳ ଅନ୍ୟ ରାଜନୈତିକ ଦଳ ସହ ମିଶି ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ଅଯୋଗ୍ୟତାରୁ ନିଜକୁ ରକ୍ଷା କରିପାରିବେ । ଏହାର ଜବାବରେ ସିନ୍ଦେ ଗୋଷ୍ଠୀ ଯୁକ୍ତି ବାଢିଥିଲେ ଯେ ନିଜ ଦଳର ଆତ୍ମବିଶ୍ୱାସ ହରାଇଥିବା ବିରୋଧୀ ନେତାଙ୍କ ପାଇଁ ଆଇନ ଏକ ଅସ୍ତ୍ର ହୋଇପାରିବ ନାହିଁ ।


ଏହା ବି ପଢ଼ନ୍ତୁ: Rajasthan Politics Crisis: ରାଜସ୍ଥାନ ଲାଗିବ ରାଷ୍ଟ୍ରପତି ଶାସନ! ପଢ଼ନ୍ତୁ ଲାଟେଷ୍ଟ ଅପଡେଟ୍


ଏହା ବି ପଢ଼ନ୍ତୁ: MP: ମହିଳା ଜଣକ ଅଧରାତିରେ ଉଠି ଦେଖିଲେ ଯେ ତାଙ୍କ ବେଡରେ ସୋଇଛି ହୋଟେଲର ୱେଟର, ଆଉ ତା' ପରେ...


ଏହା ବି ପଢ଼ନ୍ତୁ: DA Hike: ଖୁସି ଖବର: ସରକାରୀ କର୍ମଚାରୀଙ୍କ ଅପେକ୍ଷା ହେଲା ଶେଷ, ମହଙ୍ଗା ଭତ୍ତାକୁ ନେଇ ଆସିଲା ଜରୁରୀ ଅପଡେଟ୍